ଜୟସ୍ବାଲଙ୍କ ଶତକ ଦେଲା ରାଜସ୍ଥାନକୁ ବଡ଼ ବିଜୟ
by Argus News
Tue, Apr 23 | 7:50 a.m.

ଅର୍ଗସ ବ୍ୟୁରୋ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପଞ୍ଚମ ପରାଜୟ ଏବଂ ରାଜସ୍ଥାନ ରୟାଲ୍ସର ସପ୍ତମ ବିଜୟ। ସନ୍ଦୀପ ଶର୍ମାଙ୍କ ୫ ୱିକେଟ୍ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଜମାଣିଆ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ବିଜୟ ଧାରା ଜାରି ରଖିଛି। ସୋମବାର ଖେଳାଯାଇଥିବା ମ୍ୟାଚରେ ରାଜସ୍ତାନ ରୟାଲ୍ସ ୯ ଓ୍ବିକେଟରେ ମୁମ୍ବାଇକୁ ପରାସ୍ତ କରିଛି। 

ଯଶସ୍ବୀ ଜୟସ୍ବାଲଙ୍କ ଧୂଆଁଧାର ଶତକ ବଳରେ ରାଜସ୍ଥାନ ମାତ୍ର ଗୋଟିଏ ଓ୍ବିକେଟ ହରାଇ ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ 180 ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଜୟସ୍ବାଲଙ୍କ ଶତକ ସହ ଜୋସ ବଟଲର ୩୫ ଏବଂ ଅଧିନାୟକ ସଞ୍ଜୁ ସାମସନ ୩୮ ରନ କରିଥିଲେ। ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ତିଲକ ବର୍ମାଙ୍କ 65 ରନ ବଳରେ ୧୭୯ ରନ୍ କରିଥିଲା। ବର୍ତ୍ତମାନ ମୁମ୍ବାଇ ତାଲିକାରେ 6 ପଏଣ୍ଟ ସହ ସପ୍ତମ ସ୍ଥାନରେ ଥିବା ବେଳେ ରାଜସ୍ଥାନର ୧୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ତାତି
14m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
23m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା