ବିଜୁବାବୁଙ୍କ ସ୍ୱପ୍ନ ଭୁଲିଗଲେ ନବୀନ
by Argus News
Mon, Dec 11 | 7:06 p.m.

ଅର୍ଗସ ବ୍ୟୁରୋ: ଅଧା ରହିଗଲା ବିଜୁଙ୍କ ସ୍ଵପ୍ନ । ଆଜି ବିଜୁ ବାବୁ ନାହାନ୍ତି ...ହେଲେ ସେ ଶୁଭ ଦେଇଥିବା ଏହି ରାସ୍ତା କିନ୍ତୁ ଆଜି ବି ଅଧୁରା ହୋଇ ରହିଛି । ପ୍ରତି ମୁହୂର୍ତ୍ତରେ ନବୀନ ବାବୁ କୁହନ୍ତି, ବିଜୁ ବାବୁଙ୍କ ସ୍ଵପ୍ନ ଏଇୟା ଥିଲା ସେଇୟା ଥିଲା ।  ହେଲେ ବିଜୁ ବାବୁଙ୍କ ସ୍ଵପ୍ନ ପୂରଣ କରିବାକୁ ୨୩ ବର୍ଷ ସମୟ ଲାଗିଗଲା ? ସତରେ କଣ ବିଜୁ ବାବୁ ଏତେ ବଡ଼ ସ୍ଵପ୍ନ ଦେଖିଥିଲେ ଯେ ନୀବନ ବାବୁ ତାକୁ ପୂରଣ କରିବାକୁ ୨୩ ବର୍ଷ ଲଗାଇଦେଲେ କିନ୍ତୁ ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା । 

ଦେଖନ୍ତୁ ଏହି ରାସ୍ତାକୁ । ଭାବୁଥିବେ ଇଏ କେଉଁ ଉପାନ୍ତ ଅଂଚଳର ଦୃଶ୍ୟ । ହେଲେ ନାଁ...ଏ ହେଉଛି ବିକଶିତ ଯାଜପୁର ଜିଲ୍ଲାର ଦୃଶ୍ୟ । ପୁଣି ପୂର୍ବତନ ରାଜସ୍ଵ ମନ୍ତ୍ରୀଙ୍କର ଇଲାକା । ହେଲେ ବିକାଶ କେମିତି ହେଉଛି ତାହା ଜଳଜଳ ହୋଇ ଦିଶୁଛି । ଆଉ ସାଧାରଣରେ ବି ପ୍ରଶ୍ନ ଉଠୁଛି ବାପାଙ୍କ ପ୍ରତି କେତେ ସମ୍ବେଦନଶୀଳ ନବୀନ ବାବୁ ? 

ଯାଜପୁର ବିଞ୍ଝାରପୁର ବ୍ଲକ ଛନ୍ଦାମୁଣ୍ଡ ବିସିଜେ ହାଇସ୍କୁଲ ଛକଠାରୁ ବଡ଼କୁଁଆଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶୁଭ ଦେଇଥିଲେ ବିଜୁ ବାବୁ । ହେଲେ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିପାରିଲେନି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ତେଜିବାରେ ଲାଗୁଛି ଅସନ୍ତୋଷ ।

ଇଏ ଆଜି କି କାଲିର କଥା ନୁହେଁ ବରଂ ୩୦ ବର୍ଷ ତଳର କଥା । ଗାଁ ଗସ୍ତରେ ଆସିଥିବା ବେଳେ ରାସ୍ତାର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ହେଲେ ଦିନ ପରେ ଦିନ ଗଡିଲା ସତ କିନ୍ତୁ ରାସ୍ତା କାମ ନହୋଇଲା । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସ୍ଥାନୀୟ ଲୋକ ଏନେଇ ଅସନ୍ତୋଷ ବ୍ୟକ୍ତି କରିବା ସହିତ ବାପାଙ୍କ ସ୍ଵପ୍ନକୁ ପୁଅ ଜଳାଜଂଳୀ ଦେଇଛନ୍ତି ବୋଲି କହିବାକୁ ପଛାଇ ନାହାନ୍ତି । 

ଏ ତ ଗଲା ମୁଖ୍ୟମନ୍ତ୍ରୀଙ୍କ କଥା । ରାଜସ୍ୱ ମନ୍ତ୍ରୀ ବି ଦିନେ ଏ ରାସ୍ତାରେ ଆସିଥିଲେ । ରାସ୍ତା ଦେଖିଲେ,ପିଚୁ ହେବାର ପ୍ରତିଶ୍ରୁତି ଦେଲେ । ହେଲେ ପ୍ରତିଶ୍ରୁତି ହେଲା ପାଣିର ଗାର । ଆଇଲେ, ପ୍ରତିଶ୍ରୁତି ଦେଲେ ପଳାଇଗଲେ କିନ୍ତୁ କିଛି ହେଲାନାହିଁ । ତେବେ ସମୟ କହିବ କେବେ ବିଜୁ ବାବୁଙ୍କ ସ୍ନପ୍ନ ପୂରଣ କରୁଛନ୍ତି ନବୀନ ବାବୁ ।
 

ଆଜିଠାରୁ ଏକମାସ
29m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
51m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
53m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି