ଉଜୁଡ଼ିବାକୁ ବସିଛି କୋରାବନ୍ଦୀ ଶାଳ ଜଙ୍ଗଲ
by Argus News
Wed, Apr 17 | 3:20 p.m.

ଅର୍ଗସ ବ୍ୟୁରୋ : ରାଜ୍ୟରେ ନୂତନ ଜଙ୍ଗଲ ସୃଷ୍ଟି ତଥା ବନୀକରଣ ମାଧ୍ୟମରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ବାସ୍ତବରେ ଏହି ଯୋଜନା କର୍ମଚାରୀ ଓ ଠିକାଦାର ପୋଷଣ ନୀତିରେ ପରିଣତ ହୋଇଛି । ବିଭିନ୍ନ ଜାଗାରେ ବନୀକରଣ ନାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ପ୍ରଚୁର ଅର୍ଥ ହରିଲୁଟ ହେଉଛି । ବନବିଭାଗ ଅଧିକାରୀମାନେ ନିଜର ମୂଳ ଦାୟିତ୍ୱ ଭୁଲି ଠିକାଦାରୀ ରାଜନୀତିରେ ଲିପ୍ତ ରହୁଛନ୍ତି ।

ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଯାଜପୁର ରୋଡ଼ ରେଞ୍ଜ ଅଧୀନ ପଛିକୋଟ ଡିମାର୍କେଟେ ପ୍ରୋଟେକ୍ଟ ଫରେଷ୍ଟ ଅଧୀନ କୋରାବନ୍ଦୀ ଓ ମଲାରିଆ ମଧ୍ୟ ଭାଗରେ ଥିବା ୧୪୮ ହେକ୍ଟର ଏକମାତ୍ର ଶାଳ ଜଙ୍ଗଲ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଯାଜପୁର ରୋଡ଼ ବନବିଭାଗ ଏହାକୁ ସୁରକ୍ଷା ଦେବା ବଦଳରେ କାଠ ବ୍ୟବସାୟୀଙ୍କ ସହଯୋଗୀ ସାଜିଥିବା ପରି ମନେ ହେଉଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏହି ଜଙ୍ଗଲରୁ ମୂଲ୍ୟବାନ ଶାଳ, ଅଶନ, ମହୁଲ ଆଦି ପ୍ରାକୃତିକ ବୃକ୍ଷ ବିଲୁପ୍ତ ହେବାକୁ ବସିଛି ।

 

ଖାଲି ଗଛ କାହିଁକି, ରାଜସ୍ବ ଲୁଟ୍‌ ବୃଦ୍ଧି ମଧ୍ୟ ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ ବ୍ୟବସାୟୀମାନେ ରୀତିମତ ବେଆଇନ ମୋରମ ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏନେଇ ଖଣି ବିଭାଗଠାରୁ ଆରମ୍ଭ କରି ତହସିଲ ଏବଂ ବନବିଭାଗ ନିକଟରେ ଯେତେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । 

ବରଂ ବ୍ୟବସାୟୀଙ୍କଠାରୁ ହାତଗୁଞ୍ଜା ନେଇ ପ୍ରଶାସନିକ ଅଧିକାରୀମାନେ ସୁରକ୍ଷା ଦେଇଆସୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଥିବା ବେଳେ କୋରବନ୍ଦୀ ଜଙ୍ଗଲ ପ୍ରତି ମଧ୍ୟ ସୃଷ୍ଟି ହୋଇଛି ବିପଦ । ଏନେଇ ଯାଜପୁର ରୋଡ଼ ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ଏହା ଗ୍ରାମ୍ୟ ଜଙ୍ଗଲ, ତେଣୁ ଏହା ତହସିଲଦାର ବୁଝିବେ ବୋଲି କହିଛନ୍ତି l
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍