ବବିଙ୍କ ଆଶା, ସୁଜାତାଙ୍କ ସିଧା କଥା...ଯାଜପୁରରେ ହେବନି ଉପ-ନିର୍ବାଚନ
by Argus News
Fri, Oct 04 | 3:43 p.m.

ଅର୍ଗସ ବ୍ୟୁରୋ: ବିବାଦ ଭିତରକୁ ନିଜେ ପଶୁଛନ୍ତି ବବି । କ୍ଷମତା ଲୋଭରେ ସେ ଏମିତି ହେଉଛନ୍ତି ଯେ କେତେବେଳେ କଣ କହୁଛନ୍ତି ତାହା ନିଜେ ବି ଜାଣିପାରୁନାହାନ୍ତି । ଅତ୍ୟଧିକ ଅଂହଭାବ ପାଇଁ ନିର୍ବାଚନ ପରିଚାଳନାରେ ତ୍ରୁଟି ରଖିଲେ । ଖାଲି ଏତିକି ନୁହେଁ ବରଂ ବିକାଶ ନାଁରେ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବାରୁ ଲୋକେ ପ୍ରତ୍ୟାଖାନ କଲେ ବବି ଓ ତାଙ୍କ ମାଆଙ୍କୁ । ହେଲେ କ୍ଷମତା ପାଇଁ ଏବେ ସେ ବିକଳ । ସେଇଥି ଲାଗି ତ ଚର୍ଚ୍ଚା ଜୋର ଧରିଥିଲା କି ଯାଜପୁରର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେବେ ଏବଂ ଉପ-ନିର୍ବାଚନରେ ବବି ଲଢିବେ । ବୋଧହୁଏ ବବିଙ୍କ ହୀନ ରାଜନୀତିକୁ ଠିକ୍‌ରେ ବୁଝିପାରିଛନ୍ତି ସୁଜାତା । ସେଇଥି ଲାଗି ତ କହିଛନ୍ତି, ମୋର ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । 

ଏବେ ଚର୍ଚ୍ଚାରେ ଯାଜପୁର ରାଜନୀତି । କାରଣ ସାଧାରଣ ନିର୍ବାଚନ ସରିବା ପରେ ପୁଣି ଥରେ ସେଠାରେ ଉପନିର୍ବାଚନ ହେବ ବୋଲି ଚର୍ଚ୍ଚା ଚାଲିଛି । କାରଣ ଦଳୀୟ ବୈଠକରେ ବବି ଦାସ ଲଢିବା ପାଇଁ ପ୍ରସ୍ତୁତ ଥିବା କହିବା ପରେ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ମାତ୍ର ବବି ଙ୍କ ବିବୃତ୍ତିକୁ ୨୪ ଘଣ୍ଟା ନପୁରୁଣୁ ସାମ୍ନାକୁ ଆସିଲେ ସୁଜାତା । ସିଟ୍ ଛାଡିବାକୁ ସିଧା ସିଧା ମନା କରିଦେଲେ । ପ୍ରତିକ୍ରିୟା ଦେଇ କହିଲେ ମୋର ଇସ୍ତଫା ଦେବାର ନାହିଁ ବାଏ ଇଲେକ୍ସନ୍ ହେବାର ପ୍ରଶ୍ନ ନାହିଁ । 

ଦୁର୍ନୀତିର ସବୁ ସୀମା ପାର କରିଦେଲେଣି ବବି । କାରଣ ରାଜ୍ୟର ସାଂସଦଙ୍କୁ ନିଜର ହାତପାଣ୍ଠିକୁ ଜବରଦସ୍ତି ଯାଜପୁରରେ ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଉଥିଲା । ଯେଉଁଥି ଲାଗି ତ ଦୁଇଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେବା ସହିତ କେମିତି ବବି ବିଜେଡିର ପ୍ରଭାବ ବିସ୍ତାର କରିଥିଲେ ତାହାର ପୋଲ ବି ଖୋଲିଥିଲେ । ଆଉ ଏବେ ପୁଣି ଥରେ କ୍ଷମତା କେନ୍ଦ୍ରକୁ ବବି ଫେରିବାକୁ ଚାହୁଁଥିବାରୁ ବବିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସେପଟେ ଦୁର୍ନିତିକୁ ବବି ବିକାଶର ଖୋଳପା ପିନ୍ଧାଇ ସରକାରଙ୍କୁ ଚ୍ୟାଲେଞ୍ଜ ଦେବା ପରେ ବର୍ଷିଛନ୍ତି ବିଜେପି ନେତା । ବଡଚଣା ବିଧାୟକ ଅମର ନାୟକ କହିଛନ୍ତି, ଦୁର୍ନୀତି ହୋଇଛି କି ନହୋଇଛି ଲୋକଙ୍କ ରାୟ ସ୍ପଷ୍ଟ କରିଛି । ଯଦି ଯାଜପୁରର ବିକାଶ କରିଛନ୍ତି ତେବେ ଏତେ ବ୍ୟବଧାନ କମରେ ତାଙ୍କ ବିଧାୟକ କେମିତି ଜିତିଲେ । ସେହିପରି ଆସ୍କା ବିଧାୟକ ସରୋଜ ପାଢୀ କହିଛନ୍ତି, ଏତେ ଦିନ ଧରି ସେ ଯାହା ଦୁର୍ନୀତି କରିଛନ୍ତି ଯାଜପୁରରେ ଆପଣ ମାନେ ସବୁ ଜାଣିଛନ୍ତି। ବ୍ଲାକ ରୋଜ ଜାହାଜରେ କେମିତି କୋଇଲା ଚୋରା ଚାଲାଣ ହେଉଥିଲା , ବବି ଜାଣନ୍ତି ଓ ତାଙ୍କ ସରକାର ଜାଣନ୍ତି। ବିଜେପି ସରକାର କେବେ ଦୁର୍ନୀତି ଗସ୍ତ ଲୋକଙ୍କୁ ମାଫ କରିବ ନାହିଁ । ତଦନ୍ତ ପରେ ବନ୍ଧା ହେବେ ନିଶ୍ଚିତ । 

କେଳେଙ୍କାରୀ ନଂ-1

ବ୍ଲାକ ରୋଜ୍ ବୁଡି ଘଟଣାରେ ଚର୍ଚ୍ଚାକୁ ଆସିଥିଲେ ବବି ଦାସ ଓ ତାଙ୍କ ଭାଇ । ବିଜେଡି ସରକାରରେ ଘଟଣାକୁ ଚାପିଦେବାରେ ସକ୍ଷମ ହୋଇଥିଲେ ମାତ୍ର ବର୍ତ୍ତମାନ ସେ ଫାଇଲ ପୁଣି ଥରେ ଖୋଲିଛି

କେଳେଙ୍କାରୀ ନଂ-2

କୁସୁମା କେଳେଙ୍କାରୀରେ ବବିଙ୍କ ସମ୍ପୃକ୍ତି ସାରା ରାଜ୍ୟ ହୁଲୁସ୍ତୁଲ କରିଥିଲା । କୁସୁମାରେ ଲୋକଙ୍କୁ ଅନ୍ଧାରରେ ରଖି ନିର୍ମାଣ ଚାଲିଥିଲା ବବିଙ୍କ ଅବସର ବିନୋଦନ ପାଇଁ ରାଜପ୍ରସାଦ । 

କେଳେଙ୍କାରୀ ନଂ-3

ସାଂସଦ ପାଣ୍ଠି ଯାଜପୁରରେ ଖର୍ଚ୍ଚ କରି ଚର୍ଚ୍ଚା କୁ ଆସିଥିଲେ ବବି ଦାସ । ବିଜେଡିର ଅଧିକାଶଂ ରାଜ୍ୟ ସଭା ସାଂସଦ ଙ୍କ ପାଣ୍ଡିକୁ ଜୋର ଜବରଦସ୍ତ କରି ଯାଜୁପରରେ ଖର୍ଚ୍ଚ କରିବା ସହ କେଳେଙ୍କାରୀ କରିଥିଲେ ବବି । 

କେଳେଙ୍କାରୀ ନଂ-4

ଯାଜପୁର ବିକାଶ ନାଁରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ପ୍ରାୟ 4 ହଜାର କୋଟି ଟଙ୍କା ନେଇ ଲୁଟ କରିଥିଲେ ବବି । 

କେଳେଙ୍କାରୀ ନଂ-5

ପର୍ଯ୍ୟଟନ ବିଭାଗ ଟଙ୍କାର ବଡ କେଳେଙ୍କାରୀ ଅଭିଯୋଗ ଓ ପ୍ରମାଣ ବି ଆସିଥିଲା ବବିଙ୍କ ନିର୍ବାଚନ ମଣ୍ଡଳୀରୁ । ସେହିପରି ଡିଏମଏଫ ଫଣ୍ଡ ଟଙ୍କା ଦୁର୍ନୀତି, ମେଡିକାଲ କଲେଜ ନିର୍ମାଣ ଦୁର୍ନୀତି ପାଇଁ ଚର୍ଚ୍ଚାରେ ରହିଛି ଯାଜପୁର ଜିଲ୍ଲା ।   ମୋଟ୍‌ ଉପରେ ସୁଜାତାଙ୍କ ପ୍ରତିକ୍ରିୟା ପରେ ଗୋଟିଏ କଥା ସ୍ପଷ୍ଟ ଯେ ସେ ବବିଙ୍କୁ ବାଟ ଛାଡିବେ ନାହିଁ । ତେବେ ନିଜ ଅଂଚଳରେ ବବି କେମିତି କ୍ଷମତା ଅକ୍ତିଆର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । 
 

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା