ଜମ୍ମୁ ବିଧାନସଭା ନିର୍ବାଚନ : ବିଜେପି ଜିତିଲେ POK ଇଣ୍ଡିଆର
by Argus News
Fri, Sep 27 | 7:26 p.m.

ଅର୍ଗସ ବ୍ୟୁରୋ: ପିଓକେକୁ ନେଇ ଯୋଗୀ ଦେଲେ ବଡ଼ ବୟାନ । କହିଲେ, ଜମ୍ମୁ ବିଧାନସଭାରେ ବିଜେପି ଜିତିଲେ ପିଓକେ ଭାରତରେ ହିଁ ମିଶିବ । ଯେହେତୁ ପିଓକେକୁ ନେଇ ବର୍ଷବର୍ଷ ଧରି ବିବାଦ ରହିଛି ତେଣୁ ନିର୍ବାଚନ ରାଲିରେ ଯୋଗୀ ଦେଇଥିବା ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜମ୍ମୁକାଶ୍ମୀରର ରାମଗଡରେ ବିଜେପି ପ୍ରାର୍ଥୀଙ୍କ ପାଇଁ ରାଲି କରୁଥିବା ବେଳେ ଯୋଗୀ କହିଥିଲେ, ବିଜେପି କ୍ଷମତାକୁ ଫେରିଲେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଜମ୍ମୁକଶ୍ମୀରର ଏକ ଅଂଶ ହେବ । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଲାଗିଛି ।

ନିର୍ବାଚନ ରାଲିଲେ ପାକିସ୍ତାନକୁ ଟାର୍ଗେଟ୍‌ କରିଛନ୍ତି ଯୋଗୀ । କହିଛନ୍ତି, ପିଓକେକୁ ନେଇ ଚିନ୍ତାରେ ପାକିସ୍ତାନ ଅଛି । ନାଁ ସେଠାକାର ଲୋକଙ୍କ କଥା ସେ ଦେଶ ବୁଝିପାରୁଛି ନା ଖାଦ୍ୟଅଭାବ ଦୂର କରିପାରୁଛି । ପାକିସ୍ତାନ ଉତ୍ତେଜନା ସୃଷ୍ଟି କରୁଛି, ସେମାନେ ସେମାନଙ୍କର ଗଣତନ୍ତ୍ରକୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ଗୋଟିଏ ପଟେ ଭାରତ ଓ ଅନ୍ୟପଟେ ପାକିସ୍ତାନ ଅଛି । ପାକିସ୍ତାନରେ ଖାଦ୍ୟର ଅଭାବ ରହିଛି, ସ୍ୱାଭାବିକ ଭାବରେ ଗରିବ ପାକିସ୍ତାନ ଆଜି ନିଜକୁ ସମ୍ଭାଳି ପାରିବ ନାହିଁ, ପାକିସ୍ତାନ ଦଖଲ କରିଥିବା କାଶ୍ମୀର ଏଥିରୁ ଅଲଗା ହେବା ପାଇଁ ସ୍ୱର ଉତ୍ତୋଳନ କରୁଛି । ତେଣୁ ଆଗାମୀ ଦିନରେ ପିଓକେ ଭାରତରେ ସାମିଲ ହେବାକୁ ଯାଉଛି ବୋଲି ଯୋଗୀ ସ୍ପଷ୍ଟତାର ସହ କହିଛନ୍ତି ।

ନିର୍ବାଚନୀ ଭାଷଣରେ ପାକିସ୍ତାନକୁ କଡ଼ା ଟାର୍ଗେଟ୍‌ କରି ଯୋଗୀ କହିଛନ୍ତି, ପାକିସ୍ତାନ ଦେଶର ବିକାଶ ନୁହେଁ ବରଂ ଆତଙ୍କବାଦୀଙ୍କ ବିକାଶର କଥା ଚିନ୍ତା କରେ । ପିଓକେରେ କେମିତି ଜନସାଧାରଣ ଭଲରେ ରହିବେ ସେନେଇ ଚିନ୍ତା ବି କରେନି । ସେଇଥି ଲାଗି ତ ଜମ୍ମୁ ନିର୍ବାଚନରେ ପିଓକେବାସୀ ଭାଗ ନେବାକୁ ଚାହୁଁଛନ୍ତି । ସେପଟେ ବଲୁଚିସ୍ତାନ କହୁଛି ଆମର କେମେଷ୍ଟ୍ରି ପାକିସ୍ତାନ ସହ ମେଳ ଖାଉ ନାହିଁ। କାରଣ ପାକିସ୍ତାନ ମାନବିକତାର ଶତ୍ରୁ, ଏହା ମାନବିକତାର କ୍ୟାନ୍ସର । ବିଶ୍ୱକୁ ଏହି କ୍ୟାନ୍ସରରୁ ମୁକ୍ତ କରିବାକୁ ପଡିବ । ଏହାସହ ସେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି, କାଶ୍ମୀରବାସୀଙ୍କ ଫାଇଦା ଲାଗି ଧାରା ୩୭୦ ଉଠାଯିବ ପରେ ପୁଣି ଥରେ ଧାରା ଫେରାଇ ଆଣି କାଶ୍ମୀରରେ କାହିଁକି ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି କଂଗ୍ରେସ ? ଯୋଗୀ ସ୍ପଷ୍ଟ କରିଛନ୍ତି କି କଂଗ୍ରେସ, ପିଡିପି କିମ୍ବା ନ୍ୟାସନାଲ କନ୍ଫରେନ୍ସ ହେଉ, ସମସ୍ତେ ଜମ୍ମୁକଶ୍ମୀରକୁ ଆତଙ୍କବାଦର ଏକ ଗୋଦାମରେ ପରିଣତ କରିଛନ୍ତି। କେନ୍ଦ୍ରରେ ବିଜେପି ସରକାର ଗଠନ ପରେ ଏଠାରେ ବିକାଶମୂଳକ କାର୍ଯ୍ୟ କରାଯାଇଥିଲା । ତେଣୁ ବିଧାନସଭାରେ ବିଜେପି କ୍ଷମତାକୁ ଆସିଲେ ବିକାଶ ଆହୁରି ତ୍ଵରାନ୍ଵିତ ହେବ ।
 

CHIEF MINISTER
23m ago
ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ
ଅର୍ଗସ ବ୍ୟୁରୋ: ଗତ 22 ବର୍ଷରେ ଓଡ଼ିଶାରେ ହୋଇଥିବା ମହିଳା ହିଂସାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ସିଏମ୍ କହିଲେ, ୨୨ ବର୍ଷ ଓଡ଼ିଶ
STATE GOVERNMENT
ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଶେଷ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଆରକ୍ଷ
HYDERABAD
ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍