ନିର୍ଦ୍ଦେଶ ଉଲ୍ଲଙ୍ଘନ କଲେ ସାତ ବର୍ଷର ଜେଲ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା
by Argus News
Mon, Mar 11 | 5:51 p.m.

ଅର୍ଗସ ବ୍ୟୁରୋ : ଏବେ ଖାଦ୍ୟକୁ ସୁନ୍ଦର କରିବା ପାଇଁ ଦେଇ ପାରିବେ ନାହିଁ ରଙ୍ଗ । ଏଭଳି ନିୟମ ଆଣିଲେ କର୍ଣ୍ଣାଟକ ସରକାର । କୃତ୍ରିମ ରଙ୍ଗରେ ପ୍ରସ୍ତୁତ ରଙ୍ଗୀନ କଟନ୍ କ୍ୟାଣ୍ଡି ଉପରେ ନିଷେଧାଦେଶ ଘୋଷଣା କରିଛନ୍ତି । ଜନସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଏହି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । 

ତେବେ ଗୋବି ମାଞ୍ଚୁରିଆନ୍‌ ଓ ବମ୍ବେ ଲଡୁରେ ଅତ୍ୟଧିକ ମାତ୍ରାରେ ରୋଡାମାଇନ୍-ବିର ବ୍ୟବହାର ହେଉଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ଏହି ରଙ୍ଗକୁ ବ୍ୟବହାର କରିବା ପାଇଁ ମନା କରାଯାଇଛି । ଯଦି ଏହି ନିର୍ଦ୍ଦେଶକୁ କେହି ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବ୍ୟକ୍ତିଙ୍କୁ ସାତ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ସହିତ ନିୟମ ଅନୁଯାୟୀ ଲାଇସେନ୍ସ ମଧ୍ୟ ବାତିଲ ହେବ ।

ଅଧିକ ପଢନ୍ତୁ ଭାରତ ଖବର 

ଏହି ଦୁଇଟି ଖାଦ୍ୟ ପଦାର୍ଥର ନମୂନାରେ ହାନିକାରକ ରାସାୟନିକ ରଙ୍ଗ ମିଶି ଥିବା ମିଳିବା ପରେ କର୍ଣ୍ଣାଟକ ସରକାର ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ କର୍ଣ୍ଣାଟକରେ ଗୋବି ମାଞ୍ଚୁରିଆନ୍‌ ଓ କଟନ୍‌ କ୍ୟାଣ୍ଡି ତଥା ବମ୍ବେ ଲଡୁର ବିକ୍ରି ଉପରେ ପୂରାପରି ବ୍ୟାନ୍‌ ଲଗାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମନା କରିଛନ୍ତି।

୭୭ତମ
୭୭ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟାଙ୍କ ଜଲଓ୍ବା
ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍
VK PANDIAN
ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !
ଅର୍ଗସ ବ୍ୟୁରୋ: ସଭା ମଂଚରେ ପୁଣି ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି'
BJD
ଭୋଟ୍‌ ପାଇଁ ବିଡାବିଡା ନୋଟ୍ ବାଣ୍ଟୁଛି ବିଜେଡି !
ଅର୍ଗସ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଲୋକଙ୍କ ଘରେ ପହଞ୍ଚି ବିଡାବିଡା ନୋଟ୍ ବାଣ୍ଟୁଛନ୍ତି । ସମ୍ବଲପୁର ସଭାରେ ଯୋଗ ଦେବା ସହ ଶଙ୍ଖ ଚିହ୍ନରେ ଭୋ