ଗାଁ ଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ
by Argus News
Fri, Nov 15 | 2:36 p.m.

ଅର୍ଗସ ବ୍ୟୁରୋ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଉ ପୌରାଣିକ କଥା ମନେ ପକାଇ ଆଜି ଚାରିଆଡେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଗାଁ ଠୁ ସହର ସବୁଠି ଏକ ଆଧ୍ୟାତ୍ମିକ ପରିବେଶ । ତା ସହିତ ଉତ୍କଳର ଐତିହ୍ୟ ଓ ପରମ୍ପରାକୁ ମନେ ପକାଇ ପ୍ରତ୍ୟୁଷରୁ ବିଭିନ୍ନ ନଦୀ ପୁଷ୍କରିଣୀରେ ଡ଼ଙ୍ଗା ଭସାଉଛନ୍ତି ଲୋକେ । 

ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ । ଦୁର୍ଲଭ ସୁନାବେଶ ଦର୍ଶନ କରୁଛନ୍ତି ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ଅନୁସାରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯାଇଥାଏ । ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜାଇଛନ୍ତି । ସେପଟେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ 36 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 

ଆଜି ମହାଧାର୍ମିକ କାର୍ତ୍ତିକ ମାସର ଶେଷ ଦିନ ଥିବାରୁ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ପରେ ଶ୍ରୀମନ୍ଦିର ଆସି ଅଗଣିତ ବ୍ରତଧାରୀଙ୍କ ସମେତ ହବିଷ୍ୟାଳି ମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରୁଛନ୍ତି । 

ସେପଟେ ପାରାଦୀପ ବନ୍ଦରରେ ଅନୁଷ୍ଠିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ । ବୋଇତ ବନ୍ଦାଣର ଅଭିନନ୍ଦନ ଜଣାଇବା ସହ ଉତ୍ସବର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଏମଙ୍କ ସମେତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଓଡିଶାର ପୁରୁଣା ସଂସ୍କୃତି ଓ ପରମ୍ପରାକୁ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ।  ପାରାଦୀପ ବନ୍ଦର ପ୍ରଗତିର ମୁଖଶାଳା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ନୌବାଣିଜ୍ୟ ପରମ୍ପରା ବହୁ ପୁରୁଣା । ପୂର୍ବରୁ ବାଣିଜ୍ୟ ପାଇଁ ଜଳଯାତ୍ରା କରି ଯାଉଥିଲେ ଜାଭା, ସୁମାତ୍ରା ଯାଉଥିଲେ ସାଧବ ପୁଅ।  ନୌବାଣିଜ୍ୟ କ୍ଷେତ୍ରରେ ଭାରତ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଛନ୍ତି ସିଏମ୍ ।

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ଏଥର ଆନ୍ତର୍ଜାତୀୟ ସ୍ତରର ଢାଞ୍ଚାରେ ହେଉଛି ଆୟୋଜନ । ଯୋଗଦେବେ ୧୩ଟି ଦକ୍ଷିଣ ପୂର୍ବ ଏସିଆ ଦେଶର ରାଷ୍ଟ୍ରଦୂତ । ଦକ୍ଷିଣ ପୂର୍ବ ଏସୀୟ ଦେଶର ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିବ କଟକ । ଓଡ଼ିଆ ସଂସ୍କୃତି, ପରମ୍ପରା, ବାଣିଜ୍ୟର ହେବ ମହାମିଳନ । 
 

ASTROLOGICAL
2m ago
ଜାଣନ୍ତୁ ଆଜିର ରାଶିଫଳ, ସତର୍କ ରୁହ ଏହି ରାଶି...
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ ଜାଣି ରଖନ୍ତୁ। ମେଷ- ପାରିବାରିକ କ୍ଷେତ୍ରରେ ଅର୍ଥସଂକଟ ଦେଖାଦେବ। ସ୍ଥଗିତ କର୍ମ ସମ୍ପାଦନ କରିବାରେ ସମସ୍ୟାର ସମ୍ମୁଖୀନ ହେବେ
RISHABH PANT
28m ago
ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ
ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୫ ପାଇଁ ନିଲାମୀ ପ୍ରକ୍ରିୟା ଜାରି । ସାଉଦି ଆରବରେ ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ମେଗା ଅକ୍ସନରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍
TEST
44m ago
ଦ୍ୱିତୀୟ ଇନିଂସରେ ୫୩୪ ରନର ଟାର୍ଗେଟର ପିଚ୍ଛା କରୁଛି ଅଷ୍ଟ୍ରେଲିଆ
ଅର୍ଗସ ବ୍ୟୁରୋ: ପର୍ଥ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ। ଦ୍ବିତୀୟ ଇନିଂସରେ ୫୩୪ ରନର ଟାର୍ଗେଟର ପିଚ୍ଛା କରୁଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ପର୍ଥରେ ଚାଲିଥିବା ବର୍ଡର-ଗାଭାସ୍କ
HEMANT SOREN
55m ago
ଆସନ୍ତା 28ରେ ଶପଥ ନେବେ ହେମନ୍ତ ସୋରେନ୍‌
ଅର୍ଗସ ବ୍ୟୁରୋ: ଆସନ୍ତା 28ରେ ଶପଥ ନେବେ ହେମନ୍ତ ସୋରେନ୍‌ । ଗତକାଲି ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବ ସହିତ ପୁନର୍ବାର ସରକାର ଗଠନ ପାଇ
CM
59m ago
ଆଜି ହୋଇପାରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ
ଅର୍ଗସ ବ୍ୟୁରୋ: ଆଜି ହୋଇପାରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ। ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଆଜି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି