ବରଫ ଧୋକା ଦେବାରୁ ଖାଁ ଖାଁ ଗୁଲମର୍ଗ
by Argus News
Tue, Jan 16 | 5:29 p.m.

ଅର୍ଗସ ବ୍ୟୁରୋ : ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା । ମାସେ, ଦୁଇମାସ ପୂର୍ବରୁ ଗୁଲମର୍ଗ ଯିବାକୁ ଟିକେଟ୍ କରୁଥିଲେ ପର୍ଯ୍ୟଟକ । ବ୍ୟବସାୟ ଜମୁଥିଲା, ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଆୟ ବଢ଼ୁଥିଲା । ହେଲେ ଏଥର ବଫର ଧୋକା ଦେବାରୁ ଖାଁ ଖାଁ ଗୁଲମର୍ଗ । ଅର୍ଥାତ ଏଥର ଗୁଲମର୍ଗରେ ବରଫ ପଡ଼ିନି । ପୂର୍ବରୁ ସଫେଦ ପାହାଡ଼ରେ ପରିଣତ ହେଇଯାଉଥିବା ଗୁଲମର୍ଗ ଏଥର ଥୁଣ୍ଟା,ଶୁଖିଲା ଚରାଭୂଇଁରେ ପରିଣତ ହୋଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଯାହାଫଳରେ ଉଭେଇ ଯାଇଛି ଗୁଲମର୍ଗର ଭିଡ଼ । ଶୁଭୁନି ଆଉ ପୂର୍ବରୁ କୋଳାହଳ । ଗୁଲମର୍ଗରେ ଜାନୁଆରୀର ଶୀତରେ ବରଫ ହିଁ ବରଫ ଦେଖାଯାଏ । ହେଲେ ଏଥର ଏହି ଶୁଖିଲା ଚିତ୍ର ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଚିନ୍ତା ବଢ଼ିବାର କାରଣ ହେଲା, ବରଫ ପଡ଼ି ନଥିବାରୁ ଗ୍ରୀଷ୍ଣ ଋତୁରେ ନଦୀ ଗୁଡ଼ିକରେ ଜଳାଭାବ ଦେଖାଦେଇପାରେ । ସେପଟେ ଜାନୁଆରୀର ଶେଷ ଆଡ଼କୁ ଉଚ୍ଚ ପହାଡ଼ ଗୁଡ଼ିକରେ ସାମାନ୍ୟ ତୁଷାରପାତ ହୋଇଛି ହେଲେ ଏହା ପର୍ଯ୍ୟାପ୍ତ ନୁହଁ ।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ