ବିଜେଡି ସୁପ୍ରିମୋଙ୍କ କେନ୍ଦ୍ରାପଡା ଟେନସନ୍
by Argus News
Tue, Apr 16 | 3:17 p.m.

ଅର୍ଗସ ବ୍ୟୁରୋ : ବିଜେଡିର ଅଡୁଆ କମୁନି । କେନ୍ଦ୍ରାପଡାରେ ଆମଦାନୀ ନେତାଙ୍କ ସଂଖ୍ୟା ବଢିବା ପରେ କାହାକୁ ଦଳ ଟିକଟ ଦେବ ସେଇ ଟେନସନ୍‌ ଏବେ । କାରଣ ଜିଲ୍ଲାର ଏକମାତ୍ର ସ˚ରକ୍ଷିତ ଥିବା ଆସନରୁ ଏ ପର୍ଯ୍ୟନ୍ତ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଜିଲ୍ଲାରେ ବିଜେଡି ଓ ବିଜେପି ପକ୍ଷରୁ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ହେଲେ ପୁରା ବ୍ୟାକଫୁଟ୍‌ରେ ରହିଛି କ˚ଗ୍ରେସ ।

ଜୁନ୍‌ ୨ରେ କେନ୍ଦ୍ରାପଡାରେ ପଡ଼ିବ ଭୋଟ୍‌ । ନିର୍ବାଚନକୁ ଆହୁରି ଅନେକ ଦିନ ବାକି ଅଛି । ହେଲେ, ଏହି ଆସନରୁ ବିଜେଡ଼ିର ଅନେକ ଆଶାୟୀ ଅଛନ୍ତି, ତେଣୁ ଏତେ ଆଗରୁ ବିଜେଡି ପ୍ରାର୍ଥୀ ଘୋଷଣା କରି ଆଶାୟୀ ଓ ସେମାନଙ୍କ ସମର୍ଥକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ । 

 

ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିଦେଲେ ଦଳ ଭିତରେ ଥିବା ଆଶାୟୀ ନେତା ବିରୋଧୀ ଶିବିରକୁ ଡେଇଁ ପଡ଼ିବାର ସମ୍ଭାବନା ରହିଛି । ଯାହାକୁ ଟେନସନରେ ଅଛନ୍ତି ବିଜେଡି ଦଳର ସୁପ୍ରିମୋ । ସେପଟେ ବିଜେଡି ଯହି ଆମକୁ ଟିକେଟ ନ ଦେଇ ଆମଦାନୀ ନେତା ବା ଗଣେଶ୍ୱର ବେହେରାଙ୍କୁ ଟିକେଟ୍ ଦିଏ ତେବେ ଆଗାମୀ ଦିନରେ ବିଜେଡିରେ ବିଦ୍ରୋହ ଦେଖାଦେବ ବୋଲି କର୍ମୀମାନେ ଖୋଲାଖୋଲି ଆହ୍ବାନ ଦେଇଛନ୍ତି ।   

ତେଣୁ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା ନ କରି ସେମାନଙ୍କୁ ବିରୋଧୀ ଶିବିରକୁ ଛାଡ଼ିଦେବାକୁ ଚାହୁଁନାହିଁ । ବିଜେପି ଓ କ˚ଗ୍ରେସ ପ୍ରାର୍ଥୀ ଘୋଷଣା ଯାଏ ବୋଧହୁଏ ବିଜେଡି ଅପେକ୍ଷା କରିଛି । ଦୁଇ ବିରୋଧୀ ଦଳର ଘୋଷଣା ପରେ ଯାଇ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିବ ବୋଲି ରାଜନୈତିକ ମହଲ ଅନୁମାନ ଲଗାଉଛି । 
 

୯ବର୍ଷୀୟ ନାବାଳିକାଙ୍କୁ
15m ago
୯ବର୍ଷୀୟ ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କଲା ଶିକ୍ଷକ
ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି କଳଙ୍କର ଛିଟା। ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଜଣେ ଶିକ୍ଷକ ତାଙ୍କ ପେଶାକୁ ବଦନାମ କରିଛନ୍ତି। ଶିକ୍ଷକ ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତ
ଆଗାମୀ ୪ଦିନ
35m ago
ଆଗାମୀ ୪ଦିନ ଓଡିଶାରେ ହେଭିଓ୍ବେଟଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ଆଗାମୀ ୪ ଦିନ ଓଡିଶାରେ ହେଭିଓ୍ବେଟଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳ
HEALTH
38m ago
UVA ଏବଂ UVB ଭଳି ସନ୍ ସ୍କ୍ରମ୍ ତ୍ଵଚାକୁ ସୁରକ୍ଷା ଯୋଗାଇଥାଏ
ଅର୍ଗସ ବ୍ୟୁରୋ: ମହିଳା ହୁଅନ୍ତୁ କିମ୍ବା ପୁରୁଷ ସମସ୍ତେ ନିଜ ତ୍ଵଚା ଯତ୍ନ ନିଅନ୍ତି। ଅଧିକାଂଶ ଲୋକ କସମେଟିକ ବ୍ୟବହାର କରନ୍ତି। ଓ ଅନ୍ୟ କେତକ ଲୋକ ତ୍ଵଚାର ଯତ୍ନ ଘରୋଇ ଉପାୟରେ ନିଅନ୍ତି