ପାଣି ପାଇଁ ଡହଳବିକଳ ବାରୋ ପଞ୍ଚାୟତବାସୀ
by Argus News
Tue, Apr 02 | 3:35 p.m.

ଅର୍ଗସ ବ୍ୟୁରୋ : ସକାଳୁ ସକାଳୁ ନଦୀ ପାଖକୁ ପାଣି ପାଇଁ ଲାଗିଛି ଲମ୍ବା ଲାଇନ୍ । ହାତରେ ଗରା, ବାଲ୍ଟି ଓ ମାଠିଆ ଧରି ପାଖ ନଦୀକୁ ପାଣି ପାଇଁ ଯାଉଛନ୍ତି ଗାଁର ମହିଳା ମାନେ । ଏ ଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ବାରୋ ପଞ୍ଚାୟତ ତରାଣ୍ଡ ଗାଁରେ । ଏଠାରେ ବସବାସ କରନ୍ତି ଶତାଧିକ ପରିବାରର । 

ଲୋକଙ୍କ ପାଇଁ ରାଜ୍ୟ ସରକାର ବସୁଧା ଯୋଜନା ମେଗା ପ୍ରକ୍ଳପ କରିଛନ୍ତି । ହେଲେ ଖାଲି ପାଇପ ବିଛାରେ ଲୋକେ ଖୁସି ହେବାକୁ ବାଧ୍ୟ ହେଉଛନ୍ତି । ଗୋଟେଏ ଟ୍ୟାପରୁ ବି ପାଣି ବାହାରୁନି । ଦୀର୍ଘ ଦିନ ହେଲା ପାଣି ସମସ୍ୟା ଲାଗିରହିଛି ଏବଂ ଆଉ ଏକ ମାତ୍ର ନଳକୂପ ଅଛି ଯେ, ସେଥିରୁ ହଳଦିଆ ପାଣି ବାହାରୁଛି । 

 

ପାଣି ସମସ୍ୟା ପାଇଁ ଅନେକବାର ଗ୍ରାମବାସୀ ପ୍ରଶାସନ ଠାରୁ ବିଡ଼ିଓ, ଜନ ପ୍ରତିନିଧିଙ୍କୁ ଅଭିଯୋଗ କରିଛନ୍ତି । ହେଲେ କେହି ଏହି ହରିଜନ ସାହିର ସମସ୍ୟା ଉପରେ କର୍ଣ୍ଣପାତ କରିନଥିଲେ । ପାଖରେ ଗୋଟିଏ ବସୁଧା ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ସେଥିରୁ ପାଣି ଆସୁନାହିଁ । ଯାହାଫଳରେ ହରିଜନ ସାହିକୁ ପାଣି ପାଇପ୍ ସଂଯୋଗ ହୋଇ ପାରୁନାହିଁ । ପ୍ରତିଦିନ ସମସ୍ୟାରେ ଘାଣ୍ଟି ହେଉଥିବା ଏହି ସାହିର ଲୋକମାନଙ୍କ ସମସ୍ୟାର ସମାଧାନ ନହେଲେ,  ଆଗାମୀ ଦିନରେ ରାଜରାସ୍ତାକୁ ଯିବା ସହ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କହିଛନ୍ତି ।
 

ମୁମ୍ବାଇରୁ ଲଣ୍ଡନ
20m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
22m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
25m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍