ବେଙ୍ଗାଲୁରୁ ରାମେଶ୍ୱରମ୍‌ କାଫେର ବିସ୍ଫୋରଣ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ
by Argus News
Wed, Mar 13 | 5:58 p.m.

ଅର୍ଗସ ବ୍ୟୁରୋ : ବଢୁଛି ଗିରଫ ସଂଖ୍ୟା । ବେଙ୍ଗାଲୁରୁ ରାମେଶ୍ୱରମ୍‌ କାଫେର ବିସ୍ଫୋରଣ ହୋଇଥିବା ଧଟଣାରେ ଆଜି ଜଣକୁ ଗିରଫ କରିଛି ଏନଆଇଏ । ଏହି ବିସ୍ଫୋରଣ ମାମଲାରେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି ତଥା ଏନଆଇଏକୁ ମିଳିଛି ବଡ଼ ସଫଳତା । ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏନଆଇଏ । ଗିରଫ ଅଭିଯୁକ୍ତ ଜଣକ ହେଉଛି ସବିର୍‌।  ବାଲାରୀରୁ ସବିରକୁ ଗିରଫ କରାଯାଇଛି। 

ଅଧିକ ପଢନ୍ତୁ ଭାରତ ଖବର

ବିସ୍ଫୋରଣ ପଛରେ ତା'ର ସମ୍ପୃକ୍ତି ଥିବା ଏନଆଇଏ ପ୍ରମାଣ ପାଇଛି। ସବିର ସିସିଟିଭି ଫୁଟେଜରେ ଥିବା ମୁଖ୍ୟ ଅଭିଯୁକ୍ତର ସହଯୋଗୀ ବୋଲି ଏନଆଇଏ ପକ୍ଷରୁ ଆଶଙ୍କା କରାଯାଇଛି । ମାର୍ଚ୍ଚ ମାସରେ ରାମେଶ୍ୱରମ କାଫେରେ ବିସ୍ଫୋରଣ ହେବା ପରେ ଏନଆଇଏ ପକ୍ଷରୁ ମାମଲାର ତନାଘନା କରାଯାଉଛି । କାଫେରେ ଟାଇମ୍‌ ବୋମ୍‌ ଥିବା ବ୍ୟାଗ ରଖିଥିବା ବ୍ୟକ୍ତିକୁ ଏବେ ଖୋଜା ଚାଲିଛି । ମୁହଁରେ ମାସ୍କ ଓ ମୁଣ୍ଡରେ ଟୋପି ପିନ୍ଧି ଥିବାରୁ ଅଭିଯୁକ୍ତକୁ ଚିହ୍ନଟ କରିବାରେ ବିଳମ୍ବ ହେଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଅଭିଯୁକ୍ତର ଚିହ୍ନଟ କରିବା ପାଇଁ ଚେଷ୍ଟା ଚାଲିଛି ।

PM MODI
12m ago
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍
ଦାଦାଗିରି
46m ago
ଭଟଲିରେ ସୁଶାନ୍ତ ସିଂଙ୍କ ଦାଦାଗିରି
ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ
ପ୍ରସନ୍ନ ଆଚାର୍ଯ୍ୟ
54m ago
ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା
ଭୁବନେଶ୍ୱର: ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଭାଷା । ମୋଦି ପଚାରିଥିଲେ ଅପାର ସମ୍ପଦ ଥାଇ ବି କାହିଁକି ଗରିବ ଓଡ଼ିଶା । ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲ