ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ ?
by Argus News
Wed, Feb 28 | 3:36 p.m.

ଅର୍ଗସ ବ୍ୟୁରୋ : ମଞ୍ଚ ଉପରେ ଅଛନ୍ତି ପାଣ୍ଡିଆନ । ଚାଲି ଛକାପଞ୍ଝାର ଖେଳ । ଏବଂ ଦେଖିବାକୁ ମିଳିଥିଲା ପାଣ଼୍ଡିଆନ ବାନାମ ଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ । ରାଜ୍ୟ ସରାକାର ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରୁଛନ୍ତି । ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦେଇ ସେମାନଙ୍କ ଆର୍ଥିକ ବୋଝକୁ କମ କରିବାକୁ, ନିର୍ବାଚନ ପୂର୍ବରୁ ଲଲିପପ୍ ଦେଉଛନ୍ତି ରାଜ୍ୟ ସରକାର ।

ଏହି କାର୍ଯ୍ୟକ୍ରମରେ ବେଗୁନିଆ ବୋଲଗଡ ଟାଙ୍ଗି, ବାଣପୁର ଓ ଚିଲିକା ୫ଟି ବ୍ଲକର ହଜାର ହଜାର ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ଏବଂ ପାଣ୍ଡିଆନଙ୍କ ଠାରୁ ସିଧାସଳଖ ମେଧାବୃତ୍ତି ଗ୍ରହଣ କରିବା ସହିତ ଆର୍ଥିକ ରାଶି ଆକାଉଣ୍ଟରେ ପାଇଥିଲେ । ଜଣକ ପରେ ଜଣେ ଛାତ୍ରଛାତ୍ରୀଙ୍କୁ ମଞ୍ଚକୁ ପାଣ୍ଡିଆନ ଡାକି ମେଧାବୃତ୍ତି ସହ ମାନପତ୍ର ଆଣୁଥିଲେ । ମେଧାବୃତ୍ତି ବଣ୍ଟନ ପରେ ପାଣ୍ଡିଆନ ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ଫଟୋ ଉଠାଇଥିଲେ । ତାପରେ ଘଟିଥିଲା ଘଟଣା । ଯାହାକୁ ନେଇ ସରଗମ ଏବେ ରାଜନୀତି ।

 

ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ଛାତ୍ରୀଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ ? ପ୍ରଶ୍ନ ପଚାରିବାର ଅଧିକାର କଣ ଛାତ୍ରୀଙ୍କର ନାହିଁ କି ? ମଞ୍ଚ ଉପରେ ଫୋଟୋ ଉଠାଇ ସାରିଲା ପରେ ମଞ୍ଚ ତଳକୁ ଯାଇନଥିଲେ ଛାତ୍ରୀ ଜଣକ । ସେ ପାଣ୍ଡିଆନକୁ କିଛି କହିବା ପାଇଁ ଚେଷ୍ଚା କରିଥିଲେ । ଏବଂ ମାଇକ ଫୋନ ମଧ୍ୟ ମାଗିଥିଲେ । ଏମିତି ଛାତ୍ରୀ ଜଣକ କିଛି ସମୟ ମଞ୍ଚ ଉପରେ ଛିଡ଼ା ହୋଇ ରହିଥିଲେ । କିନ୍ତୁ ଛାତ୍ରୀ ଜଣକଙ୍କୁ କିଛି କହିବା ପାଇଁ ସୁଯୋଗ ଦିଆ ଯାଇନଥିଲା । ଛାତ୍ରୀ ଜଣକ ଅବୁଝା ହୋଇ ୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ନାକେଦମ୍ କରିଥିଲେ । 

ଜିଲ୍ଲା ପ୍ରଶାସନ ଏବଂ ସୁରକ୍ଷା ଅଧିକାରୀ ତାଙ୍କୁ ମଞ୍ଚ ଉପରୁ ହଟାଇ ମଞ୍ଚ ତଳେ ପାଣ୍ଡିଆଙ୍କ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ବୁଝାଇବାରେ ଲାଗି ପଡିଥିଲେ । ବାସ୍ତବରେ ଝିଅ ଜଣକ କଣ କହିବାକୁ ଚାହୁଁ ଥିଲା ଏବଂ କଣ ପାଇଁ ମଞ୍ଚ ଉପରେ ଏହିଭଳି ପରିସ୍ଥିତି ସୁଷ୍ଟି କଲା ତାହା କିଛି ଜଣା ପଡିନାହିଁ । ସେପଟେ ମିଡିଆ ସାମ୍ନାରୁ ଛାତ୍ରୀ ଜଣକ କିଛି ନ କହିବାକୁ କଲେଜ କର୍ମଚାରୀ ସହ ଅଧିକାରୀ ବାରଣ କରଥିଲେ । ତରବରିଆ ଭାବେ ଛାତ୍ରୀଙ୍କୁ କେଉଁ ଆଡେ ନେଇ ପଳାଇ ଥିଲେ ।
 

MLA
55m ago
ପୁଷ୍ପାଙ୍କ ନାମରେ ମାମଲା ରୁଜୁ, ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ଅଭିଯୋଗ
ଅର୍ଗସ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମର
ମାତୃ ଦିବସ
ମାତୃ ଦିବସ ଉପଲକ୍ଷେ ବୃଦ୍ଧାଶ୍ରମରେ ମା' ମାନଙ୍କୁ ପୂଜାର୍ଚ୍ଚନା
କଟକ : ଆଜି ପବିତ୍ର ମାତୃ ଦିବସ । ଏହି ଅବସର ରେ କଟକ ଜିଲ୍ଲା ନିଆଳି ବ୍ଲକ ବୃନ୍ଦାବନ ବୃଦ୍ଧାଶ୍ରମରେ ଭ୍ୟୁ ଫାଉଣ୍ଡେସନ ପକ୍ଷରୁ ମାତୃ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ
TEMPERATURES
ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନୁକୂଳ ରହିବ ପାଗ। ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ । କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାର