କମ୍ ତେଲ ମସଲାରେ ଚିଲି ରସୁଣ ଚିଙ୍ଗୁଡି
by Argus News
Sat, Mar 02 | 5:35 p.m.

ଅର୍ଗସ ବ୍ୟୁରୋ: ଘରେ ଅନେକ ପ୍ରକାରର ଖାଦ୍ୟ ରୋଷେଇ କରିଥିଵେ କିନ୍ତୁ ଏହି ରେସିପିକୁ ଥରେ କରନ୍ତୁ ଵାରମ୍ଵାର ଖାଇଵାକୁ ଇଛା ହେଵ । ଚିଲି ରସୁଣ ଚିଙ୍ଗୁଡି । ଵିଷେଶ କରି ଯେଉଁମାନେ ମସଲା ଯୁକ୍ତ ଖାଦ୍ୟ ଖାଇଵାକୁ ପସନ୍ଦ କରନ୍ତି ନାହିଁ ସେମାନେ ଥରେ ଖାଇଲେ ସଵୁଵେଳେ ଖାଇଵାକୁ ଇଛା କରିଵେ  । ଏହାକୁ ରୁଟି ହେଉ କି ଭାତ ସବୁଥିରେ ଆପଣ ମଜା ନେଇପାରିଵେ ।

ଆବଶ୍ୟକ ସାମଗ୍ରୀ :-  

୧ଗୋଟା ଚିଙ୍ଗୁଡି
 ୨ଲଙ୍କା ଗୁଣ୍ଡ 
୩ଚିଲି ସସ୍ 
୪ ରସୁଣ 
୫ଲେମ୍ଵୁ ରସ 
୬ଧନିଆ ପତ୍ର 
୭ ଭୃସଙ୍ଗ ପତ୍ର 
୮ତେଲ ଓ ଲୁଣ ସ୍ଵାଦ ଅନୁସାରେ  
 

ପ୍ରସ୍ତୁତି ପ୍ରଣାଳୀ :-

ଏକ ପାତ୍ରରେ  କଟା ହେଇଥିଵା ରସୁଣ ,ଚିଲି ସସ୍ ,ଲଙ୍କା ଗୁଣ୍ଡ,ଧନିଆ ପତ୍ର, ଭୃସଙ୍ଗ ପତ୍ର ଓ ଚାରି ଚାମଚ ଲେମ୍ଵୁ ରସ ଓ ସ୍ଵାଦ ଅନୁସାରେ ଳୁଣ ପକାଇବେ । ସେଥିରେ ଚିଙ୍ଗୁଡିକି ଭଲ ଭାଵରେ ଗୋଳାଇ କିଛି ସମୟ ରଖି ଦେବେ । ତା ପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ  ସେଥିରେ ଚିଙ୍ଗୁଡିକୁ ପକାଇ ଦୁଇ ପଟକୁ  ଭଲ ଭଵରେ ଭାଜି ଦିଅନ୍ତୁ । ଭଲ ଭାଵରେ ଭାଜି ହୋଇଗଲା ପରେ ଗରମ ଗରମ ପରସି ଦିଅନ୍ତୁ ଚିଲି ଚିଙ୍ଗୁଡି ରସୁଣ । ଏହାକୁ ଆପଣ ଭାତ ହେଉ କି ରୁଟି ସବୁଥିଲେ ଖାଇପାରିବେ । କମ ମସଲାରେ ଖୁବ ସ୍ୱାଦିଷ୍ଟ ଲାଗିବ ଏହି ରେସିପି । 
 

BJP
now
ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ଅର୍ଗସ ବ୍ୟୁରୋ : ବାରବାଟୀ-କଟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିଆରା ପ୍ରଚାର । ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଆଜ
MOTHER-IN-LAW
42m ago
ବୋହୂର ମାଡରେ ଶାଶୂ ଗୁରୁତର, ଭାଇରାଲ ହେଉଛି ମାଡ଼ ବେଳର ଦୃଶ୍ୟ
ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାର
MANMOHAN SAMAL
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ