ଆମେ ଦେଖାଇବୁ ବାତ୍ୟାର ନିଚ୍ଛକ ଛବି 
by Argus News
Wed, Oct 23 | 7:35 p.m.

ଅର୍ଗସ ବ୍ୟୁରୋ: ଆସୁଛି ବାତ୍ୟା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ମଧ୍ୟରାତ୍ର ଓ 25 ତାରିଖ ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା । ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ଅର୍ଗସର ଅପିଲ୍ । ଲୋକଙ୍କୁ ସଠିକ ବାତ୍ୟା ଖବର ଦେବାକୁ ଅର୍ଗସ ନ୍ୟୁଜର ବଡ଼ ପ୍ରସ୍ତୁତି । 


ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ 14 ଜିଲ୍ଲାରେ ପ୍ରସ୍ତୁତ ପ୍ରଶାସନ। ବାତ୍ୟାରେ ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାରେ NDRF ସହ ମୁତୟନ ହୋଇଛନ୍ତି ଓଡ୍ରାଫ ଟିମ୍ । ମହଜୁଦ ରଖାଯାଇଛି ଯଥେଷ୍ଟ ପରିମାଣର ରିଲିଫ ସାମଗ୍ରୀ । ଜାରି ହୋଇଛି ହେଲ୍ପ ଲାଇନ ନମ୍ବର । ଖାଦ୍ୟ ଓ ଚିକିତ୍ସା ସେବା ପାଇଁ  ଜାରି ହୋଇଛି 1962 ନମ୍ବର । 


ବାତ୍ୟାରେ ପ୍ରଭାବିତ ହୋଇପାରେ ବାଲେଶ୍ବର ଜିଲ୍ଲା ସମେତ ଭଦ୍ରକ, କେନ୍ଦ୍ରପଡ଼ା, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା ।  ଏହିସବୁ ଜିଲ୍ଲାରେ ଲୋକଙ୍କ ପାଇଁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିବା ସହ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । 


ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାରେ ପର୍ଯ୍ୟାପ୍ତ ମାତ୍ରାରେ ଶୁଖିଲା ଖାଦ୍ୟ, ଔଷଧ, ଗୋ-ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମତ୍ସ୍ୟଜୀବୀଙ୍କୁ ବାତ୍ୟା ନେଇ ସତର୍କ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ 25 ତାରିଖ ପର୍ଯ୍ୟନ୍ତ 14 ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି । ସରକାରୀ ଅଧିକାରୀମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି ।


ଯେଉଁ ଜିଲ୍ଲାରେ ବାତ୍ୟା ପ୍ରଭାବ ରହିବ ସେଠାରେ ଲୋକଙ୍କ ରହିବା ଖାଇବା ବ୍ୟବସ୍ଥା ପାଇଁ ବ୍ଲକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଟ୍ୟାଙ୍କର ମାଧ୍ୟମରେ ତଳୁଆ ଓ ପାଣି ଘେରରେ ଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି । ପଞ୍ଚାୟତ ଓ RD ବିଭାଗ ରାସ୍ତା ମଧ୍ୟ ଚିହ୍ନଟ ହୋଇଛି । କୌଣସି ସ୍ଥାନରେ ଘାଇ ସୃଷ୍ଟି ହେଲେ ତୁରନ୍ତ ବାଲି ବସ୍ତା ଦ୍ୱାରା ଘାଇ ମରାମତି କରାଯିବ । 


ବାତ୍ୟା ପ୍ରଭାବିତଙ୍କୁ ସେବା ଯୋଗାଇବା ପାଇଁ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରସ୍ତୁତ ଅଛନ୍ତି । ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିବାବେଳେ ପୁରୀ, ଧାମରା, ପାରାଦୀପ ବନ୍ଦରରେ ଜାରି ହୋଇଛି ବିପଦ ସଂକେତ ।  ବାତ୍ୟା ପ୍ରଭାବିତ ହେବା ଆଶଙ୍କା ଥିବା ସବୁ ସ୍ଥାନରୁ ସଠିକ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ  ଲୋକଙ୍କ ସହ ଗ୍ରାଉଣ୍ଡ ଜିରୋରେ ଅଛି ଅର୍ଗସ ଟିମ ।

ଓଡ଼ିଶାକୁ ପଶିଲା ଦାନା: ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର

 

CM REVIEW
4m ago
ତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷ
CYCLONE UPDATE
24m ago
କାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9 ଟା ଯାଏଁ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି
ଧାମରା ପୋର୍ଟରେ
28m ago
ଧାମରା ପୋର୍ଟରେ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଧାମରା ଆଦାନୀ ପୋର୍ଟରେ ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପୋର୍ଟ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ଅଛନ୍ତି ଜିଲ୍ଲାର ବିଭିନ୍