କେମିତି କଟିବ ଆଜିର ଦିନ ଜାଣନ୍ତୁ....
by Argus News
Thu, Apr 11 | 9:32 a.m.

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ଜାଣନ୍ତୁ... 
ମେଷ-
କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କୌଣସି ଛୋଟା ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ
ବୃଷ-
ସ୍ୱାସ୍ଥ୍ୟ  କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ । ବ୍ୟବସାୟରେ ପ୍ରତିହିଂସା ଲାଗି ରହିବ । ଛାତ୍ରଛାତ୍ରୀ ମାନେ ପଢାରେ ଆଗେଇବେ ।  ରାଜନିତିରେ ଉଚ୍ଚ ପଦବୀ ପାଇବେ । ମହିଳା ମାନେ ସାହାସୀ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ 
ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ପ୍ରଶାସନିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବ । ଗୃହ ନିର୍ମାଣ, ଯାନ ମରାମତିରୁ ଖୁସି ରହିବେ । କାର‌୍ୟ୍ୟକୁଶଳତା ହେତୁ ମାନସିକ ସ୍ଥିତି ଭଲ ରହିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ପୂଜା ପାଠ କରନ୍ତୁ
କର୍କଟ-
ବଡ ବ୍ୟବସାୟୀଙ୍କ ସହିତ ହାତ ମିଶାଇବେ । ଜୀବନସାଥୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବ। ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି । ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ । ଧାର୍ମିକ କାର୍ଯ୍ୟ କରିବାର ମଧ୍ୟ ଆପଣଙ୍କୁ ସୁଯୋଗ ମିଳିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ  
ସିଂହ-
ପାରିବାରିକ ସ୍ଥିତି, ସଭାସମିତି, ଆଲୋଚନାଚକ୍ର, ସାହିତ୍ୟ ସଭା ପ୍ରଭୃତିରୁ ଖୁସି ରହିବେ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି ।  ଭୁଲ୍ ଅର୍ଥ ସମ୍ପର୍କିତ ଆଲୋଚନାରେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି । ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କନ୍ୟା-
ବ୍ୟବସାୟରେ ଲାଭାଂଶ କମାଇବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ବିଦ୍ୟାର୍ଥୀମାନେ ବିଦ୍ୟାନୁରାଗି ହେବେ । ରାଜନିତିରେ ଭଲ କାମ କରି ଲୋକଙ୍କ ପ୍ରିୟ ରହିବେ । ମନରେ ଉଦ୍ବେଷ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ତୁଳା-
ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ ମନ ଭଲ ଲାଗିବ ନାହିଁ । ଯେ କୌଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ନିଜ ମନ ପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କର ଦର୍ଶନ ସହିତ ପୂଜା ପାଠ କରନ୍ତୁ
ବିଛା-
ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର । ଗୃହରେ କୌଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । ବିଦ୍ୟାର୍ଥୀଙ୍କ ମନ ନୈରାଶୀଯୋଗ ରହିବ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନିତିରେ ସମ୍ମାନ ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ
ଧନୁ-
ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ ।  ବ୍ୟବସାୟ ଅଗ୍ରଗତି କରିବା ପାଇଁ  ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦିତା କ୍ରମଶଃ ବୃଦ୍ଧି ପାଇବ।   ଇଲୋକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –  ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
ପାରିବାରିକ ଜୀବନରେ ଆବଦ୍ଧ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ବହୁ ଚେଷ୍ଟା କରି ଲାଭ ପାଇବେ । କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ । କୈାଣସି ବଡ ବିନିଯୋଗ କରିବା ସହିତ ଆର୍ଥିକ ଅଭିବୃଦ୍ଧି ଘଟିବ । ପ୍ରଶାସନ, ଅଧ୍ୟୟନ କ୍ଷେତ୍ରରୁ ଶୁଭଫଳ ମିଳିବ। 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ଦେହ ଭଲ ରହିଲେ ମଧ୍ୟ ମୁଣ୍ଡ ରୋଗରେ କଷ୍ଟ ପାଇବେ । ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ । ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ 
ମୀନ-
ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ। ଯେକୌଣସି ସମସ୍ୟା ଆସିଲେ ତାହାକୁ ସାମ୍ନା କରିବେ । ଭୂ-ସମ୍ପତିକୁ ନେଇ କଳହ ଦେଖାଦେବ । ମହିଳା ମାନଙ୍କର ନନ୍ଧୁ ମିଳନ ଯୋଗ ରହିଛି । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର 
 

IRAN PRESIDENT
16m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍
MODI
46m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ