ଜାଣନ୍ତୁ ବାତ୍ୟା ଖବର ସଂକ୍ଷେପରେ..
by Argus News
Wed, Oct 23 | 11:59 a.m.

୧- ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଦାନା' । ଆସନ୍ତାକାଲି ନେବ ଭୀଷଣ ବାତ୍ୟାର ରୂପ । ୨୪ କିମ୍ବା ୨୫ରେ ସ୍ଥଳଭାଗ ଛୁଇଁବା ସମ୍ଭାବନା । 
୨- ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଅତିକ୍ରମ କରିବା ବାତ୍ୟା । ) ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ଦାନା….ପାରାଦ୍ବୀପ ଠାରୁ ୫୬୦ କିମି ଓ ସାଗରଦୀପ ଠାରୁ ୬୩୦ କିମି ଦୂରରେ ରହିଛି ଦାନା । 
୩- ସ୍ଥଳଭାଗ ମୁହାଁ 'ଦାନା' । କାଲିଠୁ ବଢିବ ପବନର ବେଗ । ସର୍ବାଧିକ ୧୦୦ରୁ ୧୨୦ ହେବା ସମ୍ଭାବନା । 
୪- ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣି... ଆଜି ଦିନ ୨ଟା ସୁଦ୍ଧା ଦଶହରା ପାଇଁ କଟକ ସହରରେ ଲାଗିଥିବା ବାଉଁଶ ଗେଟ, ଲାଇଟ ଗେଟ ତୁରନ୍ତ କାଢିବା ପାଇଁ ନିର୍ଦ୍ଦେଶ... ନମାନିଲେ ହେବ ଉଚ୍ଛେଦ.
୫-ସମ୍ଭାବ୍ୟ ବାତ୍ୟା ପାଇଁ 197ଟି ଟ୍ରେନ୍ ବାତିଲ୍ କଲା ରେଲୱେ...୨୩, ୨୪ ଓ ୨୫ ତାରିଖ ତିନି ଦିନ ପାଇଁ ରେଳବାଇର ଘୋଷଣା...ଓଡ଼ିଶା ଦେଇ ଯାଉଥିବା 94ଟି ଅପ୍ ଟ୍ରେନ୍ ଓ ୧୦୩ଟି ଡାଉନ୍ ଟ୍ରେନ୍ ବାତିଲ୍. ।
୬- ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ନିଷ୍ପତ୍ତି.... ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହିବାକୁ ଦେଲେ ନିର୍ଦ୍ଦେଶ..
୭- ବାତ୍ୟା ଦାନାକୁ ନଜରରେ ରଖି ପ୍ରସ୍ତୁତି ଜୋରଦାର ..... ପଞ୍ଜାବରୁ ଓଡ଼ିଶା ଆସିଲେ NDRF ଟିମ୍ .... ଦୁଇଟି ବାୟୁସେନା ବିମାନ ଯୋଗେ ଭବୁନେଶ୍ବର ଆସିଲେ 150 NDRF ଯବାନ .
୮- ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ଲୋକସେବା ଭବନରେ ଦିନ 11ଟାରେ ବୈଠକ ବସିବ । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ କ୍ୟାବିନେଟ ମୋହର ।
୯- ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଳାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଭଳି କୌଣସି ବାତ୍ୟା ଦ୍ବାରା କ୍ଷତି ନ ଘଟିବ ସେନେଇ ଏଏସଆଇ ପକ୍ଷରୁ ଅଧିକାରୀ ମାନଙ୍କୁ ଚିଠି ଯୋଗେ ନିର୍ଦ୍ଦେଶ ।
୧୦- ରୁଷର କାଜାନଠାରେ ଆରମ୍ଭ ହୋଇଛି ବ୍ରିକ୍ସ ସମିଟ୍ । ବୈଠକ ଆରମ୍ଭରେ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ଶାନ୍ତିର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  କାଜାନରେ ମୋଦିଙ୍କୁ କୃଷ୍ଣ ଭଜନ ଗାଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ କଳାକାର
 

CYCLONE DANA
3m ago
ମାଡ଼ ହେବାର ୩୦ କି.ମିକୁ ଘାଣ୍ଟିବ !
ଅର୍ଗସ ବ୍ୟୁରୋ : ସ୍ଥଳଭାଗ ଆଡକୁ ପାଖେଇ ଆସୁଛି ବାତ୍ୟା ଦାନା । ସମୁଦ୍ରରେ ଘଂଟାପ୍ରତି ୧୮ କିମି ବେଗରେ ବାତ୍ୟା ମାଡ଼ି ଆସୁଛି । ଧୀରେ ଧୀରେ ପାରାଦୀପ ରାଡରରେ ବାତ୍ୟା ଦୃଶ୍ୟମା
ବାତ୍ୟା
25m ago
ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ
ଅର୍ଗସ ବ୍ୟୁରୋ : ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । ପାରାଦୀପ ରାଡାର୍‌ ତଥ୍ୟରୁ ପାଣିପା
BJP
31m ago
ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି
ଅର୍ଗସ ବ୍ୟୁରୋ: ବତ୍ୟା ପାଇଁ ଜୋରଦାର ପ୍ରସ୍ତୁତି । ବିଜେପିର ବାତ୍ୟା ହେଲ୍ପ ଲାଇନ୍ ଜାରି ହୋଇଛି । ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି । ଏନେଇ ବିଜେପି ରାଜ୍