ଏହି 5 ରାଶି ସତର୍କ ରୁହନ୍ତୁ...
by Argus News
Tue, Apr 16 | 8:58 a.m.

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । 

 
ମେଷ-

କୈାଣସି ବଡ ସୁବିଧା ମିଳିବା  ଯୋଗୁଁ ଧନ ଲାଭ ହେବ । ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି ।  ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଘରୋଇ କଂପାନୀରେ ଚାକିରି ମିଳିପାରେ । ଲେଖାପଢାରେ ଧନ ଅର୍ଜନ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ

ବୃଷ-

ଘରକୁ ଅତିଥିଙ୍କର ଯିବା  ଆସିବା ଲାଗି ରହିବ । ଦୁଃସାହସିକ କାର‌୍ୟ୍ୟ ସମ୍ପାଦନା କରିବେ । ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର‌୍ୟ୍ୟ ହାସଲ କରିବେ । ଅଧିକାର ଜାହିର କରିବାରୁ ନିବୃତ ରୁହନ୍ତୁ । ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ । ଘରୋଇ କଂପାନୀରେ ଚାକିରି ମିଳିପାରେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ-

 

ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।  ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।ଶତୃ ମାନେ ହଠାତ୍ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ । ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । 

ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-

ଅବିବାହିତ କନ୍ୟାଙ୍କ ଲାଗି ଲାଭ ଦିନଟିଏ । ଆପଣ ଯେଉଁ ନିଷ୍ପତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ । ଜୀବସାଥି ସହ ସୁଖଦ ସମୟ କାଟିବେ । କଂପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଦିନ ଭଲ ରହିବ । ଅନ୍ୟମାନଙ୍କ ସହିତ କଥା ହେବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ-

ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ । ଉତ୍ତମ ବୁଝାମଣା କାରଣରୁ ପାରିବାରିକ ଜୀବନ ସୁମଧୁର ହୋଇ ଉଠିବ । ମାଙ୍ଗଳିକ କାର‌୍ୟ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ମଧୁର ବ୍ୟବହାର ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କର ପ୍ରିୟପାତ୍ର ହେବେ 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା-

ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଅଧିକ ଖର୍ଚ୍ଚ ହୋଇପାରେ ।
ମନରେ ବିଭିନ୍ନ ପ୍ରକାରର ଭାବନା  ସୃଷ୍ଟି ହୋଇପାରେ ।  ରାଜନୀତିରେ ଲୋକ ସପଂର୍କ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହେଯାଗ  ପାଇ ଉପକୃତ ହେବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ତୁଳା-

ଆନନ୍ଦମୟ ପରିବେଶରେ ସମୟ ଅତିବାହିତ ହେବ । ସ୍ୱାସ୍ଥ୍ୟରେ ଉନ୍ନତି, ପରିବାର ସଦସ୍ୟଙ୍କ ଆଶାପୂରଣ ଓ ଯାତ୍ରାରେ ସଫଳତା ପାଇବେ । ଯାନବାହାନ, ଲାଭ ସାଙ୍ଗକୁ ମନୋରଞନ ଓ ମାଙ୍ଗଳିକ କାମରୁ ଖୁସିରହିବେ । ଅନ୍ୟର ସାହାର୍ଯ୍ୟ, ସମର୍ଥନ ଲକ୍ଷହାସଲରେ ସହାୟକ ହୋଇପାରିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟକୁ ପୂଜା କରନ୍ତୁ

ବିଛା-

ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ଉଚ୍ଚ ସ୍ଥାନରୁ ପଡି ଯାଇ ଗୋଡରେ ଆଘାତ ଲାଗିପାରେ ।  ମନକୁ ସ୍ଥିର ରଖି ସବୁ ସମସ୍ୟାର ସମାଧାନ କରି ପାରିବେ ।  ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ପ୍ରଶଂସା ମିଳିପାରେ । କୌଣସି ଗୁରୁତ୍ୱ ପୂର୍ଣ୍ଣ କାର‌୍ୟ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଧନୁ-

ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇବେ । ଦାମ୍ପତ୍ୟ ଜୀବନରେ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଅନୁଭବ କରିବାକୁ ଅଧିକ ସୁଯୋଗ ଆସିବ । କର୍ମକ୍ଷେତ୍ରରେ ସାଧାରଣ କଥାରୁ ମନାନ୍ତର ଘଟିବାର ଆଶଙ୍କା ଦେଖାଦେଇପାରେ । ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । 
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ

ମକର-

ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ଆଇନ, ଅଦାଲତ ଓ କଳା, କାରିଗରି କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ଛାତ୍ରଛାତ୍ରି ମାନେ ସୁଖ୍ୟାତି ଅର୍ଜନ କରିବା ସହିତ ସବୁ ପ୍ରକାର ସହଯୋଗ କରିବେ । ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ଆପଣଙ୍କ ଚିନ୍ତାଧାରା ଭଲ ହେଲେ ମଧ୍ୟ ପାରିପାର୍ଶ୍ୱିକ ପରିସ୍ଥିତି ଓଲଟା ରହିବ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ

କୁମ୍ଭ-

ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି । ଦୀର୍ଘ ଦିନରୁ କଥାବାର୍ତ୍ତା କରୁ ନ ଥିବା ବନ୍ଧୁଟି ନିକଟକୁ ଆସିବେ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବାରେ ସହାୟକ ହେବ । ଅନ୍ୟମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ବିଭିନ୍ନ ଚେଷ୍ଟା କଲେ ମଧ୍ୟ ଅସଫଳ ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ମୀନ-

ପରିବାରର ସମ୍ପର୍କୀୟଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ଉନ୍ନତ ଜ୍ଞାନ କୈାଶଳରେ କାର‌୍ୟ୍ୟ କରୁଥିବା ଲୋକମାନଙ୍କ ପାଇଁ ବିଶେଷ ଶୁଭ ହେବ । ବିଦ୍ୟାର୍ଥୀଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସୁଫଳ ମିଳିବ । ବାହାର ଜାଗାରେ ଆପଣଙ୍କର କୌଣସି କାମ ଅଟକି ରହିବ ନାହିଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

PM
11m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
36m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ