ଆଜି କେମିତି କଟିବ ଆପଣଙ୍କ ଦିନ
by Argus News
Sun, Sep 15 | 8:07 a.m.

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ବାଗ୍ୟ ଭବିଷ୍ୟତ । ପଢନ୍ତୁ....

ମେଷ-
ଘରୋଇ କାର‌୍ୟ୍ୟ ଯୋଗୁଁ ଥକା ଅନୁଭବ କରିବେ ଜ୍ଝ  ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର‌୍ୟ୍ୟ କରି ଦେବେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରିକ୍ଷାରେ ସଫଳ ହେବେ । ମହିଳା ମାନେ ଧର୍ମପରାୟଣ ରହିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ   
ବୃଷ-
ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ ।
ପୌତୃକ ସମ୍ପତିକୁ ନେଇ ଭାଗ ଦେଖାଦେବ । ମହିଳା ମାନେ ବନ୍ଧୁ ପରିଜନଙ୍କ ସହିତ ସମୟ ବିତାଇବେ । ବହୁ ଦିନର ସ୍ୱପ୍ନ ସାକାର ହେବ । ଆପଣଙ୍କର ଧ୍ୟାନ ଧାର୍ମୀକ କାର‌୍ୟ୍ୟରେ ଲାଗି ରହିବ । ସନ୍ତାନର ସଫଳତା ଯୋଗୁଁ ଖୁସିର ପରିବେଶ ରହିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଗୋସାଳାରେ ଗୋଖାଦ୍ୟ ଦାନ କରନ୍ତୁ 
ମିଥୁନ-
ଦାମ୍ପତ୍ୟ ଜୀବନରେ ପତୀପତ୍ନୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂରିଭୂତ ହୋଇଯିବ । 
ପରିବାରର ସମପର୍କୀୟଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାର‌୍ୟ୍ୟ ସହଯୋଗ ମିଳିବ ।    ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି । ମାଲିମକନ୍ଦମାରେ ସଫଳତା ହାସଲ କରିବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କର୍କଟ-
କର୍ମ  କ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ସାମୟିକ ଆନନ୍ଦିତ ରହିବେ । ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ । ଯାନବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିପାରନ୍ତି । ପିଲାଦିନର ସାଙ୍ଗଙ୍କ ସହିତ ଭେଟ ହୋଇପାରେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨    
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ପିତା ମାତା ନିଜ ସନ୍ତାନଙ୍କ ବିବାହ ପାଇଁ ଯୋଜନା କରି ପାରନ୍ତି କ୍ଷ  କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ କ୍ଷ ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ । ଚାକିରିଆଙ୍କୁ ଅଫିସ୍ କାମରେ  ଦୂର ଜାଗାକୁ ଯାତ୍ରା କରିବେ । ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ । ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି । ନିର୍ମାଣ କାର‌୍ୟ୍ୟରେ ଆଗେଇବେ, ଆଶା ବଢି ବଢି ଚାଲିବ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ନିଜର ସାଧ୍ୟ ମତେ କିଛି ସାହାର‌୍ୟ୍ୟ , ସହଯୋଗ କରନ୍ତୁ
ତୁଳା-
ପରିବାରରେ ପୁତ୍ର ସନ୍ତାନର ଲାଭ ମିଳିବ । ବ୍ୟବସାୟରେ ଉନ୍ନତି କରିବେ । କୋର୍ଟର ତାରିଖ ସି୍ଥର ଧାର‌୍ୟ୍ୟ ହେବ । ମହିଳା ମାନେ କର୍ମତତ୍ପର ରହିବେ । ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ ।  ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ  ମନ୍ତ୍ର ପାଠ କରନ୍ତୁ
ବିଛା-
କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ  କରିନେବେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ସବୁ କାମ ନିର୍ଦ୍ଧାରିତ ସମୟରେ ପୁରା କରିବା ପାଇଁ ଚେଷ୍ଟା କରିବେ । ଜେଲ୍ ରୁ ଜାମିନ୍ ମିଳିପାରେ । ନୂଆ ଜ୍ଞାନ ର ବୃଦ୍ଧି ହେତୁ ପ୍ରଚୁର ଧନ ଲାଭ ହେବ । ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରିପାରନ୍ତି । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବେ । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । କ୍ରିଡା,ମନୋରଞନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ । ଜାଗା, ଜମି ଆଦି କ୍ରୟ କରିବେ । ନିଜ ଲୋକ କେହି ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ମା ତାରାଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ 
ମକର-
ଆଜି କିଛି ଭଲ ଖବର ମିଳିବ ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ । ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ । ସାମ୍ବାଦିକ କ୍ଷେତ୍ରରେ କାର‌୍ୟ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ । ଘରୋଇ କାର‌୍ୟ୍ୟକୁ ପୁରା କରିବାରେ ସକ୍ଷମ ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପ୍ରତିଦିନ ସକାଳୁ କିଛି ଖାଦ୍ୟ  କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ
କୁମ୍ଭ-
ଦାମ୍ପତ୍ୟ କଳହର ଅବସାନ ଘଟିବ । ଅନେକ ଦିନରୁ ବାକି ରହିଥିବା କାମକୁ ଆଜି ସଂପୂର୍ଣ୍ଣ କରିବେ । କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର- ଶାମି ଗଛ ତଳେ ସୋରିଷ ତେଲରେ ଏକ ଦୀପ ଜାଳନ୍ତୁ
ମୀନ-
ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ ସହିତ ସଂଚୟ କରିପାରନ୍ତି । ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ । ନୂତନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ । ମହିଳା ମାନେ ବନ୍ଧୁ ପରିଜନଙ୍କ ପ୍ରିୟ ପାତ୍ର ହେବେ । ସାମାଜିକ କ୍ଷେତ୍ରରେ ଯଶ ବଢିବ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା