କୋରିଆନ୍ ରାମେନ୍ ବାଉଲ୍ ଡିସ୍ , ଥରେ ଖାଇଲେ ପାଟିରୁ ଛାଡିବନି....
by Argus News
Mon, Aug 26 | 4:23 p.m.

ଅର୍ଗସ ବ୍ୟୁରୋ : ଓଡିଶାର ପ୍ରଥମ କୁକିଙ୍ଗ ରିୟାଲିଟି ସୋ' ସ୍ବାଦ ଓଡିଶା ସିଜିନ-୨ । ଏପରି ଏକ ନିଆରା ପ୍ରୟାସ କରିଛି ଅର୍ଗସ ନ୍ୟୁଜ ।  ଯେଉଁଠି ରିୟାଲିଟି ସୋ' ରେ ଆପଣ ଦେଶୀ , ବିଦେଶୀର ବିଭିନ୍ନ ପ୍ରକାର ଆଇଟମ୍ସ ଦେଖିବାକୁ ପାଇବେ । ବିଭିନ୍ ଆଞ୍ଚଳିକ ସ୍ଥାନର ପ୍ରସିଦ୍ଧ ଖାଦ୍ୟ ତଥା ଦେଶ ବାହାରର ମଧ୍ୟ କିଛି ଫେମସ୍ ଡିସ ଆପଣ ଦେଖିକି ନିଜ ଘରେ ସହଜରେ ବନେଇପାରିବେ ।  ତେବେ ଆମେ ଘରୋଇ ତଥା ଦେଶୀ ଖାଦ୍ୟ ପ୍ରତିଦିନ ନିଜ ଘରେ ପ୍ରସ୍ତୁତ କରିଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା କୋରିଆନ ଫେମସ୍ କୋରିଆନ୍ ରାମେନ୍ ବାଉଲ୍ । ବେଳେବେଳେ ବିଦେଶୀ ଖାଇବା ବନେଇବା ପାଇଁ ଏବଂ ଖାଇବା ପାଇଁ ସମସ୍ତଙ୍କର ଇଚ୍ଛା ହୋଇଥାଏ । ଆଜି ଆମେ ଜାଣିବା କୋରିଆନ୍ ରାମେନ୍ ବାଉଲ୍ କିପରି ଘରେ ସହଜରେ ତିଆରି କରିପାରିବେ ।
ପ୍ରଥମେ ତ ଏଥିପାଇଁ ଆପଣଙ୍କ ଆବଶ୍ୟକୀୟ ସାମଗ୍ରୀ ନୁଡଲ୍ସ , ଚିନି , ମଶରୁମ୍ , ବିନ୍ସ , ପାଳଙ୍ଗ , ସୋୟା ସକ୍ସ , ପିଆଜ, ରସୁଣ ଆଦି ଯୋଗାଡ କରିବେ । 
କେମିତି କରିବେ ?...
ପ୍ରଥମେ ଏକ ପାତ୍ରରେ ପାଣି ଗରମ କରିବେ । ସେଥିରେ ନୁଡଲ୍ସକୁ ସିଝିବା ପାଇଁ ପକାଇଦେବେ । ଧ୍ୟାନ ରଖିବେ ନୁଡଲ୍ସ ୯୦ ପ୍ରତିଶତ ହିଁ ସିଝିବା ଦରକାର । ଏହାପରେ ପାଣିକୁ ଛାଣି ନୁଡଲ୍ସକୁ ଥଣ୍ଡା ହେବାପାଇଁ ଛାଡିଦେବ ।ସେହିପରି ଅନ୍ୟଏକ ପାତ୍ରରେ ଛତୁକୁ ସିଝାଇ ଦେବେ । ଏପଟେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ପିଆଜ, ରସୁଣକୁ ହାଲକା ଫ୍ରାଏ କରିବେ । ଅନ୍ୟ ପାତ୍ରରେ ବାଦାମକୁ ମଧ୍ୟ ହାଲକା ଫ୍ରାଏ କରିବେ । ଏହାପରେ ସିଝା ହୋଇରହିଥିବା ଛତୁରେ ଚିଲିଫ୍ଲେକ୍ସ , ବିନ୍ସ, ଗାଜର ପକାଇ ଫ୍ରାଏ କରିବେ । ଏଥିରେ, ଚିନି, ସ୍ବାଦ ଅନୁସାରେ ଲୁଣ, କଳା ମରିଚ, ପକାଇ ଭଲ ଭାବରେ ଗୋଳାଇ ଦେବେ । ସେଥିରେ ଫ୍ରାଏ ହୋଇଥିବା ପିଆଜ , ରସୁଣ , ନୁଡଲ୍ସକୁ ପକାଇ ଧିରେ ଧିରେ ୨ ରୁ ୩ ମିନିଟ ଯାଏଁ ଫ୍ରାଏ କରିବେ । ପରେ ଏଥିରେ କଟା ପିଆଜ , କିଛି ଲଙ୍କା ଦେଇ ସୁନ୍ଦର ଭାବେ ସଜାଇ ପରସି ଦେବେ ।
ଏହି ରେସିପିକୁ ଅତି ସୁନ୍ଦର ଭାବେ ସଜାଇ ପ୍ରସ୍ତୁତ କରିଛନ୍ତି ଆମ ପ୍ରତିଯୋଗୀ । ତେବେ ଆହୁରି ଅଧିର ରେସିପି ଉପରେ ଜାଣିବାକୁ ଚାହୁଁଥିଲେ  ଦେଖନ୍ତୁ ସ୍ବାଦ ଓଡିଶା ସିଜିନ ୨ ପ୍ରତ୍ୟେକ ରବିବାର ଅପରାହ୍ନ ୧ଟା ୩୦ ଏବଂ  ପୁନଃ ପ୍ରସାରଣ ସମୟ ଶୁକ୍ରବାର ରାତି ୯ଟା ୩୦ ଏବଂ  ଶନିବାର ଅପରାହ୍ନ  ୩.୩୦ ରେ କେବଳ ଅର୍ଗସ  ନ୍ୟୁଜରେ । ଏହାଛଡା ଆପଣ ୟୁଟ୍ୟୁଜ, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ରେ ମଧ୍ୟ ଏହାର ବିଭିନ୍ନ ଏପିସୋଡ Shorts ଓ Video ମାଧ୍ୟମରେ ଦେଖିପାରିବେ । ଏବଂ ଘରେ ଏଭଳି ସୁଆଦିଆ ଖାଇବା ବନେଇ ଆପଣଙ୍କ ପ୍ରିୟଜନଙ୍କୁ ଖୁଆଇପାରିବେ । 

 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା