ଯାହା କେହି କଲେନି, ଉତ୍କଳ ଦିବସରେ ଧର୍ମେନ୍ଦ୍ର କରି ଦେଖାଇଲେ
by Argus News
Mon, Apr 01 | 8:26 p.m.

ଅର୍ଗସ ବ୍ୟୁରୋ: ବିବାଦୀୟ କୋଟିଆ ଗଲେ, ଆନ୍ଧ୍ର ଗୋ ବ୍ୟାକ୍‌ ନାରା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଗୋ ବ୍ୟାକ୍‌ କହିଥିଲେ ତାହା ନୁହେଁ ବରଂ ଆନ୍ଧ୍ର ଅଧିକାରୀଙ୍କୁ ଓଡ଼ିଶା ସୀମାରୁ ଫେରିଯିବାକୁ ବାଧ୍ୟ କରିଥିଲେ । ଓଡ଼ିଆ ପୁଅ, ଓଡ଼ିଆ ମାଟିକୁ ବଞ୍ଚାଇବା ପାଇଁ ଯେମିତି ରଣହୁଙ୍କାର ଦେଇଥିଲା ତାହା ଆଜି ବି ମନେ ପଡିଲେ ଛାତି କୁଣ୍ଢେମୋଟ୍‌ ହୋଇଯାଏ । ଆଉ କହିବାକୁ ଇଚ୍ଛା ହୁଏ, ଏମିତି ନେତା ଥିଲେ ଓଡ଼ିଶା ମାଟିରୁ ଟିପଟିଏ ବି କେହି ନେଇପାରିବେ ନାହିଁ । 

ଉତ୍କଳ ଦିବସ ଅବସରରେ ପୂରା ରାଜ୍ୟ ପାଳୁଛି ଉତ୍ସବ । ଆଜିର ଦିନରେ ଓଡ଼ିଶାର ଜନ୍ମ ହୋଇଥିବାରୁ ପ୍ରତିଟି ଓଡ଼ିଆ ମନରେ ଆଜି ଖେଳିଯାଉଛି ଖୁସି । ପୁର ପଲ୍ଲୀ ଆଜି ଉତ୍ସବ ମୁଖର । ହେଲେ ରାଜ୍ୟର କେତେ ସ୍ଥାନରେ ସୀମାକୁ ନେଇ ପଡୋଶୀଙ୍କ ସହ କେଁ ରହିଛି । ସ୍ଥିତି ଏମିତି ହେଲାଣି କି, ସୀମାରେ ଜନସାଧାରଣମାନେ କେଉଁ ରାଜ୍ୟର ସେନେଇ ଦ୍ଵନ୍ଦ୍ଵରେ ଅଛନ୍ତି । ଏଇ ଯେମିକି କୋରାପୁଟର କୋଟିଆ ବାସିନ୍ଦାମାନେ  । ଓଡ଼ିଶାର ଭୋଟର ହୋଇଥିବା ପରେ ବି ପଡୋଶୀ ଆନ୍ଧ୍ର ଆସି ସେମାନଙ୍କୁ ପ୍ରଲୋଭିତ କରୁଛି, ସରକାରୀ ସୁବିଧା ଯୋଗାଉଛି । ପ୍ରଶାସନ ଓ ସରକାର ସବୁ ଦେଖିବା ପରେ ଯେଉଁ ସମୟରେ ଚୁପ୍‌ ରହିଥିଲେ...ସେ ସମୟରେ ସୀମାରେ ସାହସର ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ପହଞ୍ଚିଥିଲେ ତାହା ନୁହେଁ ବରଂ ଜବରଦସ୍ତ ପଶିଥିବା ଆନ୍ଧ୍ର ଅଧିକାରୀଙ୍କୁ ତଡିପାର କରିଥିଲେ ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଏ ଭିଡିଓ ଆଜିର ନୁହେଁ ବରଂ ଗତବର୍ଷର । ହେଲେ ଉତ୍କଳ ଦିବସ ପରି ଦିନରେ କୋଟିଆ ପରି ବିବାଦୀୟ ସ୍ଥାନକୁ ଯାଇ ଯେମିତି ଭାବରେ ନାରା ଦେଇଥିଲେ ତାହାକୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ତାଙ୍କର ଭଲପାଇବା କେତେ ରହିଛି ? ମୋଟ୍‌ ଉପରେ,କୋଟିଆ ଆମର, କୋଟିଆ ଓଡ଼ିଆର । କୋଟିଆ ଏକ ଗାଁ ନୁହେଁ ବରଂ ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାର ପରିଚୟ । ଗୋ ବ୍ୟାକ ଆନ୍ଧ୍ର.. ଗୋ ବ୍ୟାକ...ଏହି ନାରା ହିଁ ବେଶ୍‌ ଚର୍ଚ୍ଚିତ । ତେବେ ଆଜି ଉତ୍କଳ ଦିବସରେ ଧର୍ମେନ୍ଦ୍ରଙ୍କ ଏହି ନାରାକୁ ନେଇ ବେଶ୍‌ ଚର୍ଚ୍ଚା ।
 

MANMOHAN SAMAL
13m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
38m ago
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ
ରଣ ହୁଙ୍କାର
41m ago
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍