ବରଗଡ଼ରେ ଜମି କେଳେଙ୍କାରୀ ମାମଲା
by Argus News
Sun, Oct 27 | 11:36 a.m.

ଅର୍ଗସ ବ୍ୟୁରୋ: ବରଗଡ଼ରେ ଜମି କେଲେଙ୍କାରି,ଜେଲ୍ ଗଲେ ଦୁଇ ସରକାରୀ କର୍ମଚାରୀ ଓ ଜମି ମାଲିକ। ଟାଉନ୍ ଥାନା ପୋଲିସ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜମି ମାଲିକ ସୁରେଶ ଭୋସାଗର,DSR କାର୍ଯ୍ୟାଳୟର କର୍ମଚାରୀ କନିଷ୍ଠ ସହାୟକ ଉମେଶ ବଢେଇ ଓ ବିଦ୍ୟାଧର ଭୋଇ । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ବରଗଡ଼ ଜିଲା ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ଏହି ଜାଲିଆତି ହୋଇଥିବା ଜଣାପଡିଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ଜମି ବିକ୍ରି ପାଇଁ ଓଡ଼ିଶା ଲ୍ୟାଣ୍ଡ ରିଫର୍ମ(ଓଏଲଆର୍‌) ଆକ୍ଟ, ୧୯୬୦ ଅନୁଯାୟୀ ପ୍ରଶାସନିକ ଅନୁମତି ଆଦେଶ ବା ପରମିଶନ ଅର୍ଡ଼ର ବାଧ୍ୟତାମୂଳକ ରହିଛି। କିନ୍ତୁ ଜମି ମାଲିକ ସୁରେଶ କିଛି ବିଭାଗୀୟ କର୍ମଚାରୀଙ୍କୁ ଧରି ନକଲି ପରମିଶନ ଅର୍ଡ଼ର ହାତେଇ ଥିଲେ ଏବଂ ଅନ୍ୟଙ୍କୁ ଜମି ବିକିଥିଲେ। କିଣିଥିବା ବ୍ୟକ୍ତି ଜଣଙ୍କ ସେହି ଜମିକୁ ଭାଗ ଭାଗ କରି ଅନ୍ୟମାନଙ୍କୁ ବିକ୍ରି କରିଥିଲେ। ଏହା ଉପଜିଲାପାଳଙ୍କ ଦୃଷ୍ଟିକୁ ଆସିଥିଲା । ସେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି।

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ