ଆହୁରି 1 ରୁ 2 ଘଣ୍ଟା ଲାଗି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
by Argus News
Fri, Oct 25 | 5:39 a.m.

ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ପ୍ରବେଶ କରୁଛି ବାତ୍ୟାର ଶେଷ ଅଂଶ । ଆହୁରି 1 ରୁ 2 ଘଣ୍ଟା ଲାଗି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଘଣ୍ଟାକୁ 12 କିମି ବେଗରେ ଅତିକ୍ରମ କରୁଛି ବାତ୍ୟା । କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳ ବର୍ଷାକୁ ବୋହୁଛି ପବନ । ଭୀଷଣ ରୂପ ନେଇ ଭିତରକନିକାରେ ତାଣ୍ଡବ କରୁଛି ବାତ୍ୟା ଦାନା । ସ୍ଥଳଭାଗ ଛୁଇଁବା ବେଳେ ସମୁଦ୍ରରେ ଉଠିଲା ଉଚ୍ଚ ଜୁଆର । 

କେନ୍ଦ୍ରାପଡା ଓ ଭଦ୍ରକରେ ଅନେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଥିବାବେଳେ ବଡ ବଡ ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିଛି । ଆଜି 11ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । 

ଆଜି ପୂର୍ବାହ୍ନରେ ଏହାର ତୀବ୍ରତା କମି ‘ବାତ୍ୟା’କୁ ଖସିବ । ଅପରାହ୍ନରେ ବାତ୍ୟାଟି ଗଭୀର ଅବପାତକୁ ଖସିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 

 

CYCLONE DANA
37m ago
ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ...
ଅର୍ଗସ ବ୍ୟୁରୋ: ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଦୁର୍ବଳ ହେଉଛି ବାତ୍ୟା ଦାନା । ଧିରେ ଧିରେ କମୁଛି ପବନର ବେଗ । କେନ୍ଦ୍ରାପଡାର ହବାଳି ଖଟ
CYCLONE DANA
ବାତ୍ୟା ଦାନା ପ୍ରଭାବରେ ବୁଡିଗଲା ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ହବାଳିଖଟିରେ ଲ୍ୟାଣ୍ଡଫଲ ବେଳେ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଲୋକଙ୍କ ମନରେ ଛନକା ଭରିଲା ପବନ
CYCLONE UPDATE
ଲଗାଣ ବର୍ଷା ସହ ଜାରି ରହିଛି ତୁହାକୁ ତୁହା ପବନ ବହୁଛି
ଅର୍ଗସ ବ୍ୟୁରୋ: ଦାନା ପ୍ରଭାବରେ ଲଗାଣ ବର୍ଷା ସହ ଜାରି ରହିଛି ତୁହାକୁ ତୁହା ପବନ ବୋହୁଛି । ଅତି ପ୍ରବଳ ବର୍ଷା ନେଇ ଆଜି ପାଇଁ 9 ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି