ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ବିସ୍ତୃତ ରିପୋର୍ଟ ପଠାଇବାକୁ ଚିଠି,ଗଠନ ହେବ ୬ଟି ନୂଆ ଏନଏସି
by Argus News
Wed, Nov 06 | 7:37 a.m.

ଅର୍ଗସ ବ୍ୟୁରୋ:ଗଠନ ହେବ ନୂଆ ଏନଏସି । ଜିଲ୍ଲାପାଳମାନଙ୍କୁ ବିସ୍ତୃତ ରିପୋର୍ଟ ପଠାଇବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛି ।  ନଭେମ୍ବର ୪ତାରିଖରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ୬ଟି ଏନଏସିକୁ ମ୍ୟୁନିସପାଲଟିକୁ ଉନ୍ନୀତ କରିବା ସହ ୫୭ଟି ନୂଆ ଏନଏଏସି ଗଠନ ନିମନ୍ତେ ପୂର୍ବ ସରକାର ନୀତିଗତ ଅନୁମୋଦନ କରିଥିଲେ  । ଏସବୁର ବିସ୍ତୃତ ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗର ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ । ଚିଠିରେ ଗଞ୍ଜାମ ଜିଲ୍ଲାର ଆସିକା, ଛତ୍ରପୁର ଓ ଭଞ୍ଜନଗର ଏନଏସି ସମେତ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ଏନଏଏସି, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏନଏସି ଏବଂ ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଏନଏସିକୁ ମ୍ୟୁନିସପାଲଟିକୁ ଉନ୍ନୀତ କରିବା ନିମନ୍ତେ ବିସ୍ତୃତ ତଥ୍ୟ ପଠାଇବାକୁ ନିର୍ଦ୍ଦେଶ ରହିଛି । ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ର ପ୍ରାବଧାନ ଓ ପ୍ରଚଳିତ ନୀତି ଆଧାରରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିବା ସହ ୨୦୨୪ ମାର୍ଚ୍ଚ ୧୩ତାରିଖରେ ବିଭାଗ ମାଗିଥିବା ତଥ୍ୟ ଦେବାକୁ କହିଛନ୍ତି । ସେହିପରି ୭  ଜିଲ୍ଲାର ଜିଲ୍ଲାପାଳଙ୍କୁ ବିଭାଗୀୟ ଅତିରିକ୍ତ  ନୂଆ ୫୭ଟି ଏନଏସି ଗଠନ ନିମନ୍ତେ ନିଆଯାଇଥିବା ନୀତିଗତ ନିଷ୍ପତ୍ତି ଆଧାରରେ ଆବଶ୍ୟକ ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ହଜାର ୧୧୧ ଜନସଂଖ୍ୟା ଆଧାରରେ ଏହି ଏନଏସି ଗଠନ ନିମନ୍ତେ ଆବଶ୍ୟକ ତଥ୍ୟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି 
 

ନାବାଳିକା ଦୁଷ୍କର୍ମ
12m ago
ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ
ଅର୍ଗସ ବ୍ୟୁରୋ: ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲା। ଅଭିଯୁକ୍ତଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ। ଅଭିଯୁକ୍ତ ଚନ୍ଦ
ଠକିଥିଲା ବିଜେଡି
16m ago
ଠକିଥିଲା ବିଜେଡି କାର୍ଯ୍ୟକାରୀ କଲେ ବିଜେପି ସରକାର
ଅର୍ଗସ ବ୍ୟୁରୋ: ନୂଆ NAC ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ୭ ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାରେ ନୂଆ NAC ଗଠନ ପ୍ରସ୍ତାବ ପାଇଁ ଚିଠି ଲେଖି ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଛନ୍ତି ନଗ
ଦେଶର ୮୬୦ ଉଚ୍ଚ ଶିକ୍ଷା
ଦେଶର ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଋଣ, ପ୍ରତିବର୍ଷ ଉପକୃତ ହେବେ ୨୨ ଲକ୍ଷରୁ ଅଧିକ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩,୬୦୦ କୋଟି ଟଙ୍କା ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁ