ଫୁଲ ଆକ୍ସନ : ନ ମାନିଲେ ୬ ମାସ ଜେଲ୍‌
by Argus News
Mon, Apr 08 | 3:47 p.m.

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବକୁ ଆକ୍ସନ ମୋଡ଼ରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ । ଲୋକସଭା ନିର୍ବାଚନ ଆଉ କିଛିଦିନ ଥିବା ବେଳେ ଏବେ ଫୁଲ ଆକ୍ସନମୋଡ଼ରେ ଜିଲ୍ଲା ପ୍ରଶାସନ। ଆଦର୍ଶ ଆଚାର ସଂହିତା ଲାଗୁ ହେବା ପରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ମଦ ଦୋକାନ ବାହାରେ କିମ୍ବା ଏହାର ଆଖପାଖ ସ୍ଥାନ ସହିତ ସର୍ବସାଧାରଣ ସ୍ଥାନରେ ମଦ ପିଇବା ଉପରେ ପ୍ରତିବନ୍ଧ ଲଗାଇ ଦେଇଛନ୍ତି । 

ଜିଲ୍ଲା ପ୍ରଶାସନ ପକ୍ଷରୁ ମଦ ବିକ୍ରେତାଙ୍କୁ ଏହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି କି ଧାର୍ଯ୍ୟ ସ୍ଥାନ ବ୍ୟତିତ ଅନ୍ୟ କୌଣସି ବି ସ୍ଥାନରେ ମଦ୍ୟପାନ ଯେପରି କରା ନ ଯିବ । କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ । ସେ କହିଛନ୍ତି, ସାର୍ବଜନିକ ସ୍ଥାନରେ ମଦ ପିଇବା ଦ୍ୱାରା ସମସ୍ତେ ନାନା ପ୍ରକାରର ଅସୁବିଧା ଭୋଗି ପାରନ୍ତି ଓ ଆଇନ ବ୍ୟବସ୍ଥାର ସ୍ଥିତି ଖରାପ ହୋଇପାରେ । 

ଅଧିକ ପଢନ୍ତୁ ଭାରତ ଖବର

ଏହାର ଉଲଙ୍ଘନ କଲେ ଜୋରିମାନା ସହିତ ୬ ମାସ ପର୍ଯ୍ୟନ୍ତ ଜେଲ୍ ହୋଇପାରେ । ନିର୍ବାଚନ ସମୟରେ ଯେଉଁ ମଦ ଜବତ କରାଯାଏ ତାହାକୁ ଯଦି ଆଇନଗତ ତରିକାରେ ଅଣାଯାଇଛି ତେବେ ତାକୁ ଛାଡ଼ିଦିଆଯିବ କିନ୍ତୁ ବିନା କାଗଜପତ୍ରରେ ଅଣାଯାଇଥିବା ମଦ ଜବତ କରି ଥାନାରେ ରଖାଯାଏ ଓ ପରେ ତାହାକୁ ନଷ୍ଟ କରି ଦିଆଯାଏ ।
 

BOBBY DAS
51m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ