ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ଜିଲ୍ଲାରେ । ରାତି ୯ଟା ପରେ ବନ୍ଦ ରହିବ କେବଳ ମଦ ଦୋକାନ । ବ୍ରହ୍ମପୁର ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୁଲିସର ଆଗୁଆ ପଦକ୍ଷେପ । ବ୍ରହ୍ମପୁର ଜିଲ୍ଲାରେ ରାତି ୯ଟା ପରେ ବନ୍ଦ ରହିବ ସମସ୍ତ ମଦ ଦୋକାନ । ଆଜି ଠାରୁ ୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ : ଏହି ସହରରେ ଗୋଟିଏ ସପ୍ତାହ ମଦ ବିକ୍ରି ବନ୍ଦ
ଯେଉଁ ମଦ ଦୋକାନ ୯ଟା ପରେ ଖୋଲାଥିବ ପୁଲିସ ସେହି ଦୋକାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ନିର୍ବାଚନ ସରିବା ପରେ କିଛି ସ୍ଥାନରେ ଗଣ୍ଡଗୋଳ ଓ ହତ୍ୟା ଘଟଣା ଦେଖାଦେଇଥିବାରୁ ଏହାକୁ ଏଡେଇବା ପାଇଁ ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।