ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ, 1200ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ଭିତରେ
by Argus News
Sat, Apr 27 | 7:37 a.m.

ଅର୍ଗସ ବ୍ୟୁରୋ:  ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। 13 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 88ଟି ଆସନରେ ଭୋଟିଂ ଶେଷ ହୋଇଛି। 1200ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ଭିତରେ କଏଦ ହୋଇଛି। ଛୋଟ ମୋଟ ହିଂସାକାଣ୍ଡ ଓ ପଶ୍ଚିମବଙ୍ଗର ବାଲୁରଘାଟରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ହଙ୍ଗାମା ସହ ଭୋଟିଂ ହୋଇଛି। ତ୍ରିପୁରାରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ସବୁଠାରୁ କମ୍ ଭୋଟିଂ ରେକର୍ଡ ହୋଇଛି । ସଂଧ୍ୟା 5ଟା ସୁଦ୍ଧା ଛତିଶଗଡରେ 72.13, ତ୍ରିପୁରାରେ 76.23 ଓ ପଶ୍ଚିମବଙ୍ଗରେ 71.84 ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି।

ତେବେ ମହାରାଷ୍ଟ୍ରରେ 59.19 , ବିହାରରେ 53.13 ଓ ଉତ୍ତରପ୍ରଦେଶରେ 52.64 ପ୍ରତିଶତ ଭୋଟିଂ ହୋଇଛି। ସେହିପରି ଆସାମରେ 70 ପ୍ରତିଶତରୁ ଅଧିକ,  କର୍ଣ୍ଣାଟକରେ 63.90, କେରଳରେ 63.97, ଜମ୍ମୁ ଓ କାଶ୍ମୀରରେ 67.22, ମଧ୍ୟପ୍ରଦେଶରେ 54.58, ରାଜସ୍ଥାନରେ 59.19 ପ୍ରତିଶତ ଭୋଟିଂ ହୋଇଛି।  ଦ୍ବିତୀୟ ପର୍ଯ୍ୟାୟରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, 5 କେନ୍ଦ୍ରମନ୍ତ୍ରୀ, 2ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, 3 ଅଭିନେତା ମୈଦାନରେ ଅଛନ୍ତି। ଏହାସହ ରାହୁଲ ଗାନ୍ଧୀ, ଶଶି ଥରୁର, ହେମାମାଳିନୀ ଏବଂ ଅରୁଣ ଗୋଭିଲଙ୍କ ଆସନରେ ମଧ୍ୟ ଭୋଟିଂ ହୋଇଛି।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍