ଅଧାବାଟରେ ତିନି ରଥ, ବାଟରେ ଅଟକିଥିବା ରଥକୁ ଟାଣିନେବେ ଭକ୍ତ
by Argus News
Mon, Jul 08 | 7:48 a.m.

ପୁରୀ:  ଆଜି ପୁଣି ଗଡ଼ିବ ତିନିରଥ ।  ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ । ରଥ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଆଜି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ରାଜନଅର ସମ୍ମୁଖରେ ଅଟକିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସେହିପରି ମରିଚିକୋଟ ଛକରେ ଅଟକିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ସେହିପରି ସିଂହଦ୍ୱାରରୁ ଦୁଇ ପାଦ ଆଗରେ ଅଟକିଛି ନନ୍ଦିଘୋଷ ରଥ । 

ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି 9 ଦିନିଆ ଯାତ୍ରାରେ କାଳିଆ ସାଆନ୍ତ ।  ଭଜନ, ସଂକୀର୍ତନ, ଘଣ୍ଟନାଦ, ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ପୁରା ପରିବେଶ । 

୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା । 

ଏଥର ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ । ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡ଼ୁଥିବାରୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଥିଲା । ନବଯୌବନ, ନେତ୍ରୋତ୍ସବ ବିଧି ସାରି ସକାଳ ଧୂପରେ ବେଇଗି ବେଇଗି ଖେଚୁଡ଼ି ଭୋଗ ଖାଇ ତିନି ଠାକୁର ବଡ଼ଦାଣ୍ଡକୁ ଆସିବାକୁ ପ୍ରସ୍ତୁତ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଏତିକି ବେଳେ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟ ଆଗରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର । ପଛେ ପଛେ ମା ସୁଭଦ୍ରା...ଆଉ ଶେଷରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେଜଗନ୍ନାଥ । 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା