ଲଘୁଚାପ ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା
by Argus News
Thu, Nov 16 | 7:52 a.m.

ଅର୍ଗସ ବ୍ୟୁରୋ: ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା । 18 କିମି ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ବିଶାଖାପାଟଣାରୁ 380, ପାରାଦୀପ ଠାରୁ 380 କିମି ଦୂରରେ ଅବସ୍ଥିତ । ଉତ୍ତର -ଉତ୍ତରପୂର୍ବ ଦିଗକୁ ଗତିକରି ଏହା ଆହୁରି ଅଧିକ ଘନୀଭୂତ ହେବ । 18 ତାରିଖ ସକାଳେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଝିରେ ଅତିକ୍ରମ କରିବ । 18 ତାରିଖ ସକାଳେ ପବନର ବେଗ ସର୍ବାଧିକ 75 କିମି ରହିବ । 

ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ଆରମ୍ଭ ହୋଇଗଲାଣି । ଟ୍ୱିନ ସିଟିରେ ସକାଳୁ ପାଗ ମେଘୁଆ ରହିଛି । ଭୁବନେଶ୍ୱରରେ ଝିପ ଝିପ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ସେହିପରି ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ କଟକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବାଲେଶ୍ବର, ମୟୂରଭଞ୍ଜ, ଜୟପୁରରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । 

 

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୪୦ ରୁ ୫୦ କିମି ବେଗରେ ପବନ ବହିବ । ତେଣୁ ଆସନ୍ତାକାଲି ଯାଏ ଓଡ଼ିଶା ଉପକୂଳ ଓ ତାର ଆଖପାଖକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ସମସ୍ତ ୪ ଟି ବନ୍ଦରରେ 1 ନମ୍ବର ବିପଦ ସଂକେତ ଜାରି ହୋଇଛି ।

ଆଜିଠାରୁ ବର୍ଷା , ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
 

LOW PRESSURE
10m ago
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
18m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
22m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍