ଲକ୍ଷ୍ନୌର ପ୍ରଥମ ବିଜୟ: ମ୍ୟାଚରେ ମୟଙ୍କ ଯାଦବଙ୍କ ଯାଦୁ
by Argus News
Sun, Mar 31 | 12:46 p.m.

ଅର୍ଗସ ବ୍ୟୁରୋ: ପଞ୍ଜାବ କିଙ୍ଗ୍ସକୁ ୨୧ ରନ୍‌ରେ ହରାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଚଳିତ ଆଇପିଏଲ୍‌ରେ ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ୨୦୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ କିଙ୍ଗ୍ସ ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ଥିଲେ ମଧ୍ୟ ଶେଷ ୧୦ ଓଭରରେ ମ୍ୟାଚ୍ ହାତଛଡ଼ା କରିଛି। ଅଧିନାୟକ ଶିଖର ଧାୱନଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୧୭୮ ରନ୍‌ରେ ଅଟକି ଯାଇଛି। ଅନ୍ୟପକ୍ଷରେ ପଦାର୍ପଣକାରୀ ଦ୍ରୁତ ବୋଲର ମୟଙ୍କ ୟାଦବ ୩ ୱିକେଟ୍ ନେଇ ଲକ୍ଷ୍ନୌର ପଏଣ୍ଟ ଖାତା ଖୋଲିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି।

ପ୍ରଥମ ୱିକେଟ୍‌ରେ ଧାୱନ (୭୦) ଓ ଜନି ବେୟାରଷ୍ଟୋ (୪୨) ୧୦୨ ରନ୍ ଯୋଡ଼ିଥିଲେ। ହେଲେ ପରବର୍ତ୍ତୀ ବ୍ୟାଟର୍‌ଙ୍କ ବେପରୁଆ ବ୍ୟାଟିଂ ପାଇଁ ପଞ୍ଜାବ ୩୯ ରନ୍‌ରେ ୫ ୱିକେଟ୍ ହରାଇ ସୁବର୍ଣ୍ଣ ସୁଯୋଗ ହାତଛଡ଼ା‌ କରିଥିଲା। ୧୧.୩ ଓଭର ପର୍ଯ୍ୟନ୍ତ ୱିକେଟ୍‌ଟିଏ ପାଇଁ ସଂଘର୍ଷ କରିଥିବା ଲକ୍ଷ୍ନୌ, ମୟଙ୍କ ୟାଦବଙ୍କ ଯାଦୁରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଶନିବାର ଚଳିତ ଋତୁର ଦ୍ରୁତତମ ବଲ୍ ପକାଇଥିବା ୨୧ ବର୍ଷୀୟ ମୟଙ୍କ ବିପଜ୍ଜନକ ବେୟାରଷ୍ଟୋଙ୍କୁ ମାର୍କସ ଷ୍ଟୋଇନିସଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିବା ପରେ ଇମ୍ପାକ୍ଟ ପ୍ଲେୟର ପ୍ରଭସିମରନ୍ ସିଂହ ଓ ଜିତେଶ ଶର୍ମାଙ୍କୁ ଆଉଟ୍ କରି ପଞ୍ଜାବର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। 
ବଢ଼ିବଢ଼ି ଚାଲିଥିବା ରନ୍ ହାରକୁ ନିୟନ୍ତ୍ରଣରେ ରଖିବା ପ୍ରୟାସରେ ଧାୱନ ଆଉଟ୍ ହେବା ପରେ ଏକଦା ଦୃଢ଼ ସ୍ଥିତିରେ ଥିବା ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା। ଅନ୍ୟପକ୍ଷରେ ଦ୍ବିତୀୟାର୍ଦ୍ଧରେ ଶୃଙ୍ଖଳିତ ବୋଲିଂ କରି ଲକ୍ଷ୍ନୌ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ମୟଙ୍କଙ୍କ ସହ ମୋହସିନ ଖାନ୍ (୨/୩୪) ଠିକଣା ସମୟରେ ପଞ୍ଜାବର ଦୁଇ ବ୍ୟାଟର୍‌ଙ୍କୁ ଆଉଟ୍ କରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍