ମାହାଙ୍ଗା ଡବଲ ମର୍ଡର ଘଟଣା : ୯ ଜଣଙ୍କୁ ଆଜୀବନ ଜେଲ୍‌
by Argus News
Wed, Aug 28 | 8:30 p.m.

ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ପୁରା ହତ୍ୟା ମାମଲାରେ ବଡ଼ ରାୟ ଶୁଣାଇଛନ୍ତି ସାଲେପୁର ଏଡିଜେ । ହତ୍ୟା ଘଟଣାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ । 

୨୦୨୦, ଜାନୁଆରୀ ୨ । କଟକ ଜିଲ୍ଲା ମାହାଙ୍ଗାରେ ଘଟିଥିଲା ଡବଲ ମର୍ଡର । ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବରେ କରାଯାଇଥିଲା ହତ୍ୟା । ପୁରା ଘଟଣାରେ ବିଜେଡି ନେତା ତଥା ସେତେବେଳର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଚାର୍ଜସିଟରେ ଉଲ୍ଲେଖ କରିଥିଲା ପୋଲିସ । ଖାଲି ଏତିକି ନୁହେଁ ବରଂ ପ୍ରତାପଙ୍କୁ ଦଣ୍ଡ ଦେବାକୁ ଦାବି ବି ଜୋର ଧରିଥିଲା । ସେପଟେ, ଚାର୍ଜସିଟରୁ ତାଙ୍କ ନାଁ ହଟାଇବାକୁ ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ମାମଲା ଏବେ ବି ହାଇକୋର୍ଟରେ ବିଚାରାଧୀନ ରହିଛି । 

ସୂଚନା ଅନୁସାରେ, ୨୦୨୧ ଜାନୁଆରୀ ୨ ତାରିଖରେ ବରିଷ୍ଠ ବିଜେପି ନେତା କୁଳମଣୀ ବରାଳ (୭୫) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ପୂର୍ବରୁ ପ୍ରଶ୍ନ ଉଠାଇଥିଲା ତତ୍କାଳୀନ ବିରୋଧୀ ବିଜେପି । ସିଧାସଳଖ ସେତେବେଳର ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଥିଲା ଦଳ । ଘଟଣାରେ ସେତେବେଳର ମୁଖ୍ୟମନ୍ତ୍ରୀ, ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଉ ଥିବାର ଅଭିଯୋଗ ହୋଇଥିଲା । ଖୋଦ୍ ନବୀନ ତାଙ୍କ ପାଖରେ ବସି ତାଙ୍କୁ କ୍ଲିନ୍ ସାର୍ଟିଫିକେଟ୍ ଦେଇଥିବା ନେଇ ଚର୍ଚ୍ଚା ହେଉଥିଲା । ସେହିପରି ମାହାଙ୍ଗା ଥାନା ଆଇଆଇସି କୋର୍ଟଙ୍କ ଆଦେଶ ଅବମାନନା କରିଚାଲିଥିଲେ । ପୁନଃ ତଦନ୍ତ ଓ ତିନି ଅଭିଯୁକ୍ତଙ୍କ ସିଡିଆର ଦେବାକୁ କୋର୍ଟଙ୍କ ଆଦେଶ ଅମାନ୍ୟ କରାଯାଇଥିଲା । 

ମୋଟ୍‌ ଉପରେ, ଦଳର ଛବି ବିଗୁଡ଼ିଥିବାର ଅଭିଯୋଗରେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡିରୁ ବିଦା କରିଥିଲେ ସୁପ୍ରିମୋ । ତେବେ ମଣିଷ ହତ୍ୟା ଭଳି ସଂଗୀନ ମାମଲାରେ ପ୍ରତାପ ଜେନା ଛନ୍ଦି ହୋଇଥିବାବେଳେ ତାଙ୍କ ବିରୋଧରେ କି ଏଯାଏଁ କାର୍ଯ୍ୟାନୁଷ୍ଠାନ ନେଲେନି ନବୀନ ବାବୁ ?  ଖାଲି ଏତିକି ନୁହେଁ ବରଂ ଦଳ ହାରିବା ପରେ ବି ପ୍ରତାପଙ୍କ ଉପରେ ନୋ ଆକ୍ସନର ଅର୍ଥ ନବୀନ ଘଂଟ ଘଉଡାଉଥିବା ସ୍ପଷ୍ଟ ।
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା