ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ
by Argus News
Sat, Apr 13 | 2:41 p.m.

ଅର୍ଗସ ବ୍ୟୁରୋ : ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ । ସ୍ପଷ୍ଟ ଦିବାଲୋକରେ ଦିନବେଳା ଆସିଲେ ଦୁଇ ଜଣ ଯୁବକ । ଗେଟ ଖୋଲି ଘରେ ପଶିଲେ । ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା । ଘରେ ଥିଲେ କେବଳ ଜଣେ ବୃଦ୍ଧା । ବୃଦ୍ଧା ଜଣଙ୍କୁ କହିଲେ ଆମର ଗମେଣ୍ଟ ତରଫରୁ ଆସିଛୁ, ଜିନିଷ ସଫା କରିବା ପାଉଡର ଆଣିଛୁ, ସମ୍ପୂର୍ଣ୍ଣ ମାଗଣା । ବୃଦ୍ଧା ଜଣଙ୍କ ଠାରୁ ଦସ୍ତଖତ ମଧ୍ୟ ନେଲେ । ପାଉଡର ବ୍ୟବହାର କିଭଳି କରିବେ ଜଣାଇବା ପାଇଁ ବାସନ ମାଗିଲେ । ବୃଦ୍ଧା ଜଣଙ୍କ ଏକ ପିତଳ ବାସନ ଦେଲେ । ତାକୁ ମାଜି ସଫା କଲେ । 

ତାପରେ ସେ ପିନ୍ଧିଥିବା ମୁଦି ମାଗି ମଧ୍ୟ ସଫା କଲେ । ଆଉ ତାପରେ ହଠାତ ବୃଦ୍ଧା ପିନ୍ଧିଥିବା ଚେନ ଛିଣ୍ଡାଇ ଦେଲେ । ବୃଦ୍ଧା ଜଣଙ୍କ ଚେନ କାହିଁକି ନେଲ କହିବାରୁ ସେମାନେ କଣ ଚୋର କାହିଁକି ବ୍ୟସ୍ତ ହେଉଛନ୍ତି ମାଉସୀ ଏଇ ଦେଖନ୍ତୁ ଚେନ ବି ଏହି ପାଉଡରରେ କେମିତି ସଫା ହେଉଛି । କହି ଚେନ ଓ ମୁଦିକୁ ପାଉଡରେ ଗୋଳାଇ ଏକ ଜାଗାରେ ରଖି ଦଶ ମିନିଟ ପରେ ତାକୁ ଖୋଲିବାକୁ କହିଲେ । 

 

ଏହି ସମୟରେ ବୃଦ୍ଧାଙ୍କ ଆଗରେ ହିଁ ତାଙ୍କ ୩ଭରି ଚେନ ଓ ସୁନା ମୁଦି ହାତ ସଫେଉ କରି ନେଇ ଚମ୍ପଟ ମାରିଲେ । ଆଉ କିଛି ସମୟ ପରେ ସେ ପାଉଡର ଭିତରୁ ଚେନ ଓ ମୁଦି ବାହାର କରିବାକୁ ଯାଇ ଦେଖିଲା ବେଳକୁ କିଛି ନାହିଁ । ଏଭଳି ଲୁଟର ଶୀକାର ହୋଇଛନ୍ତି କଟକ ଜିଲ୍ଲା ସାଲେପୁର ଥାନା ପାଟପୁର ଗାଁର ବୃଦ୍ଧା କାଞ୍ଚନ ମହାପାତ୍ର । ଲୁଟର ଚିତ୍ର ତାଙ୍କ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା