ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ; ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି
by Argus News
Sat, Oct 26 | 6:57 p.m.

ଅର୍ଗସ ବ୍ୟୁରୋ :  ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି । ଦ୍ବିତୀୟ ପର୍ଯ୍ୟାୟରେ 22 ପ୍ରାର୍ଥୀଙ୍କ ସହ ମୋଟ 121 ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଦ୍ବିତୀୟ ପ୍ରାର୍ଥୀ ତାଲିକାରେ ଅକୋଲା ପଶ୍ଚିମରୁ କମଲକିଶୋର ଅଗ୍ରୱାଲ, ପୁଣେ କ୍ୟାଣ୍ଟ ଆସନରୁ  ସୁନୀଲ ଜ୍ଞାନଦେବ କାମ୍ବଲେଙ୍କୁ ପ୍ରାର୍ଥୀ କରିଛି ଦଳ । ଧୁଲେ ଗ୍ରାମୀଣରୁ ଲଢ଼ିବେ ରାମ ଭଦାଣେ, ୱାସୀମ ଆସନରୁ ଲଢିବେ ରାମଚରଣ ଖୋଡେଙ୍କୁ ପ୍ରାର୍ଥୀ କରିଛି ଦଳ । ଗତ 20 ତାରିଖରେ 99 ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା ବିଜେପି।  ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ନାଗପୁର ଦକ୍ଷିଣ-ପଶ୍ଚିମ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଅଧିକ ପଢନ୍ତୁ : ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଷ୍ଟାର ପ୍ରଚାର ତାଲିକା

ଆସନ୍ତା ନଭେମ୍ବର 20 ତାରିଖରେ ମହାରାଷ୍ଟ ନିର୍ବାଚନ ହେବାକୁ ଯାଉଛି । ନଭେମ୍ବର 23ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ମହାରାଷ୍ଟ୍ର ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି ବିଜେପି। ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂ, ନିତିନ ଗଡକରୀ, ଅଶ୍ୱିନୀ ବୈଷ୍ଣବ,  ଶିବରାଜ ସିଂ ଚୌହାନଙ୍କ ନାମ ରହିଛି।

ବିଜେଡି ନିର୍ବାଚନୀ
ବିଜେଡି ନିର୍ବାଚନୀ ଟଙ୍କାରେ ଆକାଶରେ ଉଡୁଥିଲେ ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ନିର୍ବାଚନରେ ପାଣି ଭଳି ଟଙ୍କା ବୁହାଇଥିଲା ବିଜେଡି । ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ରିପୋର୍ଟରୁ ଆସିଛି ଆଖି ଖୋସି ଦେବା ଭଳି ରିପୋର୍ଟ । ରିପୋର୍
କାଠ ଆଣିବାକୁ
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବା
ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼