ହେଲିକପ୍ଟର ଚଢ଼ିବାବେଳେ ପଡିଗଲେ ମମତା ବାନାର୍ଜୀ
by Argus News
Sat, Apr 27 | 3:31 p.m.

ଅର୍ଗସ ବ୍ୟୁରୋ:  ପୁଣି ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ହେଲିକପ୍ଟର ଭିତରେ ପଡିଯାଇଥିଲେ ବୋଲି ସୂଚନା ରହିଛି। ମମତା ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ର‌୍ୟାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀ ଆହତ ହୋଇଛନ୍ତି । ମମତା ଯେତେବେଳେ ହେଲିକପ୍ଟର ଭିତରକୁ ଯାଉଥିଲେ ସେତେବେଳେ ସନ୍ତୁଳନ ହରାଇ ସେ ପଡିଯାଇଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା କିପରି ରହିଛି ତାହା ଜଣାପଡିନାହିଁ। ଏବେ ନିକଟରେ ମମତା ବାନାର୍ଜୀ ଆହତ ହୋଇଥିଲେ। ପୁଣି ଥରେ ଆହତ ହେବା କାରଣରୁ ଚିନ୍ତା ବଢ଼ୁଛି।

ଅଧିକ ପଢ଼ନ୍ତୁ ଦେଶ ଖବର: 

DADAN
1m ago
ଦାଦନ ଯାଇ୧୪ ଦିନ ପରେ ଗାଁରେ ପହଞ୍ଚିଲା ମୃତ ଦେହ
ଅର୍ଗସ ବ୍ୟୁରୋ: ଓଡିଶାରେ ଯେତେ ବିକାଶ ହେଲେ କିନ୍ତୁ ଦାଦନର ଦୁଖଃ କମୁନାହିଁ । ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ ପାଇଁ ନିଜ
ଡାଳ ଭରସା
7m ago
ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଖରାରୁ ରକ୍ଷା ପାଇଁ ଡାଳ ଭରସା
ବୌଦ୍ଧ: କଣ୍ଟାମାଲ ର ବୁଥ୍‌ 88 ଗୋହିପିଟା ରେ ଅବ୍ୟବସ୍ଥା। ମୁଣ୍ଡରେ ଛାଇ ପାଇଁ ଡ଼ାଳ ଧରି ଛିଡା ହେଲେ ଭୋଟର। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟା
ELECTION UPDATE
17m ago
ଝାରସୁଗୁଡ଼ାରେ ସର୍ବାଧିକ, ବଲାଙ୍ଗିରରେ ସର୍ବନିମ୍ନ ମତଦାନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨% ଭୋଟିଂ ହୋଇଛି