ରିଲ୍ସ ପାଇଁ ପ୍ଲାଷ୍ଟିକ ଗୁଡାଇ କାରରେ ଝୁଲିଲେ ଯୁବକ, ଭିଡିଓ ହେଲା ଭାଇରାଲ
by Argus News
Tue, Apr 23 | 12:12 p.m.

ଅର୍ଗସ ବ୍ୟୁରୋ : ରିଲ୍ସ ପାଇଁ ସୀମା ଟପିଗଲେ ଯୁବକମାନେ । କାରରେ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା ଜଣେ ଯୁବକଙ୍କୁ ।

ଆଜିକାଲି ଇନଷ୍ଟାଗ୍ରାମର ରିଲ୍ସ ଟ୍ରେଣ୍ଡ ସମସ୍ତଙ୍କୁ ପାଗଳ କରିଛି । କେବଳ ଯୁବପିଢୀ କହିଲେ ଭୁଲ ହେବ, ପିଲାଠୁ ବୃଦ୍ଧ ସମସ୍ତେ ରିଲ୍ସ କରୁଛନ୍ତି । ଏବଂ ସେଥିପାଇଁ ଖୁବ ବିପଦପୂର୍ଣ୍ଣ ଷଣ୍ଟ ମଧ୍ୟ କରୁଛନ୍ତି। ଏବେ ସେମିତି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରିଲ୍ସ କରୁଥିବା ଯୁବକ ଜଣକ ଏକ କାରରେ ପ୍ଲାଷ୍ଟିକ ଟେପରେ ଗୁଡାଇ ହୋଇ ଏକ କାରରେ ଝୁଲି ରହିଥିବା ଦେଖିବାକୁ ମିଳିଛି । 

 

 

View this post on Instagram

A post shared by Sumit dubey (@sumit_cool_dubey)

ଏହି ଭିଡିଓକୁ ସୁମ୍ମିତ ଦୁବେ ନାମକ ଏକ ଆକାଉଣ୍ଟ ଦ୍ବାରା ପୋଷ୍ଟ କରାଯାଇଛି । ଯେଉଁଥିରେ ଜଣେ ଯୁବକ କାର ଚଲାଉଥିବା ବେଳେ ଅନ୍ୟ ଜଣେ ତାଙ୍କ ପଛରେ ବସିଛନ୍ତି । ଆଉ ଜଣେ କାରରେ ଧଳାଟେପରେ ଗୁଡାଇ ହୋଇ ଝୁଲି ରହିଛନ୍ତି । ଯାହାକୁ ଦେଖିଲେ ବିପଦପୂର୍ଣ୍ଣ ସ୍ଥିତି ବୋଲି ଅନୁଭବ ହେଉଛି । ସେ କିନ୍ତୁ ଖୁବ ମଜାରେ ପଛରେ ବସିଥିବା ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି । ଯେଉଁ ଭିଡିଓରେ କ୍ୟାପ୍ସନ ଅଛି , "ଭାଇକୁ ଶୋଇକି ଯିବାର ଇଚ୍ଛା ଥିଲା" । ତେବେ ଅନେକ ୟୁଜର୍ସ ଏହି ଭିଡିଓର ଥଟ୍ଟା ଉଡାଇବା ସହ ଏହାକୁ ବିପଦ ବୋଲି ଲେଖିଛନ୍ତି । ଏହି ଭିଡିଓକୁ ୯୨ ମିଲିୟନ ଲୋକ ଦେଖି ସାରିଛନ୍ତି ।  

ସର୍ବଭାରତୀୟ ନିଟ
4m ago
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ
ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍
ମାଓ ପ୍ରବଣ ଅଞ୍ଚଳରେ
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି