ବଡ଼ ନିଷ୍ପତ୍ତି : ଏଣିକି ଏଇମାନଙ୍କୁ ମିଳିବ ପିଏମ ଆବାସ
by Argus News
Tue, Oct 01 | 6:28 p.m.

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କାରଣ ବିଜେଡି ସରକାରରେ ଥିବା ବେଳେ କାଳେ ମୋଦି କ୍ରେଡିଟ୍‌ ନେଇଯିବେ ତେଣୁ ଜାଣିଶୁଣି ଅନେକ ହିତାଧିକାରୀଙ୍କୁ ଘର ମିଳିନଥିଲା । ଯୋଗ୍ୟ ପାଇନଥିଲେ ହେଲେ ଅଯୋଗ୍ୟଙ୍କୁ ମିଳିଥିଲା ଘର । ହେଲେ ଏବେ ଆଉ ସେମିତି ହେବନି । କାରଣ ଆଉ ଥରେ ହିତାଧିକାରୀ ଚିହ୍ନଟ ହେବ । ଯୋଗ୍ୟଙ୍କୁ ଘର ମିଳିବ । ଏମିତିକି ବାପ ପୁଅ ଯଦି ଭିନେ ହୋଇଛନ୍ତି ସେମାନେ ଯୋଗ୍ୟ, ତେବେ ଉଭୟଙ୍କୁ ଘର ମିଳିବ ବୋଲି ପଂଚାୟତରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ।

ବାପାଙ୍କଠାରୁ ଭିନେ ହୋଇ ନିଜର ଅଲଗା ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ ଯୋଜନାରେ ପକ୍କା ଘର । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର ୧୦ଟି କ୍ରାଇଟେରିଆ କରିଛନ୍ତି । ଏହି ପ୍ରକ୍ରିୟା ପାଇଁ ୬ ମାସ ସମୟ ଲାଗିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।  ଗତ ସରକାରରେ ସବୁଠୁ ବିବାଦରେ ଥିଲା ପକ୍କାଘର । ମୋଦି କ୍ରେଡିଟ୍ ନେଇଯିବେ ବୋଲି ଗରିବଙ୍କୁ ବିଜେଡି ସରକାର ଦେଉନଥିଲା ଘର । ପିଏମ୍‌ ଆବାସକୁ ବିଜୁ ପକ୍କା ଘର କହି ଦଳୀୟ ଆଧାରରେ ବାଣ୍ଟୁଥିଲେ ଘର ।

ରାଜ୍ୟରେ ନୂଆ ସରକାର ହେବା ପରେ ମାତ୍ର ୧୦୦ ଦିନ ଭିତରେ ତିଆରି ହୋଇଛି ୯୯ ହଜାର ୯୮୭ ଆବାସ । ନଭେମ୍ବର ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳରେ ୪ ଲକ୍ଷ ୭୬ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ସାରିବାକୁ ଜିଲ୍ଲାପାଳଙ୍କୁ ଟାର୍ଗେଟ ଦେଇଛନ୍ତି ରାଜ୍ୟ ସରକାର ।  ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ୨୦୧୪ରେ ଆବାସ ଥିଲା ବିଜେଡିର ଗ୍ୟାରେଣ୍ଟି । ୧୪ରୁ ୧୯, ୧୯ରୁ ୨୪- ଦୋଷ ଲଦି ଦାୟିତ୍ଵ ସାରି ଦଲେ ବିଜେଡି ସରକାର । ଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ନଚେତ୍ ଓଡ଼ିଶାକୁ ଅଧିକ ଘର ଆସିଥାନ୍ତା । କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ । ଯେଉଁଥିପାଇଁ ୨୦୧୬ ରୁ ୨୦୨୪ ମଧ୍ୟରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିଲା।  ବିଧାନସଭା ତଥ୍ୟ ଏହାର ପୋଲ୍ ଖୋଲିଥିଲା  ।  

ପୂର୍ବ ବିଜେଡି ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଯୋଗ୍ୟଙ୍କୁ ମୂଳରୁ ଘର ମିଳୁନଥିବା ବେଳେ ଅଯୋଗ୍ୟଙ୍କୁ ଏକା ବେଳକେ ୩ଟି ଲେଖାଏଁ ଘର ମିଳୁଥିଲା । ହେଲେ ଏବେ ଯୋଗ୍ୟଙ୍କୁ ଚିହ୍ନଟ କରି ଘର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଦିଆଯିବ । ଆଉ ଯଦି ହିତାଧିକାରୀ ଚିହ୍ନଟରେ ବ୍ଲକ ଓ ପଞ୍ଚାୟତ ଅଧିକାରୀ ମାନେ କୌଣସି ତ୍ରୁଟି କରିବେ । ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।  

ସୂଚନା ଅନୁସାରେ, ୨୦୧୪ ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବା ବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣଧୀନ ରହିଛି । ଏହା ବାଦ ମଞ୍ଜୁର ହୋଇଥିବା ୩୨ ହଜାର ୯୧୩ ପକ୍କା ଘର କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର ।  ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । 
 

ରାଜଧାନୀରେ
ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁ
ମାହାଙ୍ଗା ଡବଲ
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି
ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲ
ଟେଷ୍ଟ ମ୍ୟାଚରେ
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି