କୃଷକ କହିଲେ: କାହାକୁ ଦେବିନି,  ମୋ ଆମ୍ବ ଖାଇବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
by Argus News
Wed, Jul 10 | 3:14 p.m.

ନୂଆଦିଲ୍ଲୀ: ୟୁପିର ସହାରନପୁରର ବଳିୟାଖେଡିର କୃଷକ  ସନ୍ଦିପ ଚୌଧୁରୀଙ୍କ ଦୁଇଟି ଗଛରେ ଫଳିଥିବା ଆମ୍ବକୁ ନେଇ ଭାରି ଚର୍ଚ୍ଚା । ଏହି ମିୟାଜାକି  ଆମ୍ବର ମୂଲ୍ୟ  କିଲୋ ପ୍ରତି ୨ରୁ ୩ ଲକ୍ଷ। ଏହି ଆମ୍ବ ଜାପନର ମିୟାଜାକି ୟୁନିଭରସିଟିରୁ ବିକଶିତ ହୋଇଛି। କୃଷକ ସନ୍ଦିପ ଚୌଧୁରୀ  ନିଜ ବାରିରେ ଏହି ପ୍ରଜାତିର ଦୁଇଟି  ଗଛ ଲଗାଇଛନ୍ତି, ଯେଉଁଥିରେ  ଗଛରେ କେବଳ  ୩ଟି  ଆମ୍ବ ଫଳିଛି।  ଏହି ଆମ୍ବକୁ ସେ  ବିକ୍ରୀ କରିବେ ନାହିଁ  ବୋଲି କହିଛନ୍ତି।  କାରଣ ସେ ଏହି ଆମ୍ବକୁ  ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଖାଇବାକୁ ଦେବେ।  କୃଷକ ସନ୍ଦିପ ଚୌଧୁରୀ  ଏନେଇ କୁହନ୍ତି,  ୯ ମାସ ପୂର୍ବରୁ  ଏହି ଆମ୍ବର ଦୁଇଟି ଚାରା  କୋଲକତାରୁ ମଗାଇଥିଲି।  ଗୋାଟିଏ  ଗଛ ପାଇଁ ୭୫,୦୦୦ ଟଙ୍କା ଦେବାକୁ ପଡିଥିଲା।  ଦୁଇଟି ଗଛକୁ ସେ ତାଙ୍କ ଅର୍ଗାନିକ ବଗିଚାରେ ଳଗାଇଛନ୍ତି।  ଗଛର ଉଚ୍ଚତା କେବଳ ଅଢେଇ ଫଟରୁ ନିତି ଫୁଟ ମଧ୍ୟରେ ।  ଗୋଟିଏ ଆମ୍ବର  ଓଜନ ୩୦୦ରୁ ୩୫୦ ଗ୍ରାମ ପର୍ଯ୍ୟନ୍ତ।  ଅଗଷ୍ଟରେ ଏହି ଆମ୍ବ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିବ।

ସନ୍ଦିପ କୁହନ୍ତି  ଆମ୍ବ କିଣିବା ପାଇଁ ତାଙ୍କ ନିକଟକୁ ବହୁ ଫୋନ ଆସୁଛି।  କିନ୍ତୁ ସନ୍ଦିପ ଏହି ଆମ୍ବକୁ ବିକିବାକୁ ଚାହୁଁ ନାହାଁନ୍ତି।  ଏହି ଗଛା ପ୍ରଥମ ଫଳ ସେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୁଆଇବାକୁ ଚାହୁଁଛନ୍ତି। ଆମ୍ବର ସୁରକ୍ଷା ପାଇଁ ସେ ସିସିଟିଭି ଲାଗାଇଛନ୍ତି    ।  ଯଦି କେହି ବଗିଚାକୁ  ପସି ଆସନ୍ତି ତେବେ ଶଦ୍ଧ କରିଥାଏ। ଏହାର ଆଲର୍ଟ ସନ୍ଦିପଙ୍କ ମୋବାଇଲକୁ ଚାଲିଯାଇଥାଏ। ଏହି କ୍ୟାମେରା ୩୬୦ ଡିଗ୍ରୀରେ ବୁଲିଥାଏ । ଏହା ସୋଲାର ଏନର୍ଜିରେ ଚାଲିଥାଏ। 

ଅଧିକ ପଢନ୍ତୁ ଭାରତ ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା