ଶାହଙ୍କ ଦମ୍ଭୋକ୍ତି, ୨୬ ସୁଦ୍ଧା ସଫା ହେବେ ନକ୍ସଲ
by Argus News
Tue, Oct 08 | 7:27 p.m.

ଅର୍ଗସ ବ୍ୟୁରୋ: ମାଓବାଦୀକୁ ନେଇ ଶାହଙ୍କ ବଡ଼ ବୟାନ । କହିଲେ, ୨୬ ସୁଦ୍ଧା ନିପାତ ହେବେ ମାଓବାଦୀ । କେମିତି ଦେଶରେ ନକ୍ସଲ ନିପାତ ହେବେ ସେନେଇ ନୂଆ ରଣନୀତି କରାଯାଇଛି । ଖାଲି ଏତିକି ନୁହେଁ ଦିଲ୍ଲୀରେ ମାଓ ସମୀକ୍ଷା ବୈଠକରେ ଟାର୍ଗେଟ୍‌କୁ ଦୋହରାଇବା ସହ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟାସ୍କ ବି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବାକୁ ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ।

ରାଜ୍ୟରେ କେମିତି ମାଓବାଦୀର ମୂଳପୋଛ ହେବ ସେନେଇ କେନ୍ଦ୍ର ସରାକର ଓ ରାଜ୍ୟ ସରକାର ନୂଆ ରଣନୀତି ଆପଣାଇଛନ୍ତି । ସେଇଥି ଲାଗି ତ ରାଜ୍ୟରେ ମାଓମୁକ୍ତ ଅପରେସନକୁ ତୀବ୍ର କରିବାକୁ ଓଡ଼ିଶା ପକ୍ଷରୁ ୧୨ କଂପାନୀ CAPF ଓ ହେଲିକପ୍ଟର ମଗାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ମିଶନ୍ ୨୬ର ଦମ୍ଭୋକ୍ତିକୁ ବି ଦୋହରାଇଛନ୍ତି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ସେପଟେ ଶାହ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ ଏବେ ଶେଷ ଚରଣରେ ପହଞ୍ଚିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରେ ମାଓ ସମସ୍ୟାର ମୂଳୋତ୍ପାଟନ ଦିଗରେ କେବଳ ଯାହା ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି । ଛତିଶଗଡ଼ ଉଦାହରଣ ରଖି କହିଥିଲେ, ରଣନୀତି ମୁତାବକ ଜାନୁଆରୀରୁ ଏଯାଏଁ ସେଠି ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଗଲାଣି, ୮୦୧ ନକ୍ସଲ ଗିରଫ ଏବଂ ୭୪୨ ଜଣ ଆତ୍ମସମର୍ପଣ କଲେଣି ।

କଂଗ୍ରେସ ସରକାର ଥିବା ବେଳେ ଭୟଙ୍କର ଭାବରେ ବଢିଥିଲା ନକ୍ସଲଙ୍କ ଉପଦ୍ରବ । ହେଲେ ବିଜେପି ସରକାରକୁ ଆସିବା ପରେ ଏହା ବହୁ ସଂଖ୍ୟାରେ କମିଛି । ଦେଶରେ ଏବେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୯୬ରୁ ୧୬କୁ ଖସିଆସିଛି । ତେଣୁ ଫାଇନାଲ୍ ପୁସ୍ ଦେଇ ଏବେ ଏହାକୁ ଶେଷ କରିବାକୁ ପଡ଼ିବ । ଆଇଡୋଲୋଜି ନାଁରେ ଆଉ ହତ୍ୟା ହେବନାହିଁ ବୋଲି ସଂକଳ୍ପ ନେବାକୁ ପଡ଼ିବ ବୋଲି କହି ନକ୍ସଲମାନଙ୍କୁ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଶାହ ।

ମାଓ ମୁକାବିଲାକୁ ନେଇ ତତ୍ପର କେନ୍ଦ୍ର ସରକାର । ସେଇଥି ଲାଗି ତ ଉଚ୍ଚସ୍ତରୀୟ ବୈଠକରେ ପ୍ରତି ମାସରେ ଥରେ ମୁଖ୍ୟମନ୍ତ୍ରୀ ଓ ପ୍ରତି ୧୫ ଦିନରେ ଥରେ ଡିଜିପି ମାଓ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମିତିକି ଜିଲ୍ଲାସ୍ତରରେ ଡିଜିପିମାନେ ମାସକୁ ଥରେ ପ୍ରଭାବିତ ଅଞ୍ଚଳକୁ ଯାଇ ରାତ୍ରିଯାପନ କରିବାକୁ ବି ପରାମର୍ଶ ଦେଇଛନ୍ତି । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ୩୧ ନକ୍ସଲ ନିପାତ ଘଟଣାର ମାତ୍ର ୩ଦିନ ପରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ଓଡ଼ିଶା, ଛତିଶଗଡ଼ ସମେତ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟରେ ମାଓ ଅପରେସନକୁ ତୀବ୍ର କରିବାକୁ କେନ୍ଦ୍ର ପାଖରେ ୧୨ କଂପାନୀ ସିଏପିଏଫ୍ ଓ ହେଲିକପ୍ଟର ପାଇଁ ଦାବି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
 

ଗ୍ରାଚୁଇଟି ସୀମା
29m ago
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
47m ago
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍