ସଇଦି ଜଲିଲିଙ୍କୁ ହରାଇ ଇରାନର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମସୁଦ ପେଜେଶକିୟନ
by Argus News
Sat, Jul 06 | 2:41 p.m.

ଅର୍ଗସ ବ୍ୟୁରୋ:  ଇରାନରେ ମସୁଦ ରାଜ୍ । ରାଷ୍ଟ୍ରପତି ରନ୍-ଅଫ ନିର୍ବାଚନରେ କନଜର୍ଭେଟିଭ୍ ନେତା ସଇଦି ଜଲିଲିଙ୍କୁ ହରାଇ ଇରାନର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମସୁଦ ପେଜେଶକିୟନ । ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହୋଇଥିବାବେଳେ ଶନିବାର ଭୋଟ ଗଣତି ହୋଇଛି । ଜଲିଲିଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ମସୁଦ । ମସୁଦ ପେଜେଶକିୟନ ଇରାନର ଜଣେ ଜଣାଶୁଣା ହାର୍ଟ ସର୍ଜନ । ୨୦୦୮ରୁ ସେ ପାର୍ଲିଆମେଣ୍ଟର ମେମ୍ବର ରହି ଆସିଛନ୍ତି ।

ବ୍ରିଟେନରେ ସୁନକ ରାଜ୍ ଶେଷ, ବାଜି ମାରିଲା ଲେବର ପାର୍ଟି

ଇରାନରେ 1979 ଇସଲାମିକ ବିପ୍ଳବ ପରେ ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି । ମେ ୧୯ ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରଇିସିଙ୍କ ମୃତ୍ୟୁ ପରେ ଦେଶ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନର ସାମ୍ନା କରିଛି । 

ଜୁନ ୨୮ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟର ନିର୍ବାଚନରେ ଇରାନ ନିର୍ବାଚନ ଆଇନ ଅନୁଯାୟୀ କୌଣସି ପ୍ରାର୍ଥୀ ସଂଖ୍ୟା ଗରିଷ୍ଠତା ଅର୍ଥାତ୍ ୫୦ ପ୍ରତିଶତ ଭୋଟ ହାସଲ କରିନଥିବା ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ଯେଉଁଥିରେ ଜଲିଲିଙ୍କୁ ହରାଇଛନ୍ତି ମସୁଦ ପେଜେଶକିୟନ । ତେବେ ମସୁଦ ଜଣେ ଭାରତ ସମର୍ଥକ ଏବଂ ପାକିସ୍ତାନ ବିରୋଧୀ ରିଫର୍ମିଷ୍ଟ ନେତା ଭାବେ ଜଣାଶୁଣା । 

ଆହୁରି ପଢନ୍ତୁ ବିଦେଶ ଖବର...

ଘନ କୁହୁଡ଼ି
16m ago
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
32m ago
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
41m ago
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ