ଖୋଲିଲା ବିଜେଡି ସରକାରଙ୍କ ଅସଲ ମୁଖା
by Argus News
Sat, Apr 06 | 3:00 p.m.

'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ଖାଲି ମିଛ ପ୍ରଚାର !
ଖୋଲିଲା ବିଜେଡି ସରକାରଙ୍କ ଅସଲ ମୁଖା 
 

ଅର୍ଗସ ବ୍ୟୁରୋ : ବିଜେଡି ପିଛା ଛାଡୁନି ବିବାଦ । ସରକାର ଯେତିକିଦିନ ପୁରୁଣା ହେଉଛି ସେତିକି ନୂଆ ବିବାଦ ବି ଦେଖିବାକୁ  ମିଳୁଛି । ଏଇ ଯେମିତି ୟୂରଭଞ୍ଜ ଜାମଦା ବ୍ଲକ ବଡକୁଲେଇବୀରାର କୁଦନ୍ ମୁଣ୍ଡା ନିଜ ଖର୍ଚ୍ଚରେ ଧୂପକାଠି ଉତ୍ପାଦନ ମେସିନ ବସାଇଛନ୍ତି । କିନ୍ତୁ ତାଙ୍କ ପରିଶ୍ରମର ସବୁ ଶ୍ରେୟ ନେବାକୁ ମିଛ ପ୍ରଚାର କରିଛନ୍ତି ରାଜ୍ୟ ସରକାର । ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରଚାର ପୁସ୍ତିକାରେ ଛପାଯାଇଛି ମିଶନ ଶକ୍ତି ପକ୍ଷରୁ ଲକ୍ଷେ ଟଙ୍କା ଋଣ ନେଇ ଧୁପକାଠି ମେସିନ କିଣିଛନ୍ତି କୁଦୁନ୍ ମୁଣ୍ଡା । 

୧୧ ବର୍ଷ ପୂର୍ବରୁ ଗାଁରେ ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ମିଛ ପ୍ରଚାର ମଧ୍ୟ ଧରାପଡ଼ିଛି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ୧ କୋଟି ୯୬ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ ହୋଇଥିବା ପଞ୍ଚାୟତ ବିକାଶ ପୁସ୍ତିକାରେ ଉଲ୍ଲେଖ ରହିଛି । କିନ୍ତୁ ବିଡମ୍ବନାର ବିଷୟ ଏଯାଏ ବଡକୁଲେଇବିରା ଗାଁରେ କୌଣସି ଘରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚି ପାରିନାହିଁ । ଏବେବି ଚୁଆ ପାଣିରେ ଗ୍ରାମବାସୀଙ୍କ ଶୋଷ ମେଣ୍ଟୁଛି । 

 

ଋଣ ଓ ପାଣି ଯୋଗାଣ ନାଁରେ ମିଛ ପ୍ରଚାର ସହ ରୋଗୀ ଚିକିତ୍ସାକୁ ନେଇ ମଧ୍ୟ ମିଛ ପ୍ରଚାର କରୁଛନ୍ତି ସରକାର । ତିରିଙ୍ଗ ବ୍ଲକ ବଡ଼ଡାଳିମା ଗାଁର ସରୁପ ମହାପାତ୍ର ବ୍ୟକ୍ତିଗତ ଖର୍ଚ୍ଚରେ ଚିକିତ୍ସିତ ହୋଇଥିଲେ ବି ବିଜୁ ସ୍ବାସ୍ଥ୍ୟ କାର୍ଡ ଜରିଆରେ ରୋଗୀ ଚିକିତ୍ସା କରାଯାଇଥିବା ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି । ୨୦୧୮ ଅଗଷ୍ଟ ୧୫ ତାରିଖରେ ଯୋଜନା ଆରମ୍ଭ ହୋଇଥିଲେ ବି ୨୦୧୬ରେ ଚିକିତ୍ସା ସୁବିଧା ଯୋଗାଇ ଦେଇଥିବା ପ୍ରଚାର କରି ସରକାର ନିଜ ପୋଲ୍ ଖୋଲିଛନ୍ତି । ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା ଦେଇ ଆସିଛନ୍ତି ରାଜ୍ୟ ସରକାର । କଳେ ବଳେ କୌଶଳେ ଭୋଟ ହାତେଇବାକୁ ମିଛ ପ୍ରଚାର କରି ବାରମ୍ବାର ଧରାପଡ଼ିଲେବି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ନା ହେଉଛି ତଦନ୍ତ ନା କାର୍ଯ୍ୟାନୁଷ୍ଠାନ । 
 

EMPLOYEES
15m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
40m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
56m ago
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ