କୁକୁଡା ବିକ୍ରି କରି ମାସକୁ ରୋଜଗାର ହେଉଛି କୋଟିଏ 
by Argus News
Thu, Nov 02 | 8:10 p.m.

ନୂଆଦିଲ୍ଲୀ: ଆଇଆଇଟିରେ ପାଠ ପଢା। ପଢା ଶେଷ ପରେ ୨୮ ଲକ୍ଷ ପ୍ୟାକେଜରେ ଚାକିରି। ତଥାପି ମନ ନଥିଲା ଶାନ୍ତି। ସଫଳାତା ପାଇକି ମଧ୍ୟ  ସଫଳତା ନପାଇଲା  ଭଳି ଲାଗୁଥିଲା। କିଛି ଭିନ୍ନ କରିବାକୁ ଥିଲା ଇଛା। କିନ୍ତୁ ଭିନ୍ନ ଯେ କୁକୁଡା ବିକ୍ରି ଏହା ପରିବାର ଲୋକ ମଧ୍ୟ ସ୍ୱପ୍ନରେ ଭାବିନଥିବେ।  ଆଶ୍ଚର୍ଯ୍ୟ ଲାଗୁଛି ଥିବ । ଲୋକହସା ଖରତିର ନକରି  ଆଜ୍ଞା ଆଗପଛ ନ ଅନାଇ ଲୋକଙ୍କ ଟାହିଟାପରେ କୁ ଧ୍ୟାନ ନ ଦେଇ ଚିକେନ ବିକିବା ଆରମ୍ଭ କରିଦେଲେ।  ସେ ୨୮ ଲକ୍ଷର ପ୍ୟାକେଜର ଚାକିରି ଠାରୁ ଏ କୁକୁଡା ବିକିବା ଦେଉଥିଲା ଆତ୍ମସନ୍ତୋଶ।  ଆଜି  କୁକୁଡା ବିକି ମାସକୁ  ରୋଜଗାର କରୁଛନ୍ତି ଏକ କୋଟି। ସେହି ବ୍ୟକ୍ତ ଜଣଙ୍କ ହେଉଛନ୍ତି  ସୈକେଶ ଗୌଡ। ଯିଏକି କଣ୍ଟ୍ରୀ ଚିକେନ କମ୍ପାନୀର ସଂସ୍ଥାପକ। 

ତେବେ  ସୈକେଶ ଗୌଡଙ୍କୁ କୁକୁଡା ବ୍ୟବସାୟରେ ସାଥ ଦେଇଥିଲେ ଦୁଇ ଜଣ ବ୍ୟକ୍ତି । ଜଣଙ୍କ ନା ହେଉଛି ହେମାମ୍ବର ରେଡ୍ଡି ଏବଂ ଅନ୍ୟ ଜଣଙ୍କ ନା ହେଉଛି  ମହମ୍ମଦ ସାମୀଉଦ୍ଧିନ ।   ଏହି ଦୁଇ ଜଣଙ୍କ  ଲକ୍ଷ ଥିଲା କୁକୁଡା  ପାଳନ କରିବା। ସେହିସମୟରେ ସୈକେଶ ଗୌଡ  ସହ ଏହି ଦୁଇ ଜଣଙ୍କର ସାକ୍ଷାତ ହୋଇଗଲା।  ଆରମ୍ଭ କରିଲେ କୁକୁଡା ପାଳନ।  ପରେ  ସୈକେଶ ଗୌଡ   ଚିକେନ ବିକିବା ଆରମ୍ଭ କରିଦେଲେ।   ଚାହୁଁ ଚାହୁଁ ବେପାର ଲମ୍ବିବାରେ ଲାଗିଲା।   ହାଇଦ୍ରାବଦରେ  ଦେଶର ପ୍ରଥମ ଚିକେନ ସେଣ୍ଟର ଖୋଲିଲା ସୈକେଶ ଗୌଡଙ୍କର  ।  

ଏଥିରେ ୭୦ ଜଣ ଲୋକଙ୍କୁ ଚାକିରି ଦେଲେ।  କେବଳ ଏତିକି ନୁହେଁ,  କଣ୍ଟ୍ରୀ ଚିକେନ୍ କମ୍ପାନୀ ପ୍ରାୟ 15 ହଜାର କୁକୁଡ଼ା ଚାଷୀଙ୍କ ସହିତ ଏକ ନେଟୱାର୍କ ତିଆରି କରିଥିଲା ​​ଏବଂ ଭଲ ମୂଲ୍ୟ ଦେଇ ସେମାନଙ୍କଠାରୁ ସିଧାସଳଖ ଚିକେନ୍ କିଣିବା ଆରମ୍ଭ କଲା | ଏପ୍ରିଲ୍ 2023 ସୁଦ୍ଧା,  କଣ୍ଟ୍ରୀ ସିକେନର ଆୟ  ହୁ ହୁ ହୋଇ ବୃଦ୍ଧି ପାଇ ମାସକୁ 1.2 କୋଟି ଟଙ୍କା ହୋଇଗଲା। ଗତ ଆର୍ଥିକ ବର୍ଷରେ କମ୍ପାନୀକୁ ମୋଟ  ୫କୋଟି ଟଙ୍କା  ଆୟ ମିଳିଥିଲା।  କଣ୍ଟିରି ଚିକେନର ଲକ୍ଷ  ଏହି ଆର୍ଥିକ ବର୍ଷରେ 50 କୋଟି ଟଙ୍କା ରାଜସ୍ୱ ହାସିଲ କରିବା। ସତରେ ଯେତେ ସଫଳତା ପାଅ ପଛେ ଯେଉଁ ଯଦି ସେ ସଫଳତା ତୁମକୁ ଆତ୍ମସନ୍ତୋଷ ଦେଉନି ସେ ଫଳତା ସଫଳତାରେ ଯାଏନା।   
ଅଧିକ ଦେଖନ୍ତୁ :

ଆଜିଠାରୁ ଏକମାସ
27m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
49m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
51m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି