ଭଗ୍ନ ଅବସ୍ଥାରେ ପଡି ରହିଛି କ୍ଷୁଦ୍ର ଜଳସେଚନ ବିଭାଗ
by Argus News
Tue, Nov 19 | 6:16 p.m.

ଅର୍ଗସ ବ୍ୟୁରୋ:  ଆଦିବାସୀ ଅଧୁସିତ ରାୟଗଡା ବିଷମକଟକ ଅନ୍ତର୍ଗତ ପେଣ୍ଟା ଓ କୁଦୁଭଟ୍ଟା ଅଞ୍ଚଳରେ ଦୃଶ୍ୟ । ପାଣି ଅଭାବରୁ ଏଠି ମରୁଡି ପରିସ୍ଥିତି।  ଅମଳ ପୂର୍ବରୁ ନଷ୍ଟ ହୋଇଗଲାଣି ଏକର ଏକର ଧାନ ଫସଲ । ପୂର୍ବ ବିଜେଡି ସରକାର ଅମଳରେ ଚାଷୀଙ୍କ ସୁବିଧା ପାଇଁ  ୧୧୫ ହେକ୍ଟର ଚାଷ ଜମିକୁ ଜଳ ସେଚନ ନିମନ୍ତେ ରାଣୀଭଟ୍ଟା ଠାରେ ୫ଟି ଯୋଜନାରେ ଜଳ ସମ୍ପଦ ବିଭାଗ ତରଫରୁ ୨.୮୦ କି.ମି ଲମ୍ବ ବିଶିଷ୍ଟ କେନାଲ ନିର୍ମାଣ ହୋଇଥିଲା। ହେଲେ ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କେନାଲ ଭାଙ୍ଗି ଏବେ ଚୁରମାର ହୋଇ ପଡିରହିଛି । ଫଳରେ ଅଞ୍ଚଳର ଥିବା ଶହଶହ ଏକର ଚାଷଜମିକୁ ଜଳ ସେଚନ ନ ହେବା ଫଳରେ ମରୁଡି ପରିସ୍ଥିତି ଦେଖାଦେଇଛି ।

ସେପଟେ କୁଦଭଟା ଅଞ୍ଚଳର ଚାଷୀଙ୍କ ଅବସ୍ଥା ମଧ୍ୟ ସମାନ। ଏଠିମଧ୍ୟ ଜମିରେ ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଜମି ମରୁଡି ପଡିଛି । ଧାର କରଜ କରିବା ସାଙ୍ଗକୁ ବ୍ୟାଙ୍କରୁ ଋଣ ଆଣି ଚାଷୀ ଚାଷକାର୍ଯ୍ୟ କରିଥିବା ବେଳେ , ଏବେ ଅମଳ ପୂର୍ବରୁ ପାଣି ଅଭାବ ଯୋଗୁଁ ଚାଷଜମି ଫାଟି ଆଁ କରିଛି । ଆଉ ପାଣି ଅଭାବ ଯୋଗୁଁ ଫସଲ ଗୁଡିକ ବର୍ଷବର୍ଷ ଧରି ମରୁଡି ପଡୁଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଞ୍ଚଳର ଚାଷୀ । ସବୁଠାରୁ ବଡକଥା ହେଲା , ଦିର୍ଘ ପଚିଷ ବର୍ଷଧରି ଅଞ୍ଚଳରେ ଏକ ଚେକଡ୍ୟାମ ନିର୍ମାଣ ପାଇଁ ପୂର୍ବ ବିଜେଡି ସରକାରଙ୍କ ନେତାମନ୍ତ୍ରୀଙ୍କ ପାଖରେ ଦାବି କରି ଆଶୁଥିଲେ ଅଞ୍ଚଳବାସୀ। ଦାବି ମୁତାବକ ନିର୍ବାଚନ ସମୟରେ ଅଞ୍ଚଳରେ ଚେକଡ୍ୟାମ୍ ନିର୍ମାଣ ନିମନ୍ତେ ଟେଣ୍ଡର ହୋଇଥିବା କହି ନେତାମନ୍ତ୍ରୀ ଓ ପ୍ରଶାସନ ଯାଇ ଲୋକଙ୍କୁ ପ୍ରତିସୂତି ମଧ୍ୟ ଦେଇଥିଲେ ।  ହେଲେ ରାଜନୈତିକ ଛକାପଞ୍ଜା ଓ ପ୍ରଶାସନର ଅବହେଳା ଯୋଗୁଁ ଚେକଡ୍ୟାମ ନିର୍ମାଣ ନିମନ୍ତେ ହୋଇଥିବା ଟେଣ୍ଡରର କୌଣସି ଆତାପାତା ନାହିଁ । ଯାହାଫଳରେ ଚେକଡ୍ୟାମ ନିର୍ମାଣ ନହେବାରୁ ଏବେ ଦୁର୍ଦଶା ଭୋଗୁଥିବା କହିଛନ୍ତି ଅଞ୍ଚଳର ଚାଷୀ ।

ତିନି ବର୍ଷ ହେବ ପାଣି ଅଭାବରୁ ଜିଲ୍ଲାରେ ମରୁଡି ପରିସ୍ଥିତି ଦେଖା ଦେଉଛି। ବର୍ଷସାରା କଷ୍ଟକରି ଧାରକରଜ କରି ପରିବାର ପାଇଁ ଦୁଇମୁଠା ଫସଲ ଉପାର୍ଜିତ କରିବା ଆଶାରେ ରହିଥିବା ଚାଷୀ ଲଗାତାର ତିନିବର୍ଷ ଧରି ଏପରି ମରୁଡି ପରିସ୍ଥିତିକୁ ସାମ୍ନାକରି ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ,ଏବେ ପରିବାର ପ୍ରତିପୋଷଣ ଓ ଋଣଚିନ୍ତାରେ  ଦାଦନ ଯିବାପାଇଁ ମନସ୍ତ କଲେଣି ଚାଷୀ । ସେପଟେ ଚାଷ  ନ ହୋଇ ଜମି ଗୁଡିକ ଏବେ ଗୋରୁଗାଇଙ୍କ ଆଶ୍ରୟସ୍ଥଳି ପାଲଟିଛି । ତେବେ ବଡପ୍ରଶ୍ନ ବର୍ଷ ବର୍ଷ ଧରି ଚାଷ ଜମିରେ ଜଳସେଚନର ଅଭାବ ଲାଗି ରହିଥିବା ସତ୍ତ୍ବେ , କାହିଁକି ଚାଷୀଙ୍କ ସମସ୍ୟାକୁ ଗୁରୁତ୍ତ୍ବ ଦେଉନି ପ୍ରଶାସନ। କେବେ ହେବ ଜଳସେଚନର ସୁବିଧା  ? 

NCC CADETS
36m ago
ଆସନ୍ତା ୫ ବର୍ଷରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ
ଅର୍ଗସ ବ୍ୟୁରୋ: ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ। ଦେଶକୁ ଅଧିକ ମାତ୍ରାରେ ଏନସିସି କ୍ୟାଡେଟ ଯୋଗେଇବ ଓଡ଼ିଶା। ଏ ନେ
POLICE
ବାଂଲାଦେଶ ନାବାଳିକା ଉଦ୍ଧାର, ଦଲାଲ ସ୍ୱାମୀ, ସ୍ତ୍ରୀକୁ ଗିରଫ କଲା ପୋଲିସ
ଅର୍ଗସ ବ୍ୟୁରୋ: କଟକରୁ ବାଂଲାଦେଶ ନାବାଳିକା ଉଦ୍ଧାର ଘଟଣା । କଟକ ସଦର ଥାନା ଅଞ୍ଚଳରୁ ଦଲାଲ ସ୍ବାମୀ, ସ୍ତ୍ରୀକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ଗିରଫ ଦମ୍ପତିଙ୍କ
PARLIAMENT
ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ
ଅର୍ଗସ ବ୍ୟୁରୋ: ପ୍ରସ୍ତୁତ ସରକାର...ପ୍ରସ୍ତୁତ ବିରୋଧୀ । ଆଜିଠୁ ସଂସଦରେ ସରଗରମ ହେବ ଚର୍ଚ୍ଚା । ଶୀତକାଳୀନ ଅଧିବେଶନରେ ମୋଟ ୧୬ଟି ବିଲ୍‌ ଉପସ୍ଥାପନ ପାଇଁ ଲକ୍ଷ୍
CRIME BRANCH
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ହାତକୁ ଗଲା ୩ କେଶ୍
ଅର୍ଗସ ବ୍ୟୁରୋ: ଯାଜପୁରରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ ଟିମ୍। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ହାତକୁ ଗଲା ୩ କେଶ୍। ୩ ଟି ଟିମ ଗଠନ କର
ASTROLOGICAL
ଜାଣନ୍ତୁ ଆଜିର ରାଶିଫଳ, ସତର୍କ ରୁହ ଏହି ରାଶି...
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ ଜାଣି ରଖନ୍ତୁ। ମେଷ- ପାରିବାରିକ କ୍ଷେତ୍ରରେ ଅର୍ଥସଂକଟ ଦେଖାଦେବ। ସ୍ଥଗିତ କର୍ମ ସମ୍ପାଦନ କରିବାରେ ସମସ୍ୟାର ସମ୍ମୁଖୀନ ହେବେ