ରେକର୍ଡ କଲେ ଅଷ୍ଟ୍ରେଲିଆ ଖେଳାଳି : ହେଲା ଟଙ୍କାର ବର୍ଷା
by Argus News
Tue, Dec 19 | 10:26 p.m.

ଅର୍ଗସ ବ୍ୟୁରୋ : ଆଜି ଦୁବାଇରେ ଚାଲିଥିଲା ଆଇପିଏଲ ୨୦୨୪ ପାଇଁ ଖେଳାଳି ନିଲାମ । ଏହି ନିଲାମରେ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆ ଖେଳାଳି । ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ହୋଇଥିଲା ଟଙ୍କାର ବର୍ଷା । ଏହି ନିଲାମ ରେକର୍ଡ କରିଛନ୍ତି  ଅଷ୍ଟ୍ରେଲିଆ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ । ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷରେ କିଣିଲା କୋଲକାତା ନାଇଟି ରାଇଡର୍ସ । ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେଲେ ଷ୍ଟାର୍କ । ପ୍ରଥମେ ହେଡ୍‌, ତା’ପରେ କମିନ୍ସ ଆଉ ଏବେ ଷ୍ଟାର୍କ ଆଇପିଏଲର ଦାମୀ ଖେଳାଳି ପାଲଟିଛନ୍ତି ।

ସେହିପରି ସନ ରାଇଜର୍ସ ହାଇଦ୍ରାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ କିଣିଛି । ଏହା ମଧ୍ୟ ଆଇପିଏଲ ଇତିହାସରେ ସବୁଠାରୁ ବଡ଼ ଡାକ ଥିଲା । ହେଲେ ମାତ୍ର କିଛି ମିନିଟ ବ୍ୟବଧାନରେ ଏହି ରେକର୍ଡ ଭାଙ୍ଗି ଦେଇଥିଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ । ଏହାପରେ ତୃତୀୟ ସର୍ବାଧିକ ନିଲାମୀ ଖେଳାଳି ନ୍ୟୁଜିଲାଣ୍ଡର ଡେରିଲ ମିଚେଲ ହୋଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ ମିଚେଲଙ୍କୁ ୧୪ କୋଟି ଟଙ୍କାରେ କିଣିଛି । ଭାରତର ହର୍ଷଲ ପଟେଲଙ୍କୁ ପଞ୍ଜାବ କିଙ୍ଗସ ୧୧ କୋଟି ୭୫ ଲକ୍ଷରେ କିଣିଛି । ଉମେଶ ଯାଦବଙ୍କୁ ଗୁଜରାଟ ୫ କୋଟି ୮୦ ଲକ୍ଷ ।

ଅଧିକ ପଢନ୍ତୁ ଖେଳ ଖବର

ସେହିପରି ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ ହେଡଙ୍କୁ ସନରାଇଜର୍ସ ହାଇଦ୍ରାପାଦ ୬ କୋଟି ୮୦ ଲକ୍ଷରେ କିଣିଛି । ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୪ କୋଟିରେ କିଣିଛି । ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ରୋବମନ ପାୱେଲଙ୍କୁ ରାଜସ୍ଥାନ ରୟାଲ୍ସ  ୭ କୋଟି ୪୦ ଲକ୍ଷରେ କିଣିଛି । ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଟଜିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୫ କୋଟିରେ କିଣିଛି । ସେହିପରି ଆଫଗାନିସ୍ଥାନ ଷ୍ଟାର କ୍ରିକେଟର ଅଜମତୁଲ୍ଲା ଓମରଜଇଙ୍କୁ ଗୁଜରାଟ ଟାଇଟନ୍ସ ୫୦ ଲକ୍ଷରେ କିଣିଛି ।

ଏବେ ଆସନ୍ତୁ ଜାଣିବା କେଉଁ ଦଳ କାହାକୁ କେତେ ଟଙ୍କରେ କିଣିଛି...
ସନରାଇଜର୍ସ ହାଇଦ୍ରାବାଦ
୧- ପାଟ କମିନ୍ସ- ୨୦.୫ କୋଟି
୨- ଟ୍ରାଭିସ ହେଡ- ୬.୮୦ କୋଟି
୩- ୱାନିନ୍ଦୁ ହସରଙ୍ଗା- ୧.୫୦ କୋଟି
୪- ଜୟଦେବ ଉନାଦକତ – ୧.୬ କୋଟି
୫- ଆକାଶ ସିଂହ – ୨୦ ଲକ୍ଷ
୬- ଜତାଭେଦ ସୁବ୍ରମଣୟନ – ୨୦ ଲକ୍ଷ

ମୁମ୍ବାଇ ଇଣ୍ଡିଆନ୍ସ
୧- ଗେରାଲ୍ଡ କୋଏଜି – ୫ କୋଟି
୩- ଦିଲସାନ ମଧୁଶଙ୍କା – ୪.୬ କୋଟି
୪- ଶ୍ରେୟସ ଗୋପାଲ – ୨୦ ଲକ୍ଷ
୫- ନୁୱାନ ତୁଶାରା – ୪.୮୦ କୋଟି
୬- ଅନଶୁଲ କାମ୍ବୋଜ – ୨୦ ଲକ୍ଷ
୭- ମହମ୍ମଦ ନବି – ୧.୫ କୋଟି

ଚେନ୍ନାଇ ସୁପର କିଙ୍ଗସ
୧- ଡାରେଲ ମିଚେଲ- ୧୪ କୋଟି
୨- ସମୀର ରିଜଭୀ-୮.୪ କୋଟି
୩- ଶାର୍ଦ୍ଦୁଲ ଠାକୁର- ୪ କୋଟି
୪- ରଚିନ ରବୀନ୍ଦ୍ର – ୧.୮ କୋଟି
୫- ମୁସ୍ତାଫିଜୁର ରହମାନ- ୨ କୋଟି
୬- ଅବିନାଶ ରାଧ ଆରଭେଲୀ- ୨୦ ଲକ୍ଷ

କୋଲକାତା ନାଇଟ ରାଇଡର୍ସ
୧- ମିଚେଲ ଷ୍ଟାର୍କ – ୨୪.୭୫ କୋଟି
୨- କେଏସ ଭରତ- ୫୦ ଲକ୍ଷ
୩- ଚେତନ ସାକାରିୟା – ୫୦ ଲକ୍ଷ
୪- ଅଙ୍ଗକ୍ରିଶ ରଘୁବଂଶୀ – ୨୦ ଲକ୍ଷ
୫- ରମନଦୀପ ସିଂହ – ୫୦ ଲକ୍ଷ
୬- ଶେରଫନ ରଥରର୍ଫୋଡ- ୧.୫ କୋଟି
୭- ମନୀଷ ପାଣ୍ଡେ – ୫୦ ଲକ୍ଷ
୮- ସାକିବ ହୁସେନ – ୨୦ ଲକ୍ଷ
୯- ମୁଜୀବ ଉର ରହମାନ – ୨ କୋଟି
୧୦- ଗସ ଅଟକିନସନ – ୧ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ
୧- କୁମାର କୁଶଗ୍ରା – ୭.୨୦ କୋଟି
୨- ଝାଇ ରିଚାର୍ଡସନ – ୫ କୋଟି
୩- ସାଇ ହୋପ – ୭୫ ଲକ୍ଷ
୪- ହ୍ୟାରୀ ବ୍ରୁକ – ୪ କୋଟି
୫- ତ୍ରିସ୍ତାନ ଷ୍ଟବ୍ସ – ୫୦ ଲକ୍ଷ
୬- ରିକି ଭୂଇ – ୨୦ ଲକ୍ଷ
୭- ରସିକ ଧର – ୨୦ ଲକ୍ଷ
୮- ସୁମିତ କୁମାର – ୧ କୋଟି
୯- ସ୍ୱସ୍ତିକ ଚିକାରା – ୨୦ ଲକ୍ଷ
ଲକ୍ଷ୍ନୌ ସୁପର ଜାଏଣ୍ଟସ
୧- ଶିଭମ ମାଭି – ୬.୪୦ କୋଟି
୨- ଏମ ସିଦ୍ଧାର୍ଥ – ୨.୪୦ କୋଟି
୩- ଅରଶିନ କୁଲକର୍ଣ୍ଣି – ୨୦ ଲକ୍ଷ
୪- ଅଷ୍ଟନ ଟର୍ଣ୍ଣର – ୧ କୋଟି
୫- ଡାଭିଡ ୱିଲୀ – ୨ କୋଟି
୬- ଅର୍ଶଦ ଖାନ – ୨୦ ଲକ୍ଷ

ଗୁଜରାଟ ଟାଇଟନ୍ସ
୧- ଶାହରୁଖ ଖାନ – ୭.୪୦ କୋଟି
୨- ଉମେଶ ଯାଦବ – ୫.୮ କୋଟି
୩- ସୁଶାନ୍ତ ମିଶ୍ରା – ୨.୨ କୋଟି
୪- କାର୍ତ୍ତିକ ତ୍ୟାଗୀ – ୬୦ ଲକ୍ଷ
୫- ଅଜମତୁଲ୍ଲା ଓମରଜାଇ – ୫୦ ଲକ୍ଷ
୬- ମାନବ ସୁତାର – ୨୦ ଲକ୍ଷ
୭- ସ୍ପେନସର ଜନସନ – ୧୦ କୋଟି
୮- ରବିନ ମିଞ୍ଜ – ୩.୬ କୋଟି

ରାଜସ୍ଥାନ ରୟାଲ୍ସ
୧- ରୋଭମାନ ପାୱେଲ – ୭.୪ କୋଟି
୨- ଶୁଭମ ଦୁବେ – ୫.୮୦ କୋଟି
୩- ଟମ ଖୋଲେର କାଡମୋରେ – ୪୦ ଲକ୍ଷ
୪- ଆବିଦ ମୁସ୍ତାକ – ୨୦ ଲକ୍ଷ
୫- ନାନ୍ଦ୍ରେ ବୁରଗେର – ୫୦ ଲକ୍ଷ


ପଞ୍ଜାବ କିଙ୍ଗସ
୧- ହର୍ଷଲ ପଟେଲ – ୧୧.୭୫ କୋଟି
୨- ରାଇଲେ ରୁସୋ – ୮ କୋଟି
୩- କ୍ରିସ ୱକ୍ସ – ୪.୨ କୋଟି
୪- ଆଶୁତୋଷ ଶର୍ମା – ୨୦ ଲକ୍ଷ
୫- ବିଶ୍ୱନାଥ ପ୍ରତାପ ସିଂହ – ୨୦ ଲକ୍ଷ
୬- ଶଶାଙ୍କ ସିଂହ – ୨୦ ଲକ୍ଷ
୭- ତନୟ ତ୍ୟାଗରଞ୍ଜନ – ୨୦ ଲକ୍ଷ
୮- ପ୍ରିନ୍ସ ଚୌଧୁରୀ – ୨୦ ଲକ୍ଷ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
୧- ୟାଶ ଦୟାଲ – ୫ କୋଟି
୨- ଅଲଜାରୀ ଯୋଶେଫ – ୧୧.୫୦ କୋଟି
୩- ଟମ କୁରାନ – ୧.୫୦ କୋଟି
୪- ଲକି ଫର୍ଗୁସନ – ୨ କୋଟି
୫- ସ୍ୱପନିଲ ସିଂହ – ୨୦ ଲକ୍ଷ
୬- ସୌରଭ ଚୌହାନ – ୨୦ ଲକ୍ଷ


 

EMPLOYEES
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ