ପାରାଅଲିମ୍ପିକ୍ସର ଭାରତୀୟ ପଦକ ବିଜେତାଙ୍କୁ ମୋଦିଙ୍କ ଶୁଭେଚ୍ଛା
by Argus News
Mon, Sep 02 | 8:45 a.m.

ଅର୍ଗସ ବ୍ୟୁରୋ : ପାରାଅଲିମ୍ପିକ୍ସର ଭାରତୀୟ ପଦକ ବିଜେତାଙ୍କୁ ମୋଦିଙ୍କ ଅଶେଷ ପ୍ରଶଂସା ଓ ଅଭିନନ୍ଦନ । ପଦକ ବିଜେତାଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ । ପଦକ ବିଜେତା ମୋନା ଅଗ୍ରୱାଲ, ପ୍ରୀତି ପାଲ, ମନୀଷ ନରୱାଲ ଏବଂ ରୁବିନା ଫ୍ରାନ୍ସିସ୍ ଙ୍କୁ ଫୋନ୍ ରେ ଶୁଭେଚ୍ଛା ଜଣାଇଲେ। ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ଦେଶକୁ ଗର୍ବିତ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ସେମାନଙ୍କ ପାଇଁ ଅତ୍ୟନ୍ତ ଖୁସିର ବିଷୟ ବୋଲି କହିଛନ୍ତି ପାରାଅଲିମ୍ପିକ ବିଜେତା ମାନେ ।

ଅଧିକ ପଢନ୍ତୁ : ପ୍ୟାରିସ ପାରାଅଲମ୍ପିକ୍ସ:ଭାରତକୁ ପଞ୍ଚମ ପଦକ ଭେଟିଦେଲେ ରୁବିନା

ଏହି ସମୟରେ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା  ଭାରତୀୟ ଶୁଟର ଅବନୀ ଲେଖରା ଙ୍କୁ ମଧ୍ୟ ଅଶେଷ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ପ୍ୟାରିସ ପାରାଅଲିମ୍ପିକ୍ସ ରେ ଭାରତକୁ ମିଳିଛି ଏକ ବଡ଼ ସଫଳତା । ଚଳିତ ଥର ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ା ବିଭାଗରେ ଅଂଶଗ୍ରହଣ କରିଛନ୍ତି । 

OSSSC
13m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
13m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
ହବିଷ୍ୟାଳି
15m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ