ସମ୍ବଲପୁରୀ ଉତ୍ତରୀୟ ପକାଇ ମସ୍କୋରେ ଭାଷଣ ଦେଲେ ମୋଦି
by Argus News
Tue, Jul 09 | 2:03 p.m.

ଅର୍ଗସ ବ୍ୟୁରୋ: ସବୁବେଳେ ଓଡିଆ ଓ ଓଡିଶା ସଂସ୍କୃତି, ଓଡିଆ ଲୋକଙ୍କୁ ପ୍ରଧାନ୍ୟ ଦିଅନ୍ତି ପ୍ରଧାନମନ୍ତ୍ରୀ । ଯାହାର ପୁଣି ଏକ ଝଲକ ଦେଖିବାକୁ ମିଳିଛି । ତୃତୀୟ ପାଳି ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ରୁଷିଆ ଗସ୍ତରେ ଯାଇଥିବାବେଳେ ମସ୍କୋରେ ଭାରତୀୟ ସମାଜକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ସମୟରେ ପ୍ରଧାନମନ୍ତ୍ରୀ ସମ୍ବଲପୁରୀ ଉତ୍ତରୀୟ ପକାଇ ଭାଷଣ ଦେଉଥିବା ଦେଖିବାକୁ ମିଳିଛି । ତାହା ସହ ମସ୍କୋରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଓଡିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭଲପାଇବାର ପ୍ରମାଣ ଦେଇଛି ।

 ଆଜି ମୋଦି ଓ ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ଏହାସହ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଭାରତର ସୁଖ ଦୁଃଖର ସାଥୀ ରୁଷ୍ । ରୁଷ୍ ଏବଂ ଭାରତର ଦୋସ୍ତି ବର୍ଷ ବର୍ଷର । ସରପେ ଲାଲ ଟୋପି..ଦିଲ ହେ ହିନ୍ଦୁସ୍ଥାନୀ ଏପରି କିଛି କହି..ରୁଷରେ ଭାରତୀୟ ପ୍ରବାସୀଙ୍କୁ ମୋଦି ହୃଦୟରୁ ସମ୍ବୋଧନ କରିଛନ୍ତି । କୋଟି କୋଟି ଭାରତୀୟ ରୁଷର ନା ଶୁଣିଲେ ଆନନ୍ଦିତ ହୋଇଥାଆନ୍ତି । ଆଜି ଅର୍ଥନୈତିକ, ଶିକ୍ଷା, ବୈଦେଶିକ, ପ୍ରତିରକ୍ଷା, କ୍ଷେତ୍ରରେ ନୂଆ ଇଚ୍ଚତାକୁ ଛୁଇଁ ପାରିଛି । 

10 ବର୍ଷ ମଧ୍ୟରେ ଭାରତର ସଫଳତାକୁ ଗଣାଇଛନ୍ତି  । ଆଜି ଯେତେବେଳେ ଭାରତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ବ୍ରିଜ, ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଛି , ସେତେବେଳେ ବିଶ୍ୱ କହୁଛି ଭାରତ ବଦଳୁଛି ଏବଂ ଭାରତର ଏହି ବଡ ବଦ୍ ଲାବ କୁ ବିଶ୍ବ ସମର୍ଥନ କରୁଛି ।  

140 କୋଟି ଭାରତୀୟ ବର୍ତ୍ତମାନ ଏକ ସଂକଳ୍ପ ନେଇ ଭାରତକୁ ଏକ ବିକଶିତ ଦେଶ କରିବାର ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି ଏବଂ ଏଥିରେ ଦେଶ ବାହାରେ ରହୁଥିବା ଭାରତୀୟମାନେ ମଧ୍ୟ ସମର୍ଥନ ରହିଛି । ଆଜି ଭାରତ ପ୍ରତି ବିଶ୍ବର ଦୃଷ୍ଟିକୋଣ ବଦଳିଛି । ୬ ଦଶନ୍ଧି ଧରି ଚାଲିଆସୁଥିବା ସମସ୍ୟାର ସମାଧାନ ପାଇଁ ଆଜି 140 କୋଟି ଭାରତୀୟଙ୍କର ବିଶ୍ୱାସ ତାଙ୍କ ସରକାର ଉପରେ ବିଶ୍ବାସ କରିଛି । ଏହା ମୋଦି ସରକାରଙ୍କର ବଡ ଉପଲବ୍ଧୀ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା