ପୁଣେ ମେଟ୍ରୋ ଷ୍ଟେଶନ ଉଦ୍‌ଘାଟନ କଲେ ମୋଦି
by Argus News
Mon, Sep 30 | 8:33 a.m.

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜିଲା ଅଦାଲତରୁ ସ୍ବରଗେଟ୍‌ ପର୍ଯ୍ୟନ୍ତ ଅଂଶକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲି ଉଦ୍‌ଘାଟନ କରିଛନ୍ତି।

ଏହି ଭୂତଳ ରେଳଷ୍ଟେଶନ ନିର୍ମାଣରେ ୧,୮୧୦ କୋଟି ଟଙ୍କା ବ୍ୟୟ ହୋଇଛି। ଏହା ବ୍ୟତୀତ ପୁଣେ ମେଟ୍ରୋ ଫେଜ୍‌-୧ର ସ୍ବରଗେଟ୍‌-କତ୍ରାଜ ସମ୍ପ୍ରସାରଣ ପାଇଁ ମୋଦି ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୨,୯୫୫ କୋଟି ଟଙ୍କା ବ୍ୟୟ ହେବ। ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଅଧୀନରେ ଛତ୍ରପତି ସମ୍ଭାଜୀନଗରଠାରୁ ୨୦ କିମି ଦୂରରେ ୭,୮୫୫ ଏକର ସମ୍ପ୍ରସାରିତ ପ୍ରକଳ୍ପ ବିଡ୍‌କିନ୍‌ ଶିଳ୍ପାଞ୍ଚଳ ଉଦ୍‌ଘାଟନ କରାଯାଇଛି। ଏହା ବ୍ୟତୀତ ସୋଲାପୁର ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସକାଳର
29m ago
ସକାଳର ଖବର ସଂକ୍ଷେପରେ....
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ନିର୍ଯାତନା ମାମଲା... ଗୁଜରାଟରେ କ୍ରାଇମବ୍ରାଞ୍ଚ ଟିମ୍... ଆଜି ହେବ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ସସପେଣ୍ଡ୍ ପୋଲି
ମୋହନ ସରକାର
57m ago
ବିଜେପି ସରକାରଙ୍କ ନୂଆ ମଡେଲ୍,ମୋହନ ସରକାରରେ ସମସ୍ୟାର ସମାଧାନ ଅନ୍ ଦି ସ୍ପଟ୍
ଅର୍ଗସ ବ୍ୟୁରୋ:ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଅନ୍ଦାଜ୍,ସମସ୍ୟା ସମାଧାନ ଅନ ଦି ସ୍ପଟ୍,ନୂଆ ସରକାର,ଶାସନର ତରିକା ବି ଭିନ୍ନ। ବିଜେଡି ଶାସନରେ ଦୀର୍ଘ ବର୍ଷଧରି ବନ୍ଦ କରି ଦିଆଯାଇଥିଲ
ଭରତପୁର ଥାନା
ଭରତପୁର ଥାନା ଘଟଣା; ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ
ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପ୍ରସଙ୍ଗ । ଆଜି ଠାରୁ ଆରମ୍ଭ ହେବ ବିଚାର ବିଭାଗ ତଦନ୍ତ । ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ଭୁବନେଶ୍ବ