ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସଙ୍ଗରେ ଧନ୍ୟବାଦ ଜଣାଇବା ସହ ବିରୋଧୀଙ୍କୁ ଧୋଇଛନ୍ତି ମୋଦି
by Argus News
Wed, Jul 03 | 7:33 a.m.

ଅର୍ଗସ ବ୍ୟୁରୋ:  ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୌଦ୍ରରୂପ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସଙ୍ଗରେ ଧନ୍ୟବାଦ ଜଣାଇବା ସହ ବିରୋଧୀଙ୍କୁ ବେଶ ଧୋଇଛନ୍ତି ମୋଦି । ବିଶେଷ କରି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କର ଧୁମ୍ ଧୂଲେଇ କରିଛନ୍ତି । ଦେଶ ଦୀର୍ଘ ସମୟ ପର୍ଯ୍ୟନ୍ତ ତୁଷ୍ଟୀକରଣ ମଡେଲ ଦେଖିସାରିଛି। ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ମନ୍ତ୍ରରେ ଚାଲିଛୁ ବୋଲି ମୋଦି କହିଛନ୍ତି । କଂଗ୍ରେସକୁ ପରଜୀବୀ ସହ ତୃତୀୟ ଥର କେମିତି କଂଗ୍ରେସକୁ ଭାରତବାସୀ ବିରୋଧୀ ଆସନରେ ହିଁ ବସାଇ ରଖିଛନ୍ତି ତାର ତଥ୍ୟ ପ୍ରମାଣ ଥୋଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେନାକୁ ଦୁର୍ବଳ କରିବା ପାଇଁ କଂଗ୍ରେସର ଷଡ଼ଯନ୍ତ୍ରର ବି ପୋଲି ଖୋଲିଛନ୍ତି । ରାହୁଲ ଗାନ୍ଧିଙ୍କର ଭାଷଣକୁ ବାଳକ ବୁଦ୍ଧିର ବିଳାପ କହିବା ସହ କଂଗ୍ରେସର ହିନ୍ଦୁ ବିରୋଧୀ ମାନସିକତାକୁ କଡ଼ା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଦେଶର ବିକାଶକୁ ନେଇ ସରକାରର ଭିଜନକୁ ଦେଶବାସୀଙ୍କ ସାମ୍ନାରେ ଥୋଇବା ସହ ପେପରଲିକ୍ ମାମଲାରେ ଦୋଷୀଙ୍କୁ ଛଡ଼ାଯିବାର ପ୍ରଶ୍ନ ନାହିଁ ବୋଲି ମଧ୍ୟ ଅଭୟବାଣୀ ଶୁଣାଇଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ ଦେଶ ଖବର:

ବିଶ୍ୱ ବିଜେତା
ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ
ଅର୍ଗସ ବ୍ୟୁରୋ: ଟି-୨୦ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ ଦଳକୁ ମାଳଦ୍ବୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ବକପ ବିଜୟକୁ ସେଲିବ୍ରେଟ କରିବାପାଇଁ ମାଳଦ୍ବୀପର ପର୍ଯ୍ୟଟନ ବିଭାଗ
ଆସନ୍ତା ୧୯ ଓ ୨୦ରେ
ଆସନ୍ତା ୧୯ ଓ ୨୦ରେ ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବା ନେଇ ସୂଚନା
ଅର୍ଗସ ବ୍ୟୁରୋ: ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେପି। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିବାକୁ ଯାଉଛି । ପୁରୀରେ ଆସନ୍ତା ୧୯ ଓ ୨୦ ତାରିଖର
ଶ୍ରୀଲଙ୍କା କ୍ରିକେଟ୍
ଶ୍ରୀଲଙ୍କା କ୍ରିକେଟ୍ ଦଳର କୋଚ୍ ହେବେ ସନଥ ଜୟସୁରିୟା
ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ନିରାଶ ଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ କ୍ରିସ ସିଲଭରଉଡ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନ ନେବାକ