ନିର୍ବାଚନ ପ୍ରଚାର ଶେଷ ପରେ ଦୁଇଦିନିଆ ଆଧ୍ୟାତ୍ମିକ ଅବସର ନେବେ ମୋଦୀ
by Argus News
Wed, May 29 | 1:58 p.m.

ଅର୍ଗସ ବ୍ୟୁରୋ:  ଲୋକସଭାର ୭ମ ପର୍ୟ୍ୟାୟ ମତଦାନ ନିମନ୍ତେ ପ୍ରଚାର କାର୍ଯ୍ୟ ଶେଷ‌ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଧ୍ୟାତ୍ମିକ ଯାତ୍ରାରେ ବାହାରିବେ। ଏବେ ମୋଦୀ କନ୍ୟାକୁମାରୀ ଯିବେ ବୋଲି ସୂଚନା ମିଳିଛି। କନ୍ୟାକୁମାରୀରେ ଦୁଇଦିନିଆ ଆଧ୍ୟାତ୍ମିକ ଅବସର ନେବେ। ସେଠାର ଧ୍ୟାନମଣ୍ଡପରେ ସେ ମେ' ୩୦ରୁ ଜୁନ୍‌ ୧ ତାରିଖ ଯାଏଁ ଧ୍ୟାନସ୍ଥ ହେବେ। ୭ମ ପର୍ୟ୍ୟାୟ ମତଦାନ ଜୁନ୍‌ ୧ ତାରିଖରେ ଅନୁଷ୍ଠିତ ହେବ। 

ଏଥିପାଇଁ ମେ' ୩୦ ତାରିଖରେ ପ୍ରଚାର ଶେଷ ହେବ। ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀରେ ପହଞ୍ଚିବେ। ଯେଉଁଠାରେ ଏକଦା ବିବେକାନନ୍ଦ ଧ୍ୟାନସ୍ଥ ହୋଇ ଆଧ୍ୟାତ୍ମିକ ଚେତନା ପ୍ରାପ୍ତ କରିଥିଲେ ସେହି ବିବେକାନନ୍ଦ ସ୍ମାରକୀ ସ୍ଥଳଠାରେ ପ୍ରଧାନମନ୍ତ୍ରୀ ଦୁଇଦିନ ଧ୍ୟାନସ୍ଥ ହେବେ।
ସୂଚନା ମୁତାବକ,ଏହା ପୂର୍ବରୁ ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶିବାଜୀ ମହାରାଜଙ୍କ ପ୍ରତାପଗଡ଼ ଦୁର୍ଗରେ ଧ୍ୟାନସ୍ଥ ହୋଇଥିଲେ। ୨୦୧୯ରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ କେଦାରନାଥରେ ଧ୍ୟାନସ୍ଥ ହୋଇଥିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି