ଦ୍ୱିତୀୟ ପାଳିର ଶେଷ ମନ୍ କୀ ବାତରେ ମୋଦିଙ୍କ ମହିଳା କାର୍ଡ
by Argus News
Sun, Feb 25 | 7:12 p.m.
  • ଦ୍ୱିତୀୟ ପାଳିର ଶେଷ ମନ୍ କୀ ବାତରେ ମୋଦିଙ୍କ ମହିଳା କାର୍ଡ
  • ନିର୍ବାଚନ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ କୀ ବାତ୍
  • ମହିଳା ପ୍ରଶଂସା ଶବ୍ଦ ମାଧ୍ୟମରେ ମହିଳା ସମର୍ଥନର ବଡ଼ ସମ୍ଭାବନାର ସଙ୍କେତ ଦେଲେ ମୋଦି
  • ମୋଦିଙ୍କ ତୃତୀୟ ପାଳିର ବଡ଼ ଆଧାର ହେବେ କି ମହିଳା ?

ଅର୍ଗସ ବ୍ୟୁରୋ:  କର୍ପୋରେଟ୍ ଦୁନିଆକୁ ଛାଡି ଛେଳି ଚାଷ ମାଧ୍ୟମରେ ଆର୍ଥିକ ପ୍ରଗତି ଆଣିଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ବାମୀ ବିରେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଡ୍ରୋନ୍ ସାହାଯ୍ୟରେ ଚାଷ କ୍ଷେତ୍ରରେ ସଫଳତା ପାଇଥିବା ଉତ୍ତରପ୍ରଦେଶର ନମୋ ଡ୍ରୋନ୍ ଦିଦି ସୁନିତାଙ୍କ ଉଦାହରଣ ଦେଶବାସୀଙ୍କୁ ଦେଇଛନ୍ତି ପିଏମ୍ । ଜୈବିକ ଚାଷ ଓ ଜଳ ସଂରକ୍ଷଣ ପାଇଁ ମହାରାଷ୍ଟ୍ରର କଲ୍ୟାଣୀ ପ୍ରଫୁଲ୍ଲ ପାଟିଲଙ୍କ କାମକୁ ପ୍ରଶଂସା କରିଛନ୍ତି ମୋଦି ।

ସ୍ୱଚ୍ଛତା କ୍ଷେତ୍ରରେ ବି ମହିଳାଙ୍କ ଭଲ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପିଏମ୍ । ମନ୍ କୀ ବାତରେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସଂସଦରେ ନାରୀ ଶକ୍ତି ଅଧିନିୟମ, ଉଜ୍ଜ୍ବଳା, ହର୍ ଘର୍ ଜଲ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବଚ୍ଛ ଭାରତ ମିଶନରେ ପାଇଖାନା, ବେଟି ବଚାଓ-ବେଟି ପଢାଓ, ସୁକନ୍ୟା ସମୃଦ୍ଧି ମୋଦିଙ୍କ ପାଇଁ ତିଆରି କରିଛି ମହିଳା ସମର୍ଥନର ଅଭେଦ୍ୟ ଦୁର୍ଗ ।

10 ବର୍ଷ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ଘେରା ପାଲଟିଛନ୍ତି ମହିଳା । ନିକଟରେ ଏମପି, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନରେ ହୋଇଛି ବିଜେପିର ବଡ ବିଜୟ । କଂଗ୍ରେସ ଶାସିତ ଛତିଶଗଡ଼ ଓ ରାଜସ୍ଥାନରେ ଆଣ୍ଟି-ଇନକମ୍ବାସି ଓ ମଧ୍ୟପ୍ରଦେଶରେ ବିଜେପି ପ୍ରୋ-ଇନକମ୍ବାସି ଭିତରେ ବିଜେପିର ନିର୍ବାଚନୀ ସଫଳତା ପଛରେ ଥିଲା ମୋଦିଙ୍କୁ ମହିଳାଙ୍କ ବଡ ସମର୍ଥନ । 24 ନିର୍ବାଚନରେ 400 ପାର୍ ମୋଦିଙ୍କ ବଡ଼ ଘୋଷଣା । ବଡ ଆତ୍ମବିଶ୍ବାସ ପଛରେ ମହିଳା ମାନଙ୍କର ବଡ ସମର୍ଥନ ଆଧାର କି ? ।

ଅଧିକ ପଢ଼ନ୍ତୁ ଦେଶ ଖବର:

କେମିତି କଟିବ
19m ago
କେମିତି କଟିବ ଆଜିର ଦିନ....ସତର୍କ ରୁହନ୍ତୁ ଏହି ରାଶି
ଅର୍ଗସ ବ୍ୟୁରୋ: ଆପଣଙ୍କ ଦିନଟି କେମିତି କଟିବ ସେ ପାଇଁ ଚିନ୍ତିତ କି? ତାହେଲେ ଚାଲନ୍ତୁ ଜାଣିବା। ମେଷ- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋ
ଆସନ୍ତା ଦୁଇ ଦିନ ମଧ୍ୟର
36m ago
ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚି
ଆଜି ଚାଷୀଙ୍କୁ
45m ago
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ