ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପିଚ୍ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଲେ ମହମ୍ମଦ କୈଫ
by Argus News
Sun, Mar 17 | 7:00 p.m.

ଅର୍ଗସ ବ୍ୟୁରୋ: ଗତବର୍ଷ ହୋଇଥିବା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାଜିତ ହୋଇଥିଲା । ଏହି କ୍ରମରେ ଅଷ୍ଟ୍ରେଲିଆ ଟିମ୍ ଷଷ୍ଠ ଥର ପାଇଁ ଚାମ୍ପିୟନ ହୋଇଥିଲା । ଏପଟେ ଭାରତ ତୃତୀୟ ଥର ପାଇଁ ବିଶ୍ୱକପ୍ ଜିତିବାର ସ୍ୱପ୍ନ ହରାଇଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଫାଇନାଲ ମ୍ୟାଚରେ ଧୀମା ପିଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ । ଫଳରେ ଭାରତ ୨୪୦ ରନ୍ କରିବାରେ ସକ୍ଷମ ହୋଇଥିଲେ । ଅଷ୍ଟ୍ରେଲିଆ ୨୪୧ ରନର ଟାର୍ଗେଟକୁ ୪୨ ଉଭରରେ ହାସଲ କରିନେଇଥିଲା। 

ଫାଇନାଲ ମ୍ୟାଚରେ ଭାରତର ଏଭଳି ପରାଜୟକୁ ଆଜି ବି ଭୁଲି ନାହାଁନ୍ତି ଭାରତୀୟ କ୍ରିକେଟ ଫ୍ୟାନମାନେ । ଏଭଳି ସମୟରେ ଭାରତୀୟ ଟିମର ପୂର୍ବତନ ଖେଳାଳୀ ମହମ୍ମଦ କୈଫ ବଡ ଅଭିଯୋଗ କରିଛନ୍ତି । କୈଫ ଦାବି କରିଛନ୍ତି କି ବିଶ୍ୱକପ୍ ଫାଇନାଲରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚକୁ ଘରୋଇ ଟିମ ପାଇଁ ଅନୁକୂଳ କରିବା ଉଦ୍ଦେଶ୍ୟରେ କ୍ୟୁରେଟ ମାଧ୍ୟମରେ ଏପଟସେପଟ କରାଯାଇଥିଲା । କୋଚ୍ ରାହୁଲ ଦ୍ରାବିଡ ଓ କ୍ୟାପଟେନ ରୋହିତ ଶର୍ମା ୩ ଧରି ଏହି ପିଚ୍ ଦେଖିବାକୁ ଯାଇଥିଲେ । ସେମାନେ ପିଚର ରଙ୍ଗ ବଦଳାଯାଉଥିବା ଦେଖିଥିଲେ ବି କିଛି ଅଭିଯୋଗ କରି ନଥିଲେ । ଅର୍ଥାତ କୈଫ ସିଧା ସଳଖ ପିଚ୍ ସହ ହୋଇଥିବା ଏପଟସେପଟ ପାଇଁ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ଉପରେ ଦୋଷ ଲଦିଛନ୍ତି ।

ଅଧିକ ପଢନ୍ତୁ କ୍ରୀଡ଼ା ଖବର 
 

POLICE
5m ago
୫ ଡକାୟତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ
ଅର୍ଗସ ବ୍ୟୁରୋ: ରାଜଧାନୀରୁ ପୁଣି ଡକାୟତ ଗିରଫ । ୫ ଡକାୟତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ରବିବାର ମଧ୍ୟ ରାତ୍ରିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏ
TEMPERATURE
12m ago
ଦିନରେ ୪୮ ଡିଗ୍ରୀ କୁ ରାତିରେ ୪୬ ଡିଗ୍ରୀ
ଅର୍ଗସ ବ୍ୟୁରୋ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଖରା ଗରମ ଯୋଗୁଁ ପରିସ୍ଥିତି ଅଧିକ ଖରାପ ହୋଇଯାଇଛି ।ଏଠାରେ ଅନେକ ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ସବୁଠୁ ବଢ କଥ
VILLAGES
ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଗୁଁ ଭୋଟ ବର୍ଜନ ନିଷ୍ପତ୍ତି
ଅର୍ଗସ ବ୍ୟୁରୋ: ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଗୁଁ ଭୋଟ ବର୍ଜନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଭିଲାପୁଟ, ଜାନିଗୁଡା ସେମିଳିଗୁଡାର ଲୋକେ ଭୋଟ୍ ବର୍ଜ