ୟୁ ଟର୍ଣ୍ଣ ନେଲା ମାଳଦୀପ, ଏବେ ଭାରତ ଶରଣରେ
by Argus News
Tue, Oct 08 | 2:05 p.m.

ଅର୍ଗସ ବ୍ୟୁରୋ:  ଚିନ୍ତାରେ ମାଲଦୀପ ସରାକର। ଭାରତ ବିରୋଧୀ ନାରାବାଜି ମାଲଦୀପକୁ ପଡିଛି ମହଙ୍ଗା । ମାଲଦୀପ ରାଷ୍ଟ୍ରପତି ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀଙ୍କ ଶରଣରେ। ଭାରତ ଗସ୍ତରେ ଥିବା ମାଲଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ଦେଖି ଏମିତି ମନେ ହେଉଛି । ମାଲଦୀପ ରାଷ୍ଟ୍ରପତି ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ତେଣୁ ôମୁଇଜ୍ଜୁ ଭାରତ ଆସିବା ସହ ପୁଣି ଭାରତୀୟ ମାଲଦୀପକୁ ସେମାନଙ୍କ ମନୋରଞ୍ଜନର ସ୍ଥାନ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ମାଲଦୀପ ଭାରତର ସୁରକ୍ଷାକୁ ଦୁର୍ବଳ କରିବା ପାଇଁ କୌଣସି ପଦକ୍ଷେପ ନେବ ନାହିଁ । ଏଥିସହ ଦେଶବାସୀଙ୍କ ଦାବିକୁ ସମ୍ମାନ ଜଣାଇ ସେ ଦେଶରୁ ଭାରତୀୟ ସେନା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଭାରତ ବିରୋଧୀ ନାରାବାଜି ମାଲଦୀପକୁ ପଡିଛି ମହଙ୍ଗା । ନିଜ ଆଣ୍ଟକୁ ପଛରେ ପକାଇ ପୁଣି ଭାରତ ସହ ସମ୍ପର୍କ ସ୍ଥାପନ ପାଇଁ ବ୍ୟଗ୍ର ମାଲଦୀପ । ସମୁଦ୍ର ଭିତରେ ଥିବା ଏହି ଦ୍ୱୀପ ଦେଶର ଅର୍ଥନୀତି ମୁଖ୍ୟତଃ ତାର ପର୍ଯ୍ୟଟନ ଶିଳ୍ପ ପାଇଁ ପ୍ରସିଦ୍ଧ । ସମୁଦ୍ର ବେଳାଭୂମି ମାଲଦୀପବାସୀଙ୍କୁ ରୋଜଗାର ଯୋଗାଇ ଥାଏ । ଆଉ ମାଲଦୀପକୁ ଯାଉଥିବା ପଯ ର୍୍ୟଟକଙ୍କ ସିଂହଭାଗ ଭାରତୀୟ । ଭାରତୀୟମାନେ ମାଲଦୀପକୁ ତ୍ୟାଗ କରିବା ପରେ ଏହାର ପର୍ଯ୍ୟଟନଶିଳ୍ପ ଭୁଶୁଡି ପଡିଛି । ଦେଶରେ ଅର୍ଥର ଅଭାବ ଦେଖାଦେଇଛି । ବର୍ତ୍ତମାନ ସରକାର ପାଖରେ ଯେତିକି ଅର୍ଥ ରହିଛି ତାହା ଦେଶକୁ ଆଉ ଦେଢ ମାସ ଚଳାଇ ପାରିବ । ଏପରି ଅବସ୍ଥାରେ ଯଦି ପୁଣି ଦେଶର ଅର୍ଥନୀତିରେ ସୁଧାର ଶୀଘ୍ର ଅଣା ନ ଯାଏ ତେବେ ସେଠାକାର ସ୍ଥିତି ସଂଗୀନ ହୋଇଯିବ ।

ମହମ୍ମଦ ମୁଇଜ୍ଜୁ ଚୀନ ସମର୍ଥକ ଭାବେ ଜଣାଶୁଣା । ସେ ଭାରତ ବିରୋଧୀ ବୟାନ ଦେଇ ସତ୍ତାକୁ ଆସିଥିଲେ । ଏହା ପରେ ମାଲଦୀପରେ ଅବସ୍ଥାପିତ ଭାରତୀୟ ସେନାଙ୍କୁ ଦେଶରୁ ଫେରାଇ ଦେଇଥିଲେ । ଏହା ପରେ ତାଙ୍କର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧର ଆପତ୍ତିଜନକ ବୟାନ ଦେବାକୁ ତେଜିଥିଲା ବିବାଦ । ଭାରତରେ ଆରମ୍ଭ ହୋଇଥିଲା, ବୟକଟ ମାଲଦୀପ । ଏହା ପରେ ଭାରତୀୟ ଛୁଟି ବିତାଇବାକୁ ମାଲଦୀପ ଯିବା ବନ୍ଦ କରିଦେଇଥିଲେ । ଫଳରେ ମାଲଦୀପକୁ ବହୁ କ୍ଷତି ସହିବାକୁ ହୋଇଛି ।

 

ଅଧିକ ପଢ଼ନ୍ତୁ ବିଦେଶ ଖବର:

ଗ୍ରାଚୁଇଟି ସୀମା
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍